1. କୃଷି ଖବର

ଆଜିଠୁ ୩ ଦିନ ଲଗାତାର ବର୍ଷା! ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ଆଜିଠୁ ତିନି ଦିନ ଯାଏଁ ବର୍ଷା ହୋଇପାରେ । ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ଆଶଙ୍କା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Sudesna Nayak
Sudesna Nayak
Weather update Yellow Warning for Rain in Odisha

Weather update Yellow Warning for Rain in Odisha

ରାଜ୍ୟରେ ଆଜିଠୁ ତିନି ଦିନ ଯାଏଁ ବର୍ଷା (Rain)ହୋଇପାରେ । ଶୁକ୍ରବାର (Friday)ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା (Rain)ଆଶଙ୍କା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ୯ ତାରିଖ ଓ ୧୦ ତାରିଖରେ ବି କାଳବୈଶାଖୀ ପ୍ରଭାବରୁ ବର୍ଷା (Rain)ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଏବଂ ସତର୍କତା ଅବଲମ୍ୱନ କରିବାକୁ ବିଭାଗ ପରାମର୍ଶ ଦେଇଛି । ଏବର୍ଷର ପ୍ରଥମ କାଳ ବୈଶାଖୀ ବେଶ ସକ୍ରିୟ ରହିଛି । ପ୍ରଭାବିତ ଅଞ୍ଚଳରେ ସତର୍କ ରହିବା ସହ ବିଜୁଳି ଘଡ଼ଘଡ଼ିରୁ ରକ୍ଷା ପାଇଁ ନିରାପଦ ସ୍ଥାନରେ ନିଜକୁ ସୁରକ୍ଷିତ କରିନିଅନ୍ତୁ ବୋଲି କେନ୍ଦ୍ର କହିଛି ।

ଉତ୍ତର ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଲଘୁଚାପ ରୂପ ନେବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଏହା ଧୀରେ ଧୀରେ ଦୁର୍ବଳ ହେଉଛି । ଏହା ଆଉ ଲଘୁଚାପ ରୂପ ନେବନି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ।

ଶୁକ୍ରବାର (Friday) ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କନ୍ଧମାଳ ଜିଲ୍ଲା, ଗଜପତି ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (Rain) ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏସବୁ ଅଧିକାଂଶ ଜିଲ୍ଲାରେ ଘଡଘଡି ବର୍ଷା (Rain) ବଜ୍ରପାତ ହେବାର ଆଶଙ୍କା ରହିଛି । ୯ ତାରିଖ ଓ ୧୦ ତାରିଖରେ ବି ଏହି ସବୁ ଜିଲ୍ଲାରେ ବର୍ଷା (Rain)ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ପ୍ରକାଶ ଥାଉ ଯେ, ଆସନ୍ତା ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶା (Odisha) ର କିଛି ସ୍ଥାନରେ ଦିନବେଳାର ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ଗୁରୁବାର ୫ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀରର ତାପମାତ୍ରା ସର୍ବାଧିକ ୪୧.୫ ଡିଗ୍ରୀ ରହିଥିଲା ।

ତାତି ସାଙ୍ଗକୁ ବର୍ଷା, ରାଜ୍ୟର ଏସବୁ ଜିଲ୍ଲାରେ ବର୍ଷିବ! ସୂଚନା ଦେଲା ପାଣିପାଗ ବିଭାଗ

ସାବଧାନ:୧୧ ତାରିଖରେ ବାତ୍ୟା! ବଙ୍ଗୋପସାଗରରେ ଗୋଟାଉଛି ବଳ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments