1. କୃଷି ଖବର

ବିହନ କଥା, ଜାଣି ରଖିଥା !!

ଟିକି ଟିକି ମଞ୍ଜିରୁ ସୃଷ୍ଟି ହେଉଥିବା ଗଛ ଆଉ ସେହି ସବୁ ଗଛରେ ଫୁଲ ଫଳର ସମ୍ଭାର ଦେଖିଲେ ମନ ଖୁସିରେ ପୁରି ଉଠେ l ଲାଗେ ଯେମିତି ଏଇ ହେଉଛି ପ୍ରକୃତିର ଉପହାର l ଭଲ ବିହନ ବୁଣିଲେ ହିଁ ଏଭଳି ଲାଭ ମିଳିଥାଏ l ଲାଭଦାୟକ ଏବଂ ଉତ୍ତମ ଅମଳ ନିମନ୍ତେ ଭଲ ବିହନର ଆବଶ୍ୟକତା ରହିଛି l ଫସଲ ଅମଳ ଉପରେ ରୋଗ, ପୋକ, ଏବଂ ଋତୁ ପ୍ରଭାବ ପକାଇଥାଏ l ଉତ୍ପାଦନ ବୃଦ୍ଧି ନିମନ୍ତେ ଉପଯୁକ୍ତ ବିହନର ଭୂମିକାକୁ ଅଣଦେଖା କରାଯାଇପାରିବ ନାହିଁ l ବଗିଚା ନିମନ୍ତେ ହେଉ ବା ଜମି ପାଇଁ ହେଉ ବିହନ କିଣିବା ସମୟରେ ଆମେ କେତୋଟି ଦିଗ ପ୍ରତି ଧ୍ୟାନ ଦେଲେ ନିଶ୍ଚିତ ଭାବରେ ଆମେ ଉପଯୁକ୍ତ ଅମଳ ପାଇପାରିବା l ବିହନ ବାଛିବା ବିଷୟରେ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ l ଏହା କରିବା ଦ୍ୱାରା ଆମର ପରିଶ୍ରମ ଏବଂ ପଇସାର ମୂଲ୍ୟ ରହିଥାଏ l ବେଳେ ବେଳେ ଆମର ଚାଷୀ ଭାଇମାନେ ଖରାପ ବିହନ କିଣି କ୍ଷତିରେ ପଡ଼ିବାର ନଜିର ମଧ୍ୟ ରହିଛି l ବିହନ ଚୟନ କରିବା ନିମନ୍ତେ ଆସନ୍ତୁ କିଛି ଉପାଦେୟ ଦିଗ ବିଷୟରେ ଆଜି ଏଠାରେ ଆଲୋଚନା କରିବା l

Sugyan Kumar Nayak
Sugyan Kumar Nayak
Tips for seed selection

(୧) ମୁଖ୍ୟତଃ ଆଞ୍ଚଳିକ ବିହନ ବିକ୍ରେତାଙ୍କ ଠାରୁ ବିହନ କ୍ରୟ କରନ୍ତୁ l ଆପଣଙ୍କ ଅଞ୍ଚଳ ନିମନ୍ତେ କେଉଁ ବିହନ ଉପଯୁକ୍ତ ସେ ବିଷୟରେ ସେମାନେ ହିଁ ଭଲ ଭାବରେ ଜାଣନ୍ତି l ଅନଲାଇନରେ ବିହନ କିଣିବା ପୂର୍ବରୁ ବ୍ୟବସାୟୀଙ୍କର ସମସ୍ତ ତଥ୍ୟ ହାସଲ କରନ୍ତୁ l

 (୨) ବିହନ ପ୍ୟାକେଟର ବିହନ ପରିମାଣ ଏବଂ ଏହାର ମୂଲ୍ୟ ଉପରେ ଧ୍ୟାନ ଦିଅନ୍ତୁ l ଏହା ଦ୍ୱାରା ଆପଣ ଅଧିକ ଖର୍ଚ୍ଚାନ୍ତ ନହୋଇ ନିଜର ଆବଶ୍ୟକତା ଅନୁସାରେ ବିହନ କିଣିପାରିବେ l

(୩) ବିହନ ପ୍ୟାକେଜିଙ୍ଗ ତାରିଖ ଉପରେ ଦୃଷ୍ଟି ଦିଅନ୍ତୁ l ସଦ୍ୟ ତଥା ନୂତନ ବିହନରୁ ଉତ୍ତମ ଅମଳ ମିଳିବ l ବହୁତ ଦିନ ପୂର୍ବରୁ ପ୍ୟାକେଜିଙ୍ଗ ହୋଇଥିବା ବିହନ ଅଧିକ ପରିମାଣରେ ଫଳପ୍ରଦ ହୋଇନଥାଏ l

(୪) ସ୍ଥାନୀୟ ଜଳବାୟୁକୁ ଦୃଷ୍ଟିରେ ରଖି ବିହନ କିଣନ୍ତୁ l କେଉଁ ଫସଲ ଆପଣଙ୍କ ଅଞ୍ଚଳରେ ଭଲ ଭାବରେ ବଢ଼ି ପାରିବ ସେଥି ପ୍ରତି ଧ୍ୟାନ ଦିଅନ୍ତୁ, ଏହା  ଦ୍ୱାରା ଆପଣ ଲାଭବାନ ହୋଇପାରିବେ l

(୫) ପ୍ୟାକେଟ ଉପରେ ଦିଆଯାଇଥିବା ନିର୍ଦ୍ଦେଶକୁ ଭଲ ଭାବରେ ପଢ଼ନ୍ତୁ l ଏହି ନିର୍ଦ୍ଦେଶଗୁଡ଼ିକ ଆପଣଙ୍କ ପାଇଁ ରହିଥାଏ l ଏହାକୁ ଅବଲମ୍ବନ କରି ଆପଣ ଉତ୍ତମ ଅମଳ ପାଇପାରିବେ l

(୬) ଅଧିକ ପରିମାଣର ବିହନ କିଣନ୍ତୁ ନାହିଁ l ଅଧିକ ପରିମାଣର ବିହନ ବୁଣିବାର ଅର୍ଥ ନୁହେଁ ଅଧିକ ଅମଳ ମିଳିବ l ଆପଣ ଯେତିକି ପରିମାଣର ବିହନ ଦରକାର କରନ୍ତି ସେତିକି ପରିମାଣର ବିହନ କିଣନ୍ତୁ l ବିହନ କିଣିବା ପୂର୍ବରୁ ସବୁବେଳେ ମନରେ ସ୍ଥିର କରନ୍ତୁ ଆପଣ କେତେ ଜାଗାରେ ଫସଲ କରିବେ ସେହି ଅନୁସାରେ ବିହନ କିଣନ୍ତୁ l

(୭) ଅନୁଭୂତିସମ୍ପର୍ଣ୍ଣ ବ୍ୟବସାୟୀଙ୍କ ଠାରୁ ବିହନ କିଣନ୍ତୁ l ଏହା ଦ୍ୱାରା ଆପଣଙ୍କୁ ବିହନ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ବ୍ୟବସାୟୀଙ୍କ ଠାରୁ ମିଳିପାରିବ l ଆପଣଙ୍କୁ ଦ୍ୱନ୍ଦ୍ୱ ଏବଂ ଦୁଶ୍ଚିନ୍ତାରୁ ମୁକ୍ତି ମିଳିବ l ଏହାର ଅର୍ଥ ନୁହେଁ ନୂତନ ବ୍ୟବସାୟୀମାନେ ଭୂଲ, କିନ୍ତୁ ପୁରୁଣା ବ୍ୟବସାୟୀମାନଙ୍କର ଏ ବାବଦରେ ଅଧିକ ଅନୁଭୂତି ରହିଥାଏ l

(୮) ବଜାରରେ ରିହାତି ମୂଲ୍ୟରେ ମିଳୁଥିବା ବିହନ କିଣନ୍ତୁ ନାହିଁ l ପ୍ରାୟତଃ ପୁରୁଣା ବିହନର ଷ୍ଟକ ହଟାଇବା ପାଇଁ ବ୍ୟବସାୟୀମାନେ ବିହନ ବିକ୍ରି ଉପରେ ରିହାତି ପ୍ରଦାନ କରିଥାନ୍ତି l ଏହି ବିହନର ଗୁଣବତ୍ତା ଠିକ ନଥାଏ l ଫଳତଃ ଆପଣ କ୍ଷତିର ସାମ୍ନା କରିପାରନ୍ତି l ଶସ୍ତାରୁ ହୀନସ୍ତା ଅବସ୍ଥା ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments