News

ଆଜି ପବିତ୍ର ହେରା ପଞ୍ଚମୀ, ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ମା' ଲକ୍ଷ୍ମୀ

ପତ୍ନୀଙ୍କୁ ନ ଆଣି ବଡଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ମାଉସୀ ମା ଘରକୁ ଆସିଛନ୍ତି ଜଗନ୍ନାଥ ମହାପ୍ରଭୁ | ଯାହାକୁ ନେଇ ଅଭିମାନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କ ରୋଷର ଶିକାର ହେଵ ପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ |

05 July, 2022 11:59 AM IST By: Rajashree

ଆଜି ପବିତ୍ର ହେରା ପଞ୍ଚମୀ | ପତ୍ନୀଙ୍କୁ ନ ଆଣି ବଡଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ମାଉସୀ ମା ଘରକୁ ଆସିଛନ୍ତି ଜଗନ୍ନାଥ ମହାପ୍ରଭୁ | ଯାହାକୁ ନେଇ ଅଭିମାନୀ ଲକ୍ଷ୍ମୀ (Maa Lakshmi ) ସାଆନ୍ତାଣୀଙ୍କ ରୋଷର ଶିକାର ହେଵ ପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ | ମା’ ଲକ୍ଷ୍ମୀ ସାଆନ୍ତାଣୀ ଆଜି ଗୋପନରେ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ | ମାତାଙ୍କର ଏହି ଯାତ୍ରା ପାଇଁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇସାରିଛି |

ବଡ଼ଦେଉଳ ସ୍ୱତ୍ତ୍ୱଲିପି ମୁତାବକ ଆଜି ହେରାପଞ୍ଚମୀରେ (Herapanchami Ritual )ଭଣ୍ଡାର ଘରେ ବିଜେ ମା’ ଲକ୍ଷ୍ମୀ (Maa Lakshmi) ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକ ମାଜଣା କରିବେ | ସେବକ ମାଜଣା ନୀତି ଅନୁଷ୍ଠିତ ପରେ ବନକଲାଗି, ପାଟ ଶାଢ଼ି, ଅଳଙ୍କାର ଆଭୂଷଣ ହୋଇ ପୂଜାପଣ୍ଡା ସେବକ ପନ୍ତି ଭୋଗ ଲାଗୁ କରିବେ | ବଟବୃକ୍ଷ ତଳେ ବିଜେ ବିମାନରେ ବସି ମା’ ବଡ଼ଦାଣ୍ଡ ଦେଇ ଘଣ୍ଟ, ଛତା ପଟୁଆରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସାକ୍ଷାତ କରିବାକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ (Shrigundicha temple)ବିଜେ କରିବେ |

ହେରାପଞ୍ଚମୀ ନୀତି ନନ୍ଦିଘୋଷ ରଥ (Nandighosa cart ) ପାଖରୁ ଆରମ୍ଭ ହୋଇ ନାକଚଣା ଦ୍ୱାର ନିକଟରେ ଶେଷ ହେବ | ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟରେ ପହଁଚିଥିବା ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି |

ଶ୍ରୀ ମନ୍ଦିର (Shrimandir)ନିର୍ଘଣ୍ଟ ନୀତି ଅନୁଯାୟୀ, ଭୋର ୪ଟାରେ ଦ୍ୱାରଫିଟା, ସାଢ଼େ ୪ଟାରେ ଭିତର ଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ ଓ ତଡ଼ପଲାଗି, ୬ଟାରେ ଅବକାଶ, ୮ଟାରୁ ୧୦ଟା ଭିତରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା,ଗୋପାଳବଲ୍ଲଭ, ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ସକାଳଧୂପ, ଏହା ପରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଭୋଗମଣ୍ଡପ, ମଧ୍ୟାହ୍ନ ୧୨ଟା ୪୫ରେ ମଇଲମ ନୀତି ଅନୁଷ୍ଠିତ ହେବ |

ଅପରାହ୍ଣ ସାଢ଼େ ଗୋଟାଏରେ ଯାତ୍ରାଙ୍ଗୀ ମହାସ୍ନାନ , ୨ଟାରେ ଘଣ୍ଟଛତା ସର୍ବାଙ୍ଗ, ସାଢ଼େ ୨ଟାରେ ନୂଆଲୁଗା ଲାଗି ବେଶ, ଅପରାହ୍ନ ୩ଟାରୁ ସାଢ଼େ ୪ଟା ମଧ୍ୟାହ୍ନଧୂପ, ୪ଟାରୁ ସାଢ଼େ ୫ଟା ଦ୍ୱିତୀୟ ଭୋଗମଣ୍ଡପ, ସଂଧ୍ୟା ୬ଟାରେ ମଇଲମ, ସାଢ଼େ ୬ଟାରେ ଶାଢ଼ି ଖଣ୍ଡୁଆ ଲାଗି, ସଂଧ୍ୟା ଆଳତି, ରାତି ୭ଟାରେ ମହାପ୍ରଭୁଙ୍କ ବାଡ଼େ ମହାସ୍ନାନ, ସାଢ଼େ ୭ଟାରେ ତିନି ବାଡ଼େ ଘଣ୍ଟଛତା ସର୍ବାଙ୍ଗ, ରାତି ୮ଟାରେ ନୂଆଲୁଗା ଲାଗି ଓ ଛଅ ମୂର୍ତ୍ତି ଅଳଙ୍କାର ଲାଗି ବେଶ, ସାଢ଼େ ୮ଟାରୁ ୯ଟା ସଂଧ୍ୟାଧୂପ, ସଂଧ୍ୟାଧୂପ ଛେକ ଓ ସଂଧ୍ୟାଧୂପ ପୂଜା ନୀତି ପରେ ସାଢ଼େ ୯ଟାରେ ରଥତଳ ନୀତି ସାରି ମା’ ଲକ୍ଷ୍ମୀ (Maa Lakshmi ) ପୁଣି ଜଗମୋହନକୁ ବିଜେ କରିବେ | ରାତି ୯ଟା ୩୫ରେ ମା’ ଲକ୍ଷ୍ମୀଙ୍କ (Maa Lakshmi )ଅଜ୍ଞାମାଳ ଲାଗି ଓ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି | ଚନ୍ଦନଲାଗି ପରେ ରାତି ୧୨ଟାରେ ବଡ଼ସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ ଓ ରାତି ଗୋଟାଏରେ ରାତ୍ର ପହୁଡ଼ ପାଇଁ ନୀତି ନିର୍ଘଣ୍ଟ ହୋଇଛି |

ଆଜି ହେରାପଞ୍ଚମୀ

ରଥ ଯା ଗଡି ଯା….

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)