1. କୃଷି ଖବର

ଆହୁରି ବଢିବ ତାତି,୪୦ ଡିଗ୍ରୀ ପାର୍‌ ହେବ ତାପମାତ୍ରା

ଗ୍ରୀଷ୍ମ ଜ୍ୱାଳା ଥଣ୍ଡା ପଡ଼ିବାର ନାଁ ନେଉନି । ଦିନକୁ ଦିନ ତାତିର ପ୍ରକୋପ ଆହୁରି ପ୍ରଚଣ୍ଡ ହେଉଛି । ରାଜ୍ୟରେ ଆହୁରି ୫ଦିନ ତାତି ଜାରି ରହିବ । ଅଧିକାଂଶ ସ୍ଥାନରେ ଏହା ୪୦ଡିଗ୍ରୀ ପାର୍‌ କରିବ ।

Sudesna Nayak
Sudesna Nayak
temperatures in 12 cities were above 40 degrees

temperatures in 12 cities were above 40 degrees

ଗ୍ରୀଷ୍ମ ଜ୍ୱାଳା (Heat Wave)ଥଣ୍ଡା ପଡ଼ିବାର ନାଁ ନେଉନି । ଦିନକୁ ଦିନ ତାତି (HOT)ର ପ୍ରକୋପ ଆହୁରି ପ୍ରଚଣ୍ଡ ହେଉଛି । ରାଜ୍ୟରେ ଆହୁରି ୫ଦିନ ତାତି ଜାରି ରହିବ । ଅଧିକାଂଶ ସ୍ଥାନରେ ଏହା ୪୦ଡିଗ୍ରୀ ପାର୍‌ କରିବ ।

ସୂଚନା ଅନୁଯାୟୀ, ଆଭ୍ୟନ୍ତରୀଣ ଓଡ଼ିଶା (ODISHA) ରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୫ ଦିନ ଏହି ତାତି (HOT) ଜାରି ରହିବ ଓ ଆଭ୍ୟନ୍ତର ତଥା ପଶ୍ଚିମ ଓଡ଼ିଶା ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ ।

ସେପଟେ ନିଅଣ୍ଟିଆ ବର୍ଷା (RAIN)ସ୍ଥିତିକୁ ନେଇ ପାଣିପାଗ ବିଭାଗର ପରିସଂଖ୍ୟାନ ଚିନ୍ତାଜନକ । ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୧୭ ତାରିଖ ଭିତରେ ୯ ଟି ଜିଲ୍ଲାରେ ଆଦୌ ବର୍ଷା (RAIN) ହୋଇନି । ଏହି ସମୟ ଭିତରେ କିଛି ଅଞ୍ଚଳକୁ ମିଶାଇ ମାତ୍ର ୬.୩ ମିଲିମିଟର ବର୍ଷା (RAIN)ହୋଇଛି । ପ୍ରାୟ ୮୪% ନିଅଣ୍ଟିଆ ବର୍ଷା (RAIN) ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ରବିବାର (Sunday)୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ତାତି (HOT)ର ପ୍ରକୋପ ବେଳେ ରାଜ୍ୟରୁ ବର୍ଷା (RAIN) ଗାଏବ ହୋଇଯାଇଛି । ନିଅଣ୍ଟିଆ ବର୍ଷା (RAIN) ସ୍ଥିତି ଉତ୍କଟ ରୂପ ନେଲାଣି ।

ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାରେ ତାତି ଜାରି ରହିଥିବା ବେଳେ ଲଗାତାର ୪ ଦିନ ଧରି ରାଜ୍ୟର ଉତ୍ତପ୍ତ ସହର ଭାବେ ସୋନପୁର ରେକର୍ଡ କରିଛି ।

ପ୍ରକାଶ ଥାଉ ଯେ, ରବିବାର (Sunday)ସୋନପୁରର ତାପମାତ୍ରା ସର୍ବାଧିକ ୪୩.୨ ଡିଗ୍ରୀ ରହିଛି । ଅନୁଗୁଳ ଜିଲ୍ଲାର ୪୩.୧, ଝାରସୁଗୁଡ଼ା ଜିଲ୍ଲାର ୪୨.୯, ବଲାଙ୍ଗୀର ଜିଲ୍ଲାର ୪୨.୪, ବୌଦ୍ଧ ଜିଲ୍ଲାର ୪୨, ପାରଳାଖେମୁଣ୍ଡିରେ ୪୧, ସମ୍ବଲପୁର ଜିଲ୍ଲାର ୪୦.୮, ଭବାନୀପାଟଣାରେ ୪୦.୬, ଟିଟିଲାଗଡ଼ର ୪୦.୫, ହୀରାକୁଦର ୪୦.୩, ବାରିପଦାର ୪୦ ଓ ଛତ୍ରପୁରର ତାପମାତ୍ରା ୪୦ଡିଗ୍ରୀ ରେକର୍ଡ ହୋଇଛି ।

କାଳବୈଶାଖୀ:୧୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା

ତାତି ଛୁଇଁଲା ୪୩ ଡିଗ୍ରୀ :୧୬ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments