1. କୃଷି ଖବର

ଆଜି ୱାଲ୍ଡ ମିଲ୍କ ଡେ’ ବା ବିଶ୍ୱ ଦୁଗ୍ଧ ଦିବସ

ଆଜି ଦିନଟି ହେଉଛି ୱାଲ୍ଡ ମିଲ୍କ ଡେ’ ବା ବିଶ୍ୱ ଦୁଗ୍ଧ ଦିବସ । ଅନେକ ବର୍ଷ ପୂର୍ବେ କ୍ଷୀର ଅଭାବୀ ଦେଶମାନଙ୍କ ମଧ୍ୟରେ ଭାରତ ଗଣାଯାଇଥିଲା, କିନ୍ତୁ ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ବୃହତ୍ତମ କ୍ଷୀର ଉତ୍ପାଦକ ଦେଶ ।

Tanushree Mahapatra
Tanushree Mahapatra
Today is world milk day , image source - pexels.com

Today is world milk day , image source - pexels.com

ଆଜି ଦିନଟି ହେଉଛି ୱାଲ୍ଡ ମିଲ୍କ ଡେ’ ବା ବିଶ୍ୱ ଦୁଗ୍ଧ ଦିବସ । ଅନେକ ବର୍ଷ ପୂର୍ବେ କ୍ଷୀର ଅଭାବୀ ଦେଶମାନଙ୍କ ମଧ୍ୟରେ ଭାରତ ଗଣାଯାଇଥିଲା, କିନ୍ତୁ ବର୍ତ୍ତମାନ ଭାରତ ହେଉଛି ବିଶ୍ୱର ବୃହତ୍ତମ କ୍ଷୀର ଉତ୍ପାଦକ ଦେଶ । ବିଶ୍ୱ ଦୁଗ୍ଧ ଉତ୍ପାଦନର ପ୍ରାୟ ୨୩ ପ୍ରତିଶତ ଅଂଶ ଭାରତର ରହିଥିବା ଜଣାପଡିଛି ।

ଦେଶରେ କ୍ଷୀରର ଦୈନନ୍ଦିନ ବ୍ୟବହାର ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇଛି । ୧୯୭୦ ମସିହାରେ ଦୈନିକ ପ୍ରତି ବ୍ୟକ୍ତିଙ୍କ ପାଇଁ ୧୦୭ ଗ୍ରାମ ଥିଲା, ଆଉ ଏବେ ଏହା ୨୦୨୨ ମସିହାରେ ପ୍ରତି ବ୍ୟକ୍ତିଙ୍କ ପାଇଁ ୪୪୪ ଗ୍ରାମକୁ ବୃଦ୍ଧି ପାଇଛି ।

ଦୁଗ୍ଧ ଆମ ସମସ୍ତଙ୍କ ଖୁବ ଗୁରୁତ୍ୱପୂର୍ଣ୍ଣ ତାହା ଆମ ସମସ୍ତେ ଜାଣିଛେ। ସେଥିପାଇଁ ତ ଶିଶୁ ହୁଅନ୍ତୁ କିମ୍ବା ବୟସ୍କ ହୁଅନ୍ତୁ, କ୍ଷୀର ପିଇବାକୁ ସମସ୍ତେ ଭଲ ପାଇଥାନ୍ତି । ଏହା କେବଳ କ୍ୟାଲସିୟମର ଏକ ଉତ୍ତମ ଉତ୍ସ ବୋଲି ନୁହେଁ, ବରଂ ଏଥିରେ ଅନେକ ପୋଷକତତ୍ତ୍ୱ ଏବଂ ଖଣିଜ ପଦାର୍ଥ ରହିଛି , ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କ୍ଷୀରର ଏହି ମହତ୍ୱ ଗୁଣକୁ  ଜଣାଇବା ସହିତ ଏହା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ବିଶ୍ୱ ଦୁଗ୍ଧ ଦିବସ ୧ ଜୁନରେ ପାଳନ କରାଯାଇଥାଏ ।

କ୍ଷୀରର ଅନେକ ଉତ୍ସ ଭରପୁର ରହିଛି । ପଶୁଙ୍କଠାରୁ ଆମେ କ୍ଷୀର ପାଇଥାଉ l ଯାହାକି ପ୍ଲାଣ୍ଟ ବେସ ମିଲ୍କ ହେଉ ବା ପ୍ୟାକେଟ୍ କ୍ଷୀର । କ୍ଷୀର ଶିଳ୍ପର ମହତ୍ତ୍ୱ ଚିହ୍ନିବା ଏବଂ କ୍ଷୀରର ଉପକାରିତା ବିଷୟରେ ଲୋକଙ୍କୁ ଅବଗତ କରାଇବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁନ୍ ୧ ତାରିଖରେ ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଏ । ତେବେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ବିଭାଗ ଦ୍ୱାରା ଏହା ୨୦୦୧ ରେ ଆରମ୍ଭ କରାଯାଇଥିଲା l ଯାହା ସେବେଠାରୁ ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶରେ ପାଳନ କରାଯାଉଥିବାର ଦେଖିବାକୁ ମିଳେ ।

ପ୍ରତିବର୍ଷ ଜୁନ୍ ୧ରେ ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଏ । ଏହା ସହିତ ଦ୍ଵିତୀୟ ଥର ପାଇଁ ୨୬ ନଭେମ୍ବରରେ ଭାରତରେ ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଇଥାଏ । ସେତେବେଳେ ଶ୍ୱେତ ବିପ୍ଳବର ଜନକ କୁହାଯାଉଥବା ଡକ୍ଟର ଭର୍ଗସେ କୁରିଏନ୍ ଜନ୍ମ ହୋଇଥିଲା । ଯିଏକି ମିଲ୍କମ୍ୟାନ୍ ଭାବରେ ମଧ୍ୟ ଜଣାଶୁଣା ଦେଶରେ । ସେ ୧୯୬୫ ମସିହାରୁ ୧୯୯୮ ମସିହା  ପର୍ଯ୍ୟନ୍ତ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଚେୟାରମ୍ୟାନ୍  ଭାବେ ଥିଲେ l ସେହିପରି ଖିରକୁ ନେଇ ୧୯୭୦ ମସିହାରେ ହ୍ୱାଇଟ୍ ବିପ୍ଳବ ଆରମ୍ଭ କରିଥିଲେ ସେ । ତେଣୁ  ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରତିବର୍ଷ ୨୬ ନଭେମ୍ବରରେ ଏହି ଜାତୀୟ ଦୁଗ୍ଧ ଦିବସ ପାଳନ କରାଯାଏ ।

ସେହିପରି ମିଲ୍କ ଡେ’କୁ ସମଗ୍ର ବିଶ୍ୱରେ ପାଳନ କରିବାର ସବୁଠାରୁ ବଡ ଉଦ୍ଦେଶ୍ୟ ରହିଛି l ଲୋକଙ୍କୁ ଏହାର ଲାଭ ଓ ମହତ୍ୱ ବିଷମୟରେ କହିବା କି, କ୍ଷୀର କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ l ଏହା ସ୍ଥାନୀୟ ଅର୍ଥବ୍ୟବସ୍ଥା ଏବଂ ସମ୍ପ୍ରଦାୟ ପାଇଁ ଖୁବ ଲାଭଦାୟକ ।  କ୍ଷୀରରେ ପୋଷକ ତତ୍ତ୍ୱ ଭରପୂର ଅଛି । କ୍ଷୀରରେ କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍ -ବି, ଭିଟାମିନ୍- ଡି, ଫସଫରସ୍ ଏବଂ ପୋଟାସିୟମ୍ , ଖଣିଜ ପଦାର୍ଥ ପ୍ରଚୁର ପରିମାଣରେ ଥାଏ l  ଯାହା ଆମର ସାମଗ୍ରିକ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ  । କ୍ଷୀର ହେଉଛି କ୍ୟାଲସିୟମର ଏକ ଉତ୍ତମ ଉତ୍ସ l ଯାହା ଆମ ଶରୀର ହାଡ ଏବଂ ଦାନ୍ତକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ । ଦୈନିକ କ୍ଷୀର ପିଇବା ଦ୍ୱାରା ଅଷ୍ଟିଓପୋରୋସିସ୍ ଭଳି ରୋଗ ଏବଂ ଫ୍ୟାକ୍ଚର ହେବାର ଆଶଙ୍କା କମ ହୋଇଥାଏ  । ସେହିପରି କ୍ଷୀରରେ ମିଳୁଥିବା ପ୍ରୋଟିନରେ ଆମିନୋ ଏସିଡ୍ ଥାଏ l

ଯାହା କ୍ଷୀର ପିଇବା ଦ୍ୱାରା ମାଂସପେଶୀର ମରାମତିରେ ସାହାଯ୍ୟ କରିଥାଏ । କ୍ଷୀର ଏକ ପ୍ରକାର ହାଇଡ୍ରେଟିଂ ଡ୍ରିଙ୍କ ମଧ୍ୟ  l କ୍ଷୀର ପିଇବା ଦ୍ୱାରା ଆମ ଶରୀରରେ ଜଳ ପରିମାଣକୁ ହ୍ରାସ କରିବାକୁ ଦେଇନଥାଏ ଏହା । କ୍ଷୀରରେ ଜଳ, ଇଲେକ୍ଟ୍ରୋଲାଇଟ୍, କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ପ୍ରଚୁର ପରିମାଣରେ ଥାଏ । କ୍ଷୀର ବିଶେଷତଃ କମ୍ ଚର୍ବିଯୁକ୍ତ ମିଲ୍କ ମଧ୍ୟ ଯାହା ଶରୀର ଓଜନ ବୃଦ୍ଧିକୁ ରୋକିଥାଏ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments