News

Kalabeishakhi instructions: ୨୦ ପର୍ଯ୍ୟନ୍ତ କାଳବୈଶାଖୀ

SRCଙ୍କ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି...

16 March, 2024 10:00 AM IST By: Tanushree Mahapatra

ଉପକୂଳ ଓ ଉତ୍ତର ଓଡ଼ିଶାରେ ପାଗ କୋହଲା ଦେଖିବାକୁ ମିଳିଛି l ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ରାଜ୍ୟରେ । ଅନୁଗୁଳ ଜିଲ୍ଲା ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିବ ଆଗ ଭଳି । ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରି ରେକର୍ଡ କରାଯାଇଛି ଗତକାଲି ।

ଏହାବ୍ୟତୀତ ଝାରସୁଗୁଡ଼ାରେ ୩୮.୭ ଡିଗ୍ରୀ , ଟିଟିଲାଗଡ଼ରେ ୩୮.୫ ଡିଗ୍ରୀ , ମାଲକାନଗିରିରେ ୩୮ ଡିଗ୍ରୀ , ସୋନପୁରରେ ୩୭.୯ ଡିଗ୍ରୀ , ସମ୍ବଲପୁର ଓ ଭବାନୀପାଟଣା ଜିଲ୍ଲାରେ ୩୭.୮ ଡିଗ୍ରୀ , ଅନୁଗୁଳରେ ୩୭.୭ ଡିଗ୍ରୀ , ହୀରାକୁଦରେ ୩୭.୬ ଡିଗ୍ରୀ  ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଅନ୍ୟପଟେ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦିନର ତାପମାତ୍ରା ୩୪ ରୁ ୩୬ ଡିଗ୍ରି ରହିବ l ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୩୭ ରୁ ୩୯ ଡିଗ୍ରି ମଧ୍ୟରେ ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ପରବର୍ତ୍ତୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ ରୁ ୫ ଡିଗ୍ରି ତଳକୁ ଖସିବାର ସମ୍ଭାବନା ରହିଛି l 

ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବିଭିନ୍ନ ଜିଲ୍ଲା ପାଇଁ SRCଙ୍କ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଆଜି ଅର୍ଥାତ ଶନିବାର ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା ରହିଛି । ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ମୟୂରଭଞ୍ଜ,କଟକ, ଯାଜପୁର, ଝାରସୁଗୁଡ଼ା, ବାଲେଶ୍ବର, ଭଦ୍ରକ, ସମ୍ବଲପୁର,ସୁନ୍ଦରଗଡ଼, ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ଜିଲ୍ଲାରେ କାଳବୈଶାଖୀ ହେବାକୁ ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି । ୧୮ ତାରିଖରେ ମଧ୍ୟ ରାଜ୍ୟର କିଛି କିଛି ଜିଲ୍ଲା ତଥା ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ବର, ବରଗଡ଼, ସୁନ୍ଦରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକରେ କାଳବୈଶାଖୀ ପ୍ରଭାବ ରହିବ ବୋଲି କହିଛି ବିଭାଗ ।

୧୯ ତାରିଖ ସକାଳଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡ଼ିକରେ ୪୦ ରୁ ୫୦ କି.ମି ବେଗରେ ପବନ ସହ କାଳବୈଶାଖୀ ଯୋଗୁଁ ଲୋକେ ପ୍ରଭାବିତ ମଧ୍ୟ ହେବାର ଆଶଙ୍କା ରହିଛି । ‌ଏହି ସମୟରେ କନ୍ଧମାଳ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଟକରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜରୁରୀକାଳୀନ ପରିସ୍ଥତି ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିବା ପାଇଁ ଏସ୍‌ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

AADHAAR CARD : କରନ୍ତୁ ମାଗଣାରେ ଅପଡେଟ୍

OSSSC 2024: ରାଜ୍ୟରେ ବଡ଼ ଶିକ୍ଷକ ନିଯୁକ୍ତି ସୁଯୋଗ, ପୂରଣ ହେବ 2500+ ପୋଷ୍ଟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)