1. କୃଷି ଖବର

ବଢ଼ୁଛି ହୀରାକୁଦର ଜଳସ୍ତର: ଏପଟେ ଅସ୍ତବ୍ୟସ୍ତ ଜନଜୀବନ

ରାଜ୍ୟରେ ଜାରି ବର୍ଷା l ତୁହା କୁ ତୁହା ବର୍ଷା ଲାଗି ରହିଛି l ଯାହା ପ୍ରଭାବରେ ଜୀନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଲେଣି l ନଦୀ ଗୁଡିକ ଫୁଲୁଛି l ସେହିପରି ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି ।

Tanushree Mahapatra
Tanushree Mahapatra
Today odisha’s weather news update , image source -pexels.com

Today odisha’s weather news update , image source -pexels.com

ରାଜ୍ୟରେ ଜାରି ବର୍ଷା l ତୁହା କୁ ତୁହା ବର୍ଷା ଲାଗି ରହିଛି l ଯାହା ପ୍ରଭାବରେ ଜୀନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଲେଣି l ନଦୀ ଗୁଡିକ ଫୁଲୁଛି l ସେହିପରି ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି । ଅନ୍ୟପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ  ଜଳସ୍ତର । ପାଣିପାଗ ବିଭାଗ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ମଧ୍ୟ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି । ଏଥିପାଇଁ ୬ଟି ଜିଲ୍ଲାକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।

ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଅନେକ ତଳିଆ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ବିଭାଗ ପକ୍ଷରୁ । ବନ୍ୟା ମୁକାବିଲା ପାଇଁ ସରକାର ଏବଂ ପ୍ରଶାସନ ସଜାଗ ରହଛି । ଅନ୍ୟପଟେ  ମୁଣ୍ଡଳିଠାରେ ଜଳ ପ୍ରବାହ କିଛି ମାତ୍ରାରେ ହ୍ରାସ ପାଇଛି । ମୁଣ୍ଡଳୀ ପାଣି ଆଜି ତଳିଆ ଅଂଚଳରେ ପଶିପାରେ । ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢିବାରେ ଲାଗିଛି । ଏବେ ଜଳଭଣ୍ଡାରର ଜଳସ୍ତର ପ୍ରାୟତଃ ୬୧୫.୨୧ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩୩ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଦୁଇଟି ଗେଟରେ ୬୬ ହଜାର ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି । ଯାହା ଛୋଟ ଛୋଟ ଗାଁ ଗୁଡିକ ଏବେ ଜଳମଗ୍ନ ହୋଇଛି l ଜଳର ସ୍ଥିତି ଦେଖି ଆଗକୁ ଅଧିକ ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସେପଟେ ବୈତରଣୀ ବନ୍ୟାରେ ଗମ୍ଭୀର ହେଉଛି ସ୍ଥିତି । ଏଥିଯୋଗୁଁ ଭଦ୍ରକ ଜିଲ୍ଲା ଧାମନଗର ଓ ଚାନ୍ଦବାଲିରେ ୨୫ ପଞ୍ଚାୟତ ଜଳବନ୍ଦୀ ହୋଇ ରହିଛି । ରାଜ୍ୟରେ ପ୍ରାୟ ୪୦ ହଜାର ଲୋକ ପାଣି ଘେରରେ ରହିଛନ୍ତି । ଅନ୍ୟପଟେ ଏହି ନଦୀରେ ପାଣି ବଢିବା ଯୋଗୁଁ ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତାର ୬ଟି ସ୍ଥାନରେ ୪ରୁ ୫ ଫୁଟର ପାଣି ପ୍ରବାହିତ ହେଉଛି । ଏହି ନଦୀରେ ପାଣି ବଢୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ୍ୟା ପାଣିରେ ଏବେ ବିଷଧର ସାପକୁ ନେଇ ଭୟ ବଢୁଥିବାବେଳେ ପ୍ରଶାସନର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଫ, ଓଡ୍ରାଫ, ଅଗ୍ନିଶମ ବାହିନୀ ତରଫରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଛି l

ଆଉ ଏବେ ମୁଣ୍ଡଳୀରେ ପିକ୍ ଛୁଇଁଲାଣି ମହାନଦୀ ଜଳସ୍ତର । ଏବେ ପାଖାପାଖି ୯ ଲକ୍ଷ ୨୦ ହଜାର କ୍ୟୁସେକ ରୁ ଅଧିକ ପ୍ରବାହିତ ହେଉଛି ନଦୀ ଜଳ । ଏହି ସ୍ତର କିଛି ଘଣ୍ଟା ଧରି ଜାରିରହିବ ବୋଲି ବିଭାଗ କହିଛି l କିଛି ସମୟ ବର୍ଷା କମିଯିବା ପରେ ଏହି ଜଳସ୍ତର କମିବ ବୋଲି କୁହାଯାଇଛି l ଏ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ନିକଟରେ ବ୍ରାହ୍ମଣୀର ଜଳସ୍ତର ଖସୁଛି ବୋଲି ବିଭାଗ ସୂଚନା ଦେଇଛି । ଏଥିପାଇଁ ଆଖୁଆପଦାରେ କମୁଛି ବୈତରଣୀ ଜଳସ୍ତର । ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ,ଖୋର୍ଦ୍ଧା ଉପରେ ଏବେ ନଜର ରଖିଛି ବିଭାଗ । ୧୮ରୁ ୨୪ ଘଣ୍ଟାରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ବନ୍ୟାଜଳ ପାସ କରିବ ବୋଲି ସରକାର ଓ ପ୍ରଶାସନ ଏଥିପାଇଁ ନଜର ରଖିଛନ୍ତି । ସୂଚନା ଦେଇ କୁହାଯାଇଛି ଯେ ଏଥିପାଇଁ ଲୋକେ ଭୟଭୀତ ହୁଅନ୍ତୁ ନାହିଁ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments