1. କୃଷି ଖବର

ଆଜିଠୁ ରାଜ୍ୟରେ ଅଗ୍ନି ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଗକୁ ରାଜ୍ୟରେ ତାତି ଆହୁରି ବଢିବ । ଆସନ୍ତା ତିନି ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ ।

Sudesna Nayak
Sudesna Nayak
Weather Updates Heat Wave alert issue for odisha districts temp may cross 42 degree

Weather Updates Heat Wave alert issue for odisha districts temp may cross 42 degree

ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ (Heat Waves)ଜାରି ରହିଛି । ଆଗକୁ ରାଜ୍ୟରେ ତାତି (HOT)ଆହୁରି ବଢିବ । ଆସନ୍ତା ତିନି ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ (Heat Waves)ଅନୁଭୂତ ହୋଇପାରେ ।

ସୂଚନା ଅନୁଯାୟୀ, ଗୁରୁବାର (Thursday)ଠାରୁ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟକୁ ଉତ୍ତପ୍ତ ଶୁଷ୍କବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି । ଫଳରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ତେଣୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ୟେଲୋ ୱାର୍ଣ୍ଣିଂ (yellow warning)ଜାରି କରାଯାଇଛି ।

୩୧ ତାରିଖରେ ବୌଦ୍ଧ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ଅନୁଗୋଳ ଜିଲ୍ଲା ଓ ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରାଯାଇଛି । ତେବେ ଏପ୍ରିଲ ୧ ତାରିଖରେ ବୌଦ୍ଧ ଜିଲ୍ଲା, ସୋନପୁର ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ଅନୁଗୁଳ ଜିଲ୍ଲା ଓ ସମ୍ବଲପୁର ଆଦି ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରିଛି । ଏହି ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ମଙ୍ଗଳବାରର ଓଡ଼ିଶାର ୭ଟି ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ସାରା ରାଜ୍ୟରେ ୪୧.୫ ଡିଗ୍ରୀ ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଫୁଲବାଣୀରେ ସର୍ବନୀମ୍ନ ୧୭ ଡିଗ୍ରୀ ରେକର୍ଡ କରାଯାଇଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶା ଓ ଉପକୂଳର କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ବରର ସର୍ବାଧିକ ଦିନ ତାପମାତ୍ରା (Temprature) ୩୬.୫ ଡିଗ୍ରୀ ରହିଥିବାବେଳେ ସର୍ବନୀମ୍ନ ୨୩.୮ ଡିଗ୍ରୀ ରହିଥିଲା ।

ପ୍ରକାଶ ଥାଉ ଯେ, ଆସନ୍ତା ଦୁଇ ଦିନରେ ସର୍ବୋଚ୍ଚ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ (Heat Waves)ଜାରି ରହିବ । ଏପ୍ରିଲ ପ୍ରଥମ ସପ୍ତାହର ଶେଷ ବେଳକୁ ଦିନର ତାପମାତ୍ରା ଦେଢ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

୧ଯାଏଁ ଭୀଷଣ ଖରା;ରାଜ୍ୟର ୭ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଆହୁରି ଛଟପଟ କରିବ ତାତି :୧ଯାଏଁ ଭୀଷଣ ଖରା, ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments