1. କୃଷି ଖବର

Monsoon Update: ୫ ଦିନ ପ୍ରବଳ ବର୍ଷା

ମଇ ୩୦ରେ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ମୌସୁମୀ ଆଚ୍ଛାଦିତ ହେବ

Tanushree Mahapatra
Tanushree Mahapatra
Today monsoon update , image source - pexels

Today monsoon update , image source - pexels

ଗତକାଲି କେରଳ ପ୍ରବେଶ କରିଛି ମାସୁମୀ l ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତକାଲି କେରଳ ଛୁଇଁଛି ଯାହାଦ୍ୱାରା ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ମୌସୁମୀର ଆଗମନ ସହ ଦେଶବାସୀଙ୍କୁ ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଖୁବ୍ ଶୀଘ୍ର ଆଶ୍ବସ୍ତି ମିଳିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ମଇ ୩୦ରେ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳରେ ମୌସୁମୀ ଆଚ୍ଛାଦିତ ହେବ ବୋଲି ସୂଚନା ରହିଥିଲା ।

ଗତକାଲି ଏହା ହେବା ପରେ ପରେ କେରଳର କୋଟାୟାମ ଜିଲ୍ଲାର ଅନେକ ସ୍ଥାନରେ ପ୍ରଥମ ମୌସୁମୀ ବର୍ଷା ରେକର୍ଡ ହୋଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପହଞ୍ଚିଥିବା ବେଳେ ଆଜି ଅର୍ଥାତ ଶୁକ୍ରବାର ଉତ୍ତର-ପୂର୍ବ ଭାରତର ଅଧିକାଂଶ ଭାଗକୁ ଛୁଇଁବ ମୌସୁମୀ ବାୟୁ ।

ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍ ୧ ତାରିଖରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ଏହା ଦୁଇ ଦିନ ପୂର୍ବରୁ ପହଞ୍ଚିଥିବା କୁହାଯାଉଛି ।

ତେବେ ସବୁଠାରୁ ଦୁଃଖର ବିଷୟ ହେଉଛି ଗତକାଲି ସୁନ୍ଦରଗଡ଼ ଜିଲ୍ଲାର କିଛି ଲୋକ ଗ୍ରୀଷ୍ମ ପ୍ରବାହ ତଥା ଦିନ ତାପମାତ୍ରାର ଶିକାର ହୋଇ ମୃତ୍ୟୁ ମୁଖରେ ପଡିଛନ୍ତି l ଏହାରି ମଧ୍ୟରେ ଖୁବଶୀଘ୍ର ଓଡ଼ିଶାବାସୀ ପ୍ରବଳ ତାତି ଯନ୍ତ୍ରଣାରୁ ମୁକ୍ତ ପାଇବେ ବୋଲି ବିଭାଗ ସୂଚନା ଦେଇଛି । ତେବେ ଜୁନ ମାସ ୧୨ ରେ ମୌସୁମୀ ରାଜ୍ୟରେ ପହଞ୍ଚିବାର ସମ୍ଭାବନା ରହିଥିବା କୁହାଯାଉଛି । ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମଣିପୁର, ମିଜୋରାମ, ନାଗାଲାଣ୍ଡ, ମେଘାଳୟ ଓ ଆସାମରେ ସାଧାରଣ ମୌସୁମୀ ଜୁନ ମାସରେ ଆରମ୍ଭ ହେବ । ଜୁନ ୧୨ ପରେ ଓଡ଼ିଶାକୁ ମୌସୁମୀ ଆସିବାର ସମ୍ଭାବନା ରହିଛି l ରାଜ ସମୟରେ ପାଗ ବଦଳିବ ରାଜ୍ୟର l

ଅଧିକ ପଢ଼ନ୍ତୁ

Mukhyamantri Mahila Samman Yojana 2024: ମହିଳାଙ୍କୁ ପ୍ରତି ମାସରେ 1000

Summer Business Idea: ମାସକୁ 1 ଲକ୍ଷ ଟଙ୍କା ରୋଜଗାର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ