1. କୃଷି ଖବର

ଜାତୀୟ ହସ୍ତତନ୍ତ ଦିବସ: ବୁଣାକାରଙ୍କ କାର୍ଯ୍ୟ ପ୍ରତି ସମ୍ମାନ ଦେବାକୁ ପ୍ରୟାସ

ଆଜି ଆମ ଦେଶ ହସ୍ତତନ୍ତ କଳା ଅନ୍ୟ ଦେଶକୁ କରିଛି ପ୍ରଭାବିତ l

Tanushree Mahapatra
Tanushree Mahapatra
today National Handicrafts Day

today National Handicrafts Day

ହସ୍ତତନ୍ତର ରହିଛି ଖାସ ପରିଚୟ l ରାଜ୍ୟ ତଥା ଦେଶରେ ମହିଳା ତଥା ପୁରୁଷ ଦୁହେଁ ହସ୍ତତନ୍ତ କାରିଗରୀରେ ମାହିର ହୋଇଛନ୍ତି l ସରକାର ମଧ୍ୟ ବିଭିନ୍ନ ଦିଗ ଉପରେ ଆଲୋକପାତ ଏହି ଏହି ହସ୍ତତନ୍ତ ବୁଣାକାରଙ୍କୁ ଦେଇଛନ୍ତି ଅନେକ ସୁବିଧା l ବୁଣାକାରଙ୍କୁ ମିଳିଛି ଅନେକ ଯୋଜନାର ଲାଭ l ଆଜି ଆମ ଦେଶ ହସ୍ତତନ୍ତ କଳା ଅନ୍ୟ ଦେଶକୁ କରିଛି ପ୍ରଭାବିତ l

ସେହି ବୁଣାକାରଙ୍କୁ ସମ୍ମାନ ଦେବା ପାଇଁ ଆଜି ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ଅଗଷ୍ଟ ୭ ତାରିଖ ଅର୍ଥାତ୍ ଆଜିର ଦିନକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଇଥାଏ l ଭାରତର ଗ୍ରାମାଞ୍ଚଳ ଏବଂ ଛୋଟ ସହରମାନଙ୍କରେ ବହୁ ବୁଣାକାର ରହିଛନ୍ତି ଯାହାଙ୍କ କାର୍ଯ୍ୟକୁ ସମ୍ମାନ ଦେବା ପାଇଁ ଏହି ଦିନଟି ପାଳନ କରାଯାଉଛି । ତାଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ କିସମ ଶାଢ଼ି ସହ ଅନ୍ୟାନ୍ୟ ଲୁଗାପଟା ଆଜି ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଖ୍ୟାତି ଅର୍ଜନ କରିଛି । ୨୦୧୫ ଅଗଷ୍ଟ ୭ରେ ପ୍ରଥମଥର ପାଇଁ ଏହି ହସ୍ତତନ୍ତ ଦିବସ ପାଳନ କରାଯାଇଥିଲା । ଏହି କାରିଗରଙ୍କ କାରିଗରୀକୁ ଆଜି ବିଦେଶକୁ ଲୋକଙ୍କୁ ଆକର୍ଷଣ କରୁଛି l

ସୂଚନାଥାଉ କି ୧୯୦୫ ମସିହା ଅଗଷ୍ଟ ମାସ ୭ ତାରିଖରେ ସ୍ବଦେଶୀ ଆନ୍ଦୋଳନ କରାଯାଇଥିଲା। ଯାହା ଇତିହାସ ସୃଷ୍ଟି କରିଛି l ଏହାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାହା ଆଜି ପର୍ଯ୍ୟନ୍ତ ପାଳନ କରାଯାଉଛି l ସମସ୍ତ ବୁଣାକାରଙ୍କ କାର୍ଯ୍ୟ ତଥା କାରିଗରୀ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଦେଶର ଆର୍ଥିକ ଏବଂ ସାମାଜିକ ବିକାଶରେ ସେମାନଙ୍କ ଅବଦାନକୁ ଅବଗତ କରାଇବା ନିମନ୍ତେ ଏହି ଦିବସ ପାଳିତ କରାଯାଉଛି । ସେହିପରି ବୁଣାକାରଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ବିଭିନ୍ନ ସମୟରେ ସରକାର ଅନେକ ପଦକ୍ଷେପ ଗ୍ରହଣ ମଧ୍ୟ କରୁଛନ୍ତି l ଏହି ଦିନ ଦେଶରେ ବଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ । ହସ୍ତତନ୍ତ କାରିଗରୀ ମେଳା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l

ସେହିପରି ଆପଣ ସମସ୍ତେ ଜାଣିଛନ୍ତି ଆମ ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ମୁଖ୍ୟ ଅଙ୍ଗ ହେଉଛି ହସ୍ତତନ୍ତ ଶିଳ୍ପ । ଆମ ରାଜ୍ୟର ବାନ୍ଧକଳା ଆଜି ବିଶ୍ବ ପ୍ରସିଦ୍ଧ ହୋଇଛି । ସାରା ବିଶ୍ୱରେ ଏହାର ଚାହିଦା ବଢିଛି l ସେହିପରି ରାଜ୍ୟର ଅନ୍ୟ ଜିଲ୍ଲା ବ୍ରହ୍ମପୁରର ପାଟ ଶାଢ଼ି ଓ ଯୋଡ଼, ବୋମକେଇ ଶାଢ଼ି,କୋଟପାଡ଼ ଶାଢ଼ି, ଧଳାପଥର ଶାଢ଼ି ସମେତ ସମ୍ବଲପୁର ଜିଲ୍ଲାର ସମ୍ବଲପୁରୀ ପାଟ ବସ୍ତ୍ର ଆଜି କେବଳ ଦେଶ ମଧ୍ୟରେ ନୁହେଁ, ବିଦେଶରେ ମଧ୍ୟ ଜନାଦୃତ । ପିଢ଼ି ପରେ ପିଢ଼ି ଆଜି ଓଡ଼ିଶାର ଅଧିକାଂଶ ଗ୍ରାମ ନିଜ ହସ୍ତଶିଳ୍ପ କଳାକୁ କୌଳିକ ବୃତ୍ତି ଭାବେ ଆପଣେଇ ନେଇଛି । ବ୍ୟବସାୟ ପନ୍ଥା ଭାବେ ସ୍ୱୀକାର କରିଛି l କେବଳ ପୁରୁଷ ନୁହେଁ ମହିଳା ମଧ୍ୟ ଏଥିରେ ନିଜ ପରିଚୟ ସୃଷ୍ଟି କରିଛନ୍ତି l ରୋଜଗାର ପାଇଁ ବାଟ ମିଳିଛି ତାଙ୍କୁ l ଏହି ହସ୍ତତନ୍ତ କଳାଗୁଡ଼ିକ ନିଜର ସ୍ୱତନ୍ତ୍ରତା ତଥା ଗୁଣବତ୍ତା ବଜାୟ ରଖିବାରୁ ଆଜି ରାଜ୍ୟର ହସ୍ତତନ୍ତ ଚାହିଦା କ୍ରମଶଃ ବଢ଼଼ିଛି ।

ଅଧିକ ପଢ଼ନ୍ତୁ

ଚାଷ ଜମିର ରୂପମୟ ରୂପକାର: ଏମ.ଏସ ସ୍ୱାମୀନାଥନ

ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ