1. କୃଷି ଖବର

ତାତିରେ ସିଝୁଛି ଓଡିଶା,୧୩ ତାରିଖରୁ ଆହୁରି ବଢ଼ିବ

ରାଜ୍ୟର ଅଧିକାଂଶ ସହର ରବିବାର ପୁଣି ଉତ୍ତପ୍ତ ହୋଇଛି । ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଯାଇଛି । ସୋନପୁରର ତାପମାତ୍ରା ସର୍ବାଧିକ ୪୨.୩ ଡିଗ୍ରୀ ରହିଛି ।

Sudesna Nayak
Sudesna Nayak
weather update heat wave warning in odisha

weather update heat wave warning in odisha

ରାଜ୍ୟର ଅଧିକାଂଶ ସହର ରବିବାର (Sunday)ପୁଣି ଉତ୍ତପ୍ତ ହୋଇଛି । ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଯାଇଛି । ସୋନପୁରର ତାପମାତ୍ରା ସର୍ବାଧିକ ୪୨.୩ ଡିଗ୍ରୀ ରହିଛି ।

ସୂଚନା ଅନୁଯାୟୀ, ଆସନ୍ତା ୧୩ ତାରିଖରୁ ରାଜ୍ୟରେ ତାତି (HOT)ଆହୁରି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଦିନବେଳା ତାପମାତ୍ରା ୪୨.୨ ଡିଗ୍ରୀ ଥିଲା । ଟିଟିଲାଗଡ଼ରେ ୪୨, ବାରିପଦା ଜିଲ୍ଲାରେ ୪୨, ଝାରସୁଗୁଡ଼ା ଜିଲ୍ଲାରେ ୪୧.୮, ସମ୍ବଲପୁର ଜିଲ୍ଲାରେ ୪୧.୭, ବୌଦ୍ଧ ଜିଲ୍ଲାରେ ୪୧.୫, ଅନୁଗୁଳ ଜିଲ୍ଲାରେ ୪୦.୯, ଭବାନୀପାଟଣାରେ ୪୦.୮, ହୀରାକୁଦରେ ୪୦.୧ ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି ଯେ, ୧୧ ତାରିଖ ଓ ୧୨ ତାରିଖ ଦୁଇ ଦିନ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ୧ ଡିଗ୍ରୀ ବଢ଼ିବ । ଆସନ୍ତା ୧୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା (Heat Wave)ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୧୩ ରୁ ୧୮ ତାରିଖ ଯାଏଁ ତାପମାତ୍ରା ୩ ଡିଗ୍ରୀ ଯାଏଁ ବଢ଼ିପାରେ । କଳାହାଣ୍ଡି ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲାରେ ତାତି (HOT)ବୃଦ୍ଧି ପାଇବ ।

ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ବରଗଡ଼ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାରେ ଆସନ୍ତା ୧୭ ତାରିଖ ଯାଏଁ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଉପକୂଳ ଓଡ଼ିଶାରେ ୧୪ ରୁ ୧୬ ତାରିଖ ତିନି ଦିନ ଭିତରେ ଭୁବନେଶ୍ୱର ତାପମାତ୍ରା ୫ ଡିଗ୍ରୀ ବଢ଼ିପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି । ରାଜଧାନୀର ତାପମାତ୍ରା ୪୨ଡିଗ୍ରୀ ପାର୍‌ କରି ଯାଇପାରେ ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉ ଯେ, କାଳବୈଶାଖୀ ପ୍ରଭାବରେ ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain) ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା, କନ୍ଧମାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା, ଅନୁଗୁଳ ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା (Rain) ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଆଜିଠୁ ୩ ଦିନ ଲଗାତାର ବର୍ଷା! ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ତାତି ସାଙ୍ଗକୁ ବର୍ଷା, ରାଜ୍ୟର ଏସବୁ ଜିଲ୍ଲାରେ ବର୍ଷିବ! ସୂଚନା ଦେଲା ପାଣିପାଗ ବିଭାଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments