1. କୃଷି ଖବର

ନୟାଗଡରେ ଆଜି BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ସ୍ମାର୍ଟ ସେବାରେ ସାମିଲ୍ ହେବ ନୟାଗଡ । ଆଜି ନୟାଗଡରେ ଲେଖା ହେବ ସେବା ଆଉ ବିକାଶର ନୂଆ କାହାଣୀ । ଜିଲ୍ଲାବାସୀଙ୍କୁ ବିକାଶର ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Sudesna Nayak
Sudesna Nayak
BSKY smart health card distribution in nayagarh

BSKY smart health card distribution in nayagarh

ସ୍ମାର୍ଟ ସେବାରେ ସାମିଲ୍ ହେବ ନୟାଗଡ । ଆଜି ନୟାଗଡରେ ଲେଖା ହେବ ସେବା ଆଉ ବିକାଶର ନୂଆ କାହାଣୀ । ଜିଲ୍ଲାବାସୀଙ୍କୁ ବିକାଶର ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜାରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ (Biju Swasthya Kalyan Yojana) ଯୋଜନାରେ ଜାରି ରହିଛି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ।

ଏଣିକି ନୟାଗଡ ଜିଲ୍ଲାର ସ୍ବାସ୍ଥ୍ୟସେବାର ଚିତ୍ର ବଦଳିବ । ଆଜି(ମଙ୍ଗଳବାର) ନୟାଗଡ ଜିଲ୍ଲା କୁ ମିଳିବ BSKY(Biju Swasthya Kalyan Yojana) ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ । ଭିଡିଓ କନଫରେସିଂ ଜରିଆରେ ଆଜି ଜିଲ୍ଲାବାସୀଙ୍କୁ କାର୍ଡବାଣ୍ଟିବେ (Smart Health Card Distribution in Nayagarh)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ।

ଏଥିରେ 2 ଲକ୍ଷ, 24ହଜାର 368ଟି ପରିବାରର 7 ଲକ୍ଷ 73ହଜାର 183 ହିତାଧିକାରୀ ଉପକୃତ ହେବେ । ଏଥିସହ 1000 କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ବିଭିନ୍ନ ପ୍ରକଳ୍ପର ଉଦଘାଟନର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଆଜି(ମଙ୍ଗଳବାର) ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ଉଦଘାଟନ କରିବେ । ସଭାରେ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହିବେ । ଉଦଘାଟନର ସିଧା ପ୍ରସାରଣ ଦେଖିବା ପାଇଁ ଜିଲ୍ଲାର ଆଠଟି ବ୍ଲକ ଅଞ୍ଚଳରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହା ପୂର୍ବରୁ କଟକ, ଖୋର୍ଦ୍ଧା ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ବୌଦ୍ଧ, ଝାରସୁଗୁଡା, ମୟୂରଭଞ୍ଜ, ଗଜପତି, ସୁନ୍ଦରଗଡ, ମାଲକାନଗିରି, କଳାହାଣ୍ଡି, ନୂଆପଡା, ଦେବଗଡ ଓ ବରଗଡ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବିତରଣ ସରିଛି ।

କଟକ ଓ ଖୋର୍ଦ୍ଧାରେ ଆଜି BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଆଉ ୪ ମାସ ମାଗଣା ଚାଉଳ – ମୁଖ୍ୟମନ୍ତ୍ରୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments