1. କୃଷି ଖବର

ଏପ୍ରିଲ ୭ରେ ଲଘୁଚାପ,୧୧ ତାରିଖରେ ବାତ୍ୟା!

ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ୭ ତାରିଖରେ ଲଘୁଚାପ ସୃଷ୍ଟି ପରେ ୯ ତାରିଖରେ ଅବପାତ ଓ ୧୧ ତାରିଖରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

Sudesna Nayak
Sudesna Nayak
weather update Cyclone in odisha

weather update Cyclone in odisha

ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା (Cyclone)ସମ୍ଭାବନା ରହିଛି । ୭ ତାରିଖରେ ଲଘୁଚାପ ସୃଷ୍ଟି ପରେ ୯ ତାରିଖରେ ଅବପାତ ଓ ୧୧ ତାରିଖରେ ବାତ୍ୟା (Cyclone)ରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ସୂଚନା ଅନୁଯାୟୀ, କହିବାକୁ ଗଲେ ହିଁ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଥିବାରୁ ବାତ୍ୟା (Cyclone) ହେବ କି ନାହିଁ, ସେ ଚିତ୍ର ସ୍ପଷ୍ଟ ହେଉନି ବୋଲି ସେ ସୂଚନା ଦେଇଛନ୍ତି । ସେପଟେ ମଙ୍ଗଳବାର (Tuesday)
ଓ ବୁଧବାର (Wednesday)ରାଜ୍ୟର କିଛି ସ୍ଥାନରେ ବର୍ଷା (RAIN) ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପ୍ରଫେସର ପଶୁପାଳକ କହିଛନ୍ତି, ଆସନ୍ତା ୫ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୭ ସୁଦ୍ଧା ଲଘୁଚାପ ହେବ । ତେବେ ଲଘୁଚାପ ପରେ ଏହାର ଗତିପଥ କଣ ହେବ ଓ କେତେ ଘନୀଭୂତ ହେବ ସେ ନେଇ ପାଣିପାଗ ମଡେଲଗୁଡିକ ଭିନ୍ନ ପୂର୍ବାନୁମାନ କରୁଛନ୍ତି । ଲଘୁଚାପ ପରେ ଏହା ବିଶେଷ ଘନୀଭୂତ ହେବନି ବୋଲି ୟୁରୋପିଆନ୍‌ ମଡେଲ, ଅଷ୍ଟ୍ରେଲିଆନ୍‌ ମଡେଲ ଓ ଜର୍ମାନୀ ମଡେଲ ଆକଳନ କରିଛି । ଲଘୁଚାପ ପରେ ଏହା ପଶ୍ଚିମ ଆଡକୁ ଗତି କରି ତାମିଲନାଡୁ ଓ ସଂଲଗ୍ନ ଆନ୍ଧ୍ର କୂଳକୁ ଗତି କରିବ । ଏହା କ୍ରମଶଃ ଦୁର୍ବଳ ହୋଇଯିବ ।

ଏନ୍‌ସିଇପି ଓ ଜିଏଫଏସ୍‌ ମଡେଲ କହୁଛି, ୭ରେ ଲଘୁଚାପ ପରେ ୯ରେ ଅବପାତ ଓ ୧୧ରେ ବାତ୍ୟାରେ ପରିଣତ ହୋଇପାରେ । ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରକୁ ମୁହାଁଇବ । ପରେ ଏହା ଉତ୍ତରକୁ ଯାଇ ଦିଗ ପରିବର୍ତ୍ତନ କରି ମିଆଁମାର ଓ ବାଲାଂଦେଶ ଆଡ଼କୁ ଯିବ । ଦିଗ ନ ବଦଳାଇଲେ ଏହା ଦେଶର ପୂର୍ବ ଉପକୂଳ ଛୁଇଁବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ରାଜ୍ୟରେ ଗତ ଦୁଇ ଦିନ ବର୍ଷା (RAIN)ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । କିନ୍ତୁ କୌଣସି ସ୍ଥାନରେ ବର୍ଷା (RAIN)ହୋଇନି । ମଙ୍ଗଳବାର (Tuesday)ଓ ବୁଧବାର (Wednesday) ପାଇଁ ମଧ୍ୟ ବର୍ଷା (RAIN) ପୂର୍ବାନୁମାନ ରହିଛି । ମଙ୍ଗଳବାର (Tuesday)ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା (RAIN)ହୋଇପାରେ । ବୁଧବାର (Wednesday) ମଧ୍ୟ ଏହି ସବୁ ଜିଲ୍ଲାରେ ବର୍ଷା (RAIN)ହେବ ବୋଲି ବିଭାଗ ଆକଳନ କରିଛି ।

ପ୍ରକାଶ ଥାଉ ଯେ,ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ୪୨.୬ ଡିଗ୍ରୀ ଓ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ବୌଦ୍ଧ ଜିଲ୍ଲାରେ ୪୨, ଝାରସୁଗୁଡା ଜିଲ୍ଲାରେ ୪୦.୮, ଭବାନୀପାଟଣାରେ ୪୦.୬, ସୋନପୁରରେ ୪୦.୬ ଓ ସମ୍ବଲପୁର ଜିଲ୍ଲାରେ ୪୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ପୁରୀ, ଭୁବନେଶ୍ୱର, କଟକ, ଗୋପାଳପୁର, ଚାନ୍ଦବାଲିରେ ତାତି କମ୍‌ ରହିଛି ।

ଖରାଦିନେ ବି ବର୍ଷିବ, ଆସୁଛି କାଳବୈଶାଖୀ

ଆଉ ଦୁଇ ଦିନ ଖରାରେ ସିଝିବ ଓଡିଶା,ଏପ୍ରିଲ ୩ ରୁ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments