1. କୃଷି ଖବର

ସାବଧାନ:୧୧ ତାରିଖରେ ବାତ୍ୟା! ବଙ୍ଗୋପସାଗରରେ ଗୋଟାଉଛି ବଳ

ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି ।

Sudesna Nayak
Sudesna Nayak
light pressure in 7th cyclone and rain in odisha

light pressure in 7th cyclone and rain in odisha

ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା (Cyclone) ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୨୪ ଘଣ୍ଟା ପରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ବର୍ଷା (RAIN)ଓ ପବନ ସମ୍ଭାବନା ରହିଛି । ଏହାର ପ୍ରଭାବ ବିଭିନ୍ନ ଅଞ୍ଚଳରେ କଣ ରହିବ, ତାହା ଆକଳନ କରାଯାଇନାହିଁ । ଏଥିସହ ଓଡ଼ିଶାରେ ଏହାର ପ୍ରଭାବ କଣ ରହିବ, ଲଘୁଚାପଟି ଅଧିକ ଘନୀଭୂତ ହେବ କି ନାହିଁ, ଯଦି ହେବ କେତେ ଘନୀଭୂତ ହେବ ଓ ବ‌ାତ୍ୟା (Cyclone) ରୂପ ନେବ କି ନାହିଁ, ତାହା ଲଘୁଚାପ ସୃଷ୍ଟି ପରେ ହିଁ ସ୍ପଷ୍ଟ କହି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ସଙ୍କେତ ଦେଇଛନ୍ତି ଯେ, ଲଘୁଚାପଟି ବାତ୍ୟା (Cyclone) ରୂପ ନେବ । ଆସନ୍ତା ୫ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୭ ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି । ଏହାର ଗତିପଥ କଣ ହେବ ଓ କେତେ ଘନୀଭୂତ ହେବ‌ ସେଥିରେ ବିଭିନ୍ନ ମଡେଲ ମଧ୍ୟରେ ସହମତି ନାହିଁ ।

ୟୁରୋପିଆନ୍‌ ମଡେଲ, ଅଷ୍ଟ୍ରେଲିଆନ୍‌ ମଡେଲ ଓ ଜର୍ମାନୀ ମଡେଲ କହୁଛି ଯେ ଲଘୁଚାପ ହେବା ପରେ ଏହା ବିଶେଷ ଘନୀଭୂତ ହେବନାହିଁ । ଘୂର୍ଣ୍ଣିବଳୟଟି ୭ ତାରିଖରେ ଲଘୁଚାପ ହେବା ପରେ ୯ ତାରିଖରେ ଅବପାତ ଓ ୧୧ ତାରିଖରେ ବାତ୍ୟା(Cyclone)ରେ ପରିଣତ ହୋଇପାରେ । ଏହାପ‌ରେ କିଛି ଉତ୍ତରକୁ ଯାଇ ଦିଗ ପରିବର୍ତ୍ତନ କରି ମିଆଁମାର-ବାଂଲାଦେଶ ଯାଇପାରେ । ଦିଗ ପରିବର୍ତ୍ତନ ନ କଲେ ଦେଶର ପୂର୍ବ ଉପକୂଳ ଛୁଇଁପାରେ ।

ପ୍ରକାଶ ଥାଉ ଯେ, ଗତକିଛି ଦିନ ଭଳି ଆଜି ବି ପଶ୍ଚିମ ଓଡ଼ିଶାରେ ତାତି ଅଣାୟତ୍ତ ଥିଲା । ବଲାଙ୍ଗୀର ଜିଲ୍ଲା, ଟିଟିଲାଗଡ଼ ଓ ବୌଦ୍ଧର ଦିନ ତାପମାତ୍ରା ୪୨ ଡିଗ୍ରି ଉପରେ ‌ରହିଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପଶ୍ଚିମ ଓଡ଼ିଶା ସମେତ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ମଧ୍ୟ ତାତି ଏହିଭଳି ଉପରମୁହାଁ ରହିବ ।

ଏପ୍ରିଲ ୭ରେ ଲଘୁଚାପ,୧୧ ତାରିଖରେ ବାତ୍ୟା!

ଖରାଦିନେ ବି ବର୍ଷିବ, ଆସୁଛି କାଳବୈଶାଖୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments