News

କିଏ ଭେଲୁମନି ? ବିଫଳତା ସତ୍ତ୍ବେ ଛେଳି ପାଳନ ବ୍ୟବସାୟରେ ବିନିଯୋଗ କରିବାକୁ ଚାହୁଁଛନ୍ତି 100 କୋଟି

ଥାଇରୋକେୟାର ପ୍ରତିଷ୍ଠାତା ଡ. ଆରୋକିଆସ୍ୱାମୀ ଭେଲୁମନି ରବିବାର ଟ୍ୱିଟ୍ କରି କହିଛନ୍ତି ଯେ ସେ ଛେଳି ପାଳନ ବ୍ୟବସାୟରେ 100 କୋଟି ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ।

31 August, 2022 1:58 PM IST By: Shuvanshu Kar

ଥାଇରୋକେୟାର ପ୍ରତିଷ୍ଠାତା(Thyrocare founder) ଡ. ଆରୋକିଆସ୍ୱାମୀ ଭେଲୁମନି ରବିବାର ଟ୍ୱିଟ୍ କରି କହିଛନ୍ତି ଯେ ସେ ଛେଳି ପାଳନ ବ୍ୟବସାୟ(goat farming business)ରେ 100 କୋଟି ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି । ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ । ହେଲେ ଛେଳି ପାଳନ ଜୀବନରେ ତାଙ୍କର ପ୍ରଥମ ବିଫଳତା ଥିଲା ବୋଲି ଆରୋକିଆସ୍ୱାମୀ ଭେଲୁମନି ପ୍ରକାଶ କରିଛନ୍ତି ।

ବୈଜ୍ଞାନିକ ଆଗ୍ରହୀ ବ୍ୟକ୍ତିଙ୍କ ପ୍ରସ୍ତାବ, ଅନୁରୋଧ ଏବଂ ପରାମର୍ଶକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି । ଏହି ସମୟରେ ଅନେକ ଟ୍ୱିଟର ୟୁଜର୍ସ ଆରୋକିଆସ୍ୱାମୀ ଭେଲୁମନିଙ୍କୁ ଏହି ନୂତନ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଗୁଜୁରାଟରେ ଛେଳି ପାଳି ପନିର ତିଆରି କରୁଥିବା ବ୍ୟକ୍ତିଙ୍କ ଏକ ଆର୍ଟିକିଲ୍ ସେୟାର କରିଛନ୍ତି । ଅପରପକ୍ଷେ ଆରୋକିଆସ୍ୱାମୀ ଭେଲୁମନି ଏଥିପାଇଁ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଭେଲୁମନି 1996ରେ ଥାଇରୋକେୟାର ଆରମ୍ଭ କରିଥିଲେ । ଉଦ୍ୟୋଗ ଜଗତରେ ପାଦ ଦେବା ତାଙ୍କ ଜୀବନର ବଡ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ବୋଲି ପ୍ରକାଶ କରିଥିଲେ ଭେଲୁମନି । ଏହି ନିଷ୍ପତ୍ତି ନେବାକୁ ତାଙ୍କୁ ଚାରି ଘଣ୍ଟା ଲାଗିଥିଲା । ତୁଳନାତ୍ମକ ଭାବରେ, 2016 ରେ ଥାଇରୋକେୟାରକୁ ସାର୍ବଜନିନ କରିବା 30 ମିନିଟର ନିଷ୍ପତ୍ତି ଥିଲା ଏବଂ ଫାର୍ମଇଜି ସହିତ 4,546 କୋଟି ଟଙ୍କାର ଚୁକ୍ତି ପାଇଁ ଏକ ମିନିଟ୍ ସମୟ ଲାଗିଥିଲା । ହେଲଥଟେକ୍ ୟୁନିକର୍ନ ଥାଇରୋକେୟାରରେ 66.1 ପ୍ରତିଶତ ଅଂଶଧନ ହାସଲ କରିଛି ।

1959 ତାମିଲନାଡୁର କୋଏମ୍ବାଟୁର ଉପକଣ୍ଠରେ ଥିବା ଏକ ଗାଁର ଗରିବ କୃଷକ ପରିବାରରେ ଜନ୍ମ ହୋଇଥିବା ଭେଲୁମନି ଚାରି ପରିବାରର ବଡ ପୁଅ । ଭେଲୁମନି ନିଜର ଶିକ୍ଷା ସମାପ୍ତ କରି ପ୍ରଥମେ କୋଏମ୍ବାଟୁରର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏବଂ ପରେ ମୁମ୍ବାଇର ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର (BARC)ରେ ଚାକିରି କରିଥିଲେ ।

ପତ୍ନୀ ମୁମ୍ବାଇରେ ପ୍ରଥମ ଥାଇରୋକେୟାର ଲ୍ୟାବ ସ୍ଥାପନ କରିଥିଲେ। ଇଣ୍ଡିଆଟାଇମ୍ସ ରିପୋର୍ଟ ଅନୁଯାୟୀ 2020 ପର୍ଯ୍ୟନ୍ତ ଲାଭ 51% ବୃଦ୍ଧି ହୋଇ 119.7 କୋଟିରେ ପହଞ୍ଚିଛି।

ଛେଳି ପାଳନ

ଦୁନିଆର ସବୁଠାରୁ ମହଙ୍ଗା ଛେଳି, 21,000 ଡଲାରରେ ହେଲା ବିକ୍ରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)