MFOI 2024 Road Show
  1. କୃଷି ଖବର

ବିଶ୍ୱ ପାଳୁଛି " ବିଶ୍ୱ ଜଳ ଦିବସ "

ଆଜି ହେଉଛି ବିଶ୍ୱ ଜଳ ଦିବସ ପ୍ରତିବର୍ଷ ୨୨ ମାର୍ଚ୍ଚରେ ବିଶ୍ୱ ସାରା ପାଳିତ ହୋଇଥାଏ ଏହି ଦିନ । ପ୍ରଥମ ଥର ୧୯୯୨ ମସିହାରେ ବ୍ରାଜିଲସ୍ଥିତ ରିଓଡି ଜେନିରୋଠାରେ ମିଳିତ ଜାତିସଂଘ ଦ୍ବାରା ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମିଳନୀ” କାର୍ଯ୍ୟକ୍ରମରେ ବିଶ୍ୱ ଜଳ ଦିବସ ପାଳନ କରାଯିବା ନିଷ୍ପତ୍ତି ନିଆଯାଇଥିଲା ।

Tanushree Mahapatra
Tanushree Mahapatra
Today is world water day

Today is world water day

ଆଜି ହେଉଛି ବିଶ୍ୱ ଜଳ ଦିବସ ପ୍ରତିବର୍ଷ ୨୨ ମାର୍ଚ୍ଚରେ ବିଶ୍ୱ ସାରା ପାଳିତ ହୋଇଥାଏ ଏହି ଦିନ । ପ୍ରଥମ ଥର  ୧୯୯୨ ମସିହାରେ ବ୍ରାଜିଲସ୍ଥିତ ରିଓଡି ଜେନିରୋଠାରେ ମିଳିତ ଜାତିସଂଘ ଦ୍ବାରା ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମିଳନୀ” କାର୍ଯ୍ୟକ୍ରମରେ ବିଶ୍ୱ ଜଳ ଦିବସ ପାଳନ କରାଯିବା ନିଷ୍ପତ୍ତି ନିଆଯାଇଥିଲା । ତେବେ ୧୯୯୩ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଥିଲା ।

ସେହି ଦିନଠାରୁ ପ୍ରତି ବର୍ଷ ମାର୍ଚ୍ଚ ୨୨ତାରିଖରେ ‘ବିଶ୍ବ ଜଳ ଦିବସ’ ( world water day )  ପାଳନ ହୁଏ ବିଶ୍ୱରେ । ଏ କଥା ସମସ୍ତେ ଜାଣିଛନ୍ତି ଜଳ ବିନା ଜୀବ ଜଗତ ଅସମ୍ଭବ । ଜଳ ମଣିଷ ପାଇଁ ଯେତିକି ଆବଶ୍ୟକ ଚାଷ ପାଇଁ ସେତିକି ଆବଶ୍ୟକ । କିନ୍ତୁ ଅନେକ ସମୟରେ ଜଳର ଅନାବଶ୍ୟକ ବ୍ୟବହାର, ଆଗାମୀ ପିଢୀ ପାଇଁ ସୃଷ୍ଟି କରିବାକୁ ଯାଉଛି ଏକ ବଡ ବିପଦ  ।  ତେବେ ଆମ ପୃଥିବୀର ପ୍ରାୟ ୭୧.୪ ପ୍ରତିଶତ ଜଳପୂର୍ଣ୍ଣ ଅଟେ । ଜୀବନ ପାଇଁ ଜଳର ମୂଲ୍ୟ ଅତି ଜରୁରୀ । କିନ୍ତୁ ଜଣାଯାଏ ଯେ ୨୦୨୫ ସୁଦ୍ଧା ବିଶ୍ବର ଅର୍ଦ୍ଧାଧିକ ଲୋକେ ଯଥେଷ୍ଟ ଜଳ ପାଇବେ ନାହିଁ ଏବଂ ଜଳ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।

ଜାତି ସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ମାର୍ଚ୍ଚ ୨୨ ତରିଖକୁ ବିଶ୍ବ ଜଳ ଦିବସ ଭାବେ ପାଳନ କରାଯାଉଛି । ବିଶ୍ବର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ହେଉଛି ଏହାର ଉଦ୍ଦେଶ୍ୟ । ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ ରିଓଡି ଜେନିରୋଠାରେ ମିଳିତ ଜାତିସଂଘର ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମେଳନ”ରେ ବିଶ୍ୱ ଜଳ ଦିବସ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ଦିନକୁ ବିଶ୍ୱରେ ବିଶ୍ୱ ଜଳ ଦିବସ ପାଳନ କରାଯାଉଛି ଲ ତେଣୁ ମାନବଜାତିର ଭବିଷ୍ୟତ ପାଇଁ ଜଳ ନଷ୍ଟ କରିବା ଅନୁଚିତ ।

ସେହିପରି ଯେକୌଣସି ରାଷ୍ଟ୍ରର ସମୃଦ୍ଧିପାଇଁ ତାହାର ଜଳ ସମ୍ପଦର ଅବଦାନ ଏକ ଉଲେଖନୀୟ କାର୍ଯ୍ୟଶୈଳୀ  । କୃଷି, ଶିଳ୍ପ ଓ ଗମନାଗମନ ପାଇଁ ଭୂପୃଷ୍ଠ ଜଳ ସମ୍ପଦର ବହୁଳ ଆବଶ୍ୟକତା ରହିଛି ଆଗାମୀ ଭବିଷ୍ୟତ ପାଇଁ । ସମୃଦ୍ଧିଶାଳୀ ରାଷ୍ଟ୍ର ସେମାନଙ୍କର ଜଳ ସମ୍ପଦର ସଂରକ୍ଷଣ ଓ ସୁପରିଚାଳନା କରି ଆସୁଛନ୍ତି । ପୃଥିବୀର ଅଧିକାଂଶ ଗରିବ ରାଷ୍ଟ୍ରରେ ଉତ୍କଟ ଜଳାଭାବ ସେମାନଙ୍କର ଶିଳ୍ପ ସମୃଦ୍ଧିପାଇଁ ଏକ ବଡ ପ୍ରତିବନ୍ଧକ ଭାବେ ଦେଖାଦେଇଛି । ଏଥିରୁ ଆମପାଇଁ ଜଳସମ୍ପଦର ଆବଶ୍ୟକତା ସହଜରେ ଅନୁମେୟ କରାଯାଇ ପାରୁଛି । ଗୋଟିଏ ସ୍ଥାନର ଜଳ ସମ୍ପଦର ପରିମାଣ ସେହି ସ୍ଥାନର ବୃଷ୍ଟିପାତ ଉପରେ ନିର୍ଭର କରିଥାଏ l କିନ୍ତୁ ଏତିକି ମନେ ରଖିବା ଉଚିତ ଯେ ଏହା ଆହୁରି ଅନେକ କାରକ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।

ଜଳ ହେଉଛି ଜୀବଜଗତର ସତ୍ତା । ବଣ ଭୂମି, ପାହାଡ, ଓ ଜଙ୍ଗଲ ତିଷ୍ଠି ରହିଛି । ଜୀବନର ପ୍ରତିଟି ମୁହୂର୍ତ୍ତ ପାଇଁ ଜଳ ହିଁ ଲୋଡା ଏହା କାହାକୁ ଅଛପା ନୁହଁ । ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଶ୍ବ, ଦେଶ ଓ ରାଜ୍ୟରେ ଜଳ ସଙ୍କଟ ଦେଖାଦେଲାଣି ତେବେ ସମୟ ଥାଉ ତହୁଁ ଜଳ ସଂରକ୍ଷଣ ଆରମ୍ଭ କରିଦେବା ଉଚିତ । ପାନୀୟ ଜଳ ବ୍ୟବହାର ଉପଲବ୍ଧିକୁ ଦେଖିଲେ ୨୦୫୦ ବେଳକୁ ଦେଶ ତଥା ରାଜ୍ୟରେ ଜଳ ସଙ୍କଟ ଦେଖାଦେବ। ଆମ ରାଜ୍ୟର ଅନେକ ଅଞ୍ଚଳରେ ମଧ୍ୟ ପାନୀୟ ଜଳର ସଙ୍କଟ ଆରମ୍ଭ ହୋଇଗଲାଣି  । ବିଶ୍ବ ଜଳ ଦିବସରେ ଏହି ଆହ୍ୱାନ ରହୁ, ଏଭଳି ଅମୂଲ୍ୟ ସମ୍ପଦକୁ ଅପଚୟ ନକରି ଭବିଷ୍ୟତ ପାଇଁ ବଞ୍ଚାଇ ରଖିବା ପାଇଁ ସମସ୍ତେ ଚେଷ୍ଟା ଆରମ୍ଭ କରନ୍ତୁ  ।

ଜଳ ହିଁ ଜୀବନ । ଜଳ ହେଉଛି ସୃଷ୍ଟିର ଆଧାର । କଥାରେ ଅଛି "ଜଳ ବିହୁନେ ସୃଷ୍ଟି ନାଶ , ଜଳ ବହୁଳେ ସୃଷ୍ଟି ନାଶ"। ଏହାର ମୂଳ ଉଦ୍ଦେଶ୍ୟ ହେଉଛି- ସାରା ବିଶ୍ୱ ପାଇଁ ଜଳ ସଂରକ୍ଷଣ କେତେ ଜରୁରୀ ସେନେଇ ସଚେତନ କରାଇବା । ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନଟିକୁ ପାଳନ କରାଯାଇଥାଏ । ପ୍ରତିବର୍ଷ କିଛି ଥିମ୍ ସହିତ ବିଶ୍ୱ ଜଳ ଦିବସ ପାଳନ କରାଯାଏ । ଚଳିତ ବର୍ଷର ଥିମ୍ ରହିଛି- "Valuing Water"। ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ ରିଓ ଡି ଜେନିରୋଠାରେ ମିଳିତ ଜାତିସଂଘର ଆୟୋଜିତ "ପର୍ଯ୍ୟବରଣ ଓ ବିକାଶ ସମ୍ମିଳନୀ"ରେ ବିଶ୍ୱ ଜଳ ଦିବସ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ପରେ ୧୯୯୩ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କଲା।

ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ମିଲେଟ

‘କୃଷି ସୟଂତ୍ର’କୁ ନେଇ କ’ଣ କହିଲେ ସାଂସଦ ପ୍ରତାପ ଷଢ଼ଙ୍ଗୀ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments