1. କୃଷି ଖବର

Today Horoscopes:୧୨ ଡିସେମ୍ବର ସୋମବାର : ଆପଣଙ୍କର ଆଜିର ରାଶିଫଳ ଜାଣନ୍ତୁ...

୧୨ ଡିସେମ୍ବର ସୋମବାର । ଆପଣଙ୍କର ଆଜିର ରାଶିଫଳ ବିଷୟରେ ଜାଣନ୍ତୁ...

Sudesna Nayak
Sudesna Nayak
Today Horoscopes 12.12.022

Today Horoscopes 12.12.022

ମେଷ: ବ୍ୟବସାୟରେ କଠିନ ପରିଶ୍ରମର ଫଳ ଅବଶ୍ୟ ମିଳିବ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ । ପାରିବାରିକ ସଦସ୍ୟମାନଙ୍କ ସାଥିରେ ଭୋଜନ କରିବା ତଥା ଆନନ୍ଦଦାୟକ ସମୟ ବିତାଇବାର ଯୋଗ ଅଛି । ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ ।

ବୃଷ: ସ୍ଵାସ୍ଥ୍ୟ ଭଲ ରହିବାଯୋଗୁଁ ସୁଖ ଏବଂ ଆନନ୍ଦର ଅନୁଭୂତି ହେବ । ଆର୍ଥିକ ରୂପେ ଆପଣ ବନ୍ଧୁଠାରୁ ସାହାଯ୍ୟ ପାଇବେ । କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ । ମାନହାନିର ସମ୍ଭାବନା ରହିଛି ।

ମିଥୁନ: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ । କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ସାମାଜିକ ପତିଆରା ବଜାୟ ରହିବ ।

କର୍କଟ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅଧିକ ରହିବ । ଶୀତ ବସ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ ।

ସିଂହ: ବ୍ୟବସାୟରେ କ୍ଷତି ସହିପାରନ୍ତି । ଚାକିରିଜୀବୀଙ୍କ ଲାଗି ଦିନଟି ବହୁତ ଭଲ । ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ । ଛାତ୍ରଙ୍କର ପାଠପଢ଼ାରେ ମନ ଲାଗିବ ।

କନ୍ୟା: ଦାମ୍ପତ୍ୟ ଜୀବନ ଭଲ ରହିବ । ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ । ଅଧୁରା କାମ ପୂରା ହେବ ।

ତୁଳା: ସ୍ଵାସ୍ଥ୍ୟର ଧ୍ୟାନ ରଖିବେ । କଟୁ ବଚନ କିମ୍ବା ଖରାପ ବ୍ୟବହାର କାରଣରୁ ଝଗଡ଼ା କିମ୍ବା ବିବାଦ ହୋଇପାରେ । ପ୍ରେମ ଜୀବନ ଭଲ ରହିବ।

ବିଛା: ଅବିବାହିତମାନଙ୍କ ପାଇଁ ବୈବାହିକ ଯୋଗବନିବ । ସାଂସାରିକ ଜୀବନରେ ଆନନ୍ଦ ଅନୁଭବ କରିବେ । ଜୀବନସାଥୀଙ୍କୁ ଦାମୀ ଉପହାର ଦେଇପାରନ୍ତି ।

ଧନୁ: ଗୃହସ୍ଥ ଜୀବନରେ ଆନନ୍ଦ ହିଁ ଆନନ୍ଦ ହେବ । ସୁସମ୍ବାଦ ପାଇବେ । ପରିଶ୍ରମ ଅନୁସାରେ ଫଳ ପାଇବେ ।

ମକର: ଅଟକି ରହିଥିବା କୌଣସି କାର୍ଯ୍ୟକୁ ଶେଷ କରିବାକୁ ପ୍ରୟାସ କରିବେ । କୌଣସି କାମରେ ଲାଗି ରହିଥିବା ବାଧା ଦୂର ହୋଇଯିବ । ଆର୍ଥିକ ସ୍ଥିତି ସୁଧୁରିବ ।

କୁମ୍ଭ: ବନ୍ଧୁ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ । ଅଦରକାରୀ ଜିନିଷ ଓ ଅଦରକାରୀ ଭାବନା ଉପରେ ଅଧିକ ସମୟ ନଷ୍ଟ କରନ୍ତୁ ନାହିଁ ।

ମୀନ: ମନ ଦେଇ ସବୁ କାମ କରି ପ୍ରଶଂସିତ ହେବେ । ବେପାରରେ ଯୋଜନାବଦ୍ଧ କାମ ହେବ । ହୋଟେଲ ମାଲିକଙ୍କର ଧନ ବୃଦ୍ଧି ହେବ । ସଂପର୍କୀୟ ଠାରୁ ଭଲ ଖବର ଶୁଣିବେ ।

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments