1. କୃଷି ଖବର

ଆଉ ଦୁଇ ଦିନ ଖରାରେ ସିଝିବ ଓଡିଶା,ଏପ୍ରିଲ ୩ ରୁ ବର୍ଷା

ଶୁକ୍ରବାର ଓ ଶନିବାର ଗ୍ରୀଷ୍ମ ପ୍ରଭାବ ଜାରି ରହିବ। ଆସନ୍ତା ୩ ଓ ୪ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବର୍ଷା ଯୋଗୁ ତାତିରୁ ଆଶ୍ୱସ୍ତି ମିଳିବ ।

Sudesna Nayak
Sudesna Nayak
Weather RAIN Odisha News

Weather RAIN Odisha News

ଶୁକ୍ରବାର (Friday) ଓ ଶନିବାର (Saturday) ଗ୍ରୀଷ୍ମ ପ୍ରଭାବ (Heat Waves) ଜାରି ରହିବ। ଆସନ୍ତା ୩ ଓ ୪ ତାରିଖରେ ରାଜ୍ୟରେ ବର୍ଷା (RAIN)ସମ୍ଭାବନା ରହିଛି । ବର୍ଷା (RAIN)ଯୋଗୁ ତାତିରୁ ଆଶ୍ୱସ୍ତି ମିଳିବ ।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ରାୟଗଡ଼ା ଜିଲ୍ଲା ଓ ଗଜପତି ଜିଲ୍ଲା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ଏହି ଦୁଇ ଦିନ ବର୍ଷା (RAIN) ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୩ ଦିନ ପରେ ରାଜ୍ୟର ତାପମାତ୍ରା ୨ ଡିଗ୍ରୀ କମିବ ବୋଲି ଆକଳନ କରାଯାଇଛି ।

ରାଜ୍ୟର ୮ ଟି ଜିଲ୍ଲାର ତାପମାତ୍ରା ଏବେ ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ୪୧.୨, ଭବାନୀପାଟଣାରେ ୪୧.୨, ବଲାଙ୍ଗୀର ଜିଲ୍ଲାରେ ୪୧.୨, ବୌଦ୍ଧ ଜିଲ୍ଲାରେ ୪୧, ସମ୍ବଲପୁର ଜିଲ୍ଲାରେ ୪୦.୧ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଭୁବନେଶ୍ୱର ସମେତ ପୁରୀ, କଟକ, ପାରାଦୀପ, ବାଲେଶ୍ୱର ଓ ଗୋପାଳପୁରରେ ଦିନବେଳାର ତାପମାତ୍ରା ଅପେକ୍ଷାକୃତ କମ୍‌ ଥିଲା । ସେହିଭଳି ଫୁଲବାଣୀରେ ରାତିବେଳା ସର୍ବନିମ୍ନ ତାପମାତ୍ରା ମାତ୍ର ୧୯.୫ ଡିଗ୍ରୀ ରେକର୍ଡ ହୋଇଛି ।

ପ୍ରକାଶ ଥାଉ ଯେ,ଆସନ୍ତା ଦୁଇ ଦିନ ରାଜ୍ୟରେ ଗ୍ରୀଷ୍ମ ଲହରୀ (Heat Waves) ଜାରି ରହିବ । ଶୁକ୍ରବାର ଦିନ (Friday)ଓ ଶନିବାର ଦିନ (Saturday)ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା, ବରଗଡ଼ ଜିଲ୍ଲା, ବୌଦ୍ଧ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଲହରୀ (Heat Waves)ବହିବାର ଆଶଙ୍କା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଏହା ସ୍ୱାସ୍ଥ୍ୟଗତ ସମସ୍ୟା ଆଣିପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଆଜିଠୁ ରାଜ୍ୟରେ ଅଗ୍ନି ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

୧ଯାଏଁ ଭୀଷଣ ଖରା;ରାଜ୍ୟର ୭ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments