1. କୃଷି ଖବର

ତାତି ଛୁଇଁଲା ୪୩ ଡିଗ୍ରୀ :୧୬ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ

ରାଜ୍ୟରେ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ । ଗତ କିଛି ଦିନ ହେବ ପାରଦ ବଢିବାରେ ଲାଗିଛି । ଭୀଷଣ ଗରମରେ ଅସ୍ତବ୍ୟସ୍ତ ସାଧାରଣ ଜୀବନ । ଦିନ ବେଳେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି ।

Sudesna Nayak
Sudesna Nayak
today sonepur and balangir are the hottest cities

today sonepur and balangir are the hottest cities

ରାଜ୍ୟରେ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ (Heat Wave)। ଗତ କିଛି ଦିନ ହେବ ପାରଦ ବଢିବାରେ ଲାଗିଛି । ଭୀଷଣ ଗରମରେ ଅସ୍ତବ୍ୟସ୍ତ ସାଧାରଣ ଜୀବନ । ଦିନ ବେଳେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି । କେଉଁ ଦିନ ତାତିରେ ହିଁ ଟିଟିଲାଗଡ ରେକର୍ଡ କାଟୁଛି ତ ଆଉ କେଉଁ ଦିନ ସୋନପୁର ଆଉ କେଉଁ ଦିନ ତ ବଲାଙ୍ଗିର ।

ସୂଚନା ଅନୁଯାୟୀ, ସୋମବାର (Monday)ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିବା ବେଳେ ମଙ୍ଗଳବାର (Tuesday)ସୋନପୁର ଏବଂ ବଲାଙ୍ଗିର ଜିଲ୍ଲା ଯୁଗ୍ମ ଭାବେ ଉତ୍ତପ୍ତ ସହର ପାଲଟିଛନ୍ତି । ଦୁଇ ସହରରେ ପାରଦ ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଏଥିସହ ଆଜି ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ବିଶେଷ କରି ପଶ୍ଚିମ ଓଡିଶା (ODISHA)ରେ ତତଲା କଡେଇରେ ପରିଣତ ହୋଇଛି ।

ଆଜି ବୁଧବାର (Wednesday) ଝାରସୁଗୁଡା ଜିଲ୍ଲାରେ ୪୨.୬ ଡିଗ୍ରୀ, ବାରିପଦା ଏବଂ ଟିଟିଲାଗଡରେ ୪୨ ଡିଗ୍ରୀ, ସମ୍ବଲପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା ଓ ସୁନ୍ଦରଗଡ ଜିଲ୍ଲାରେ ତାପମାତ୍ରା ୪୧.୫ ଡିଗ୍ରୀ ରହିଛି । ଆଜି ବି ରାଜ୍ୟର ପାଗ ଶୁଖିଲା ରହିବ ଓ ଟାଣ ଖରା ସହ ତାପମାତ୍ରା ଅଧିକ ରହିବ ବୋଲି ଜଣାପଡ଼ିଛି । ଭବାନୀପାଟଣାରେ ୪୧, ହୀରାକୁଦରେ ୪୦.୭ ଡିଗ୍ରୀ ରେକର୍ଡ କରାଯାଇଛି । କଟକରେ ୩୬.୨ ଏବଂ ଭୁବନେଶ୍ଵର (BHUBANESWAR)ରେ ତାପମାତ୍ରା ୩୭.୨ ଡିଗ୍ରୀ ରହିଛି ।

ପ୍ରକାଶ ଥାଉ ଯେ, ଅନ୍ୟପଟେ ଆସନ୍ତାକାଲି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ତିନି ଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ (yellow warning) ଜାରି କରାଯାଇଛି । ଏହାରି ଭିତରେ ମୌସୁମୀକୁ ନେଇ ଏକ ଭଲ ଖବର ଆସିଛି । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ସ୍ୱାଭାବିକ ରହିବ ବୋଲି ଆକଳନ କରାଯାଇଛି । ସ୍କାଏମେଟର ଆକଳନ ଅନୁଯାୟୀ ମୌସୁମୀ ବାୟୁ ପ୍ରଭାବରେ ସାରା ଦେଶରେ ସ୍ୱଭାବିକ ବର୍ଷା (Rain)ହେବ ।

ଦିନକୁ ଦିନ ବଢୁଛି ତାତି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ ବର୍ଷା

ତାତିରେ ସିଝୁଛି ଓଡିଶା,୧୩ ତାରିଖରୁ ଆହୁରି ବଢ଼ିବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments