1. କୃଷି ଖବର

୬ରୁ ରାଜ୍ୟରେ ପୁଣି ଵର୍ଷା,ପାଣି ଘେରରେ ଚାଷଜମି

ରାଜ୍ୟରେ ଜାରି ବର୍ଷା l ତୁହା କୁ ତୁହା ବର୍ଷା ଲାଗି ରହିଛି l ଯାହା ପ୍ରଭାବରେ ଜୀନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଲେଣି l ନଦୀ ଗୁଡିକ ଫୁଲୁଛି l ସେହିପରି ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି ।

Tanushree Mahapatra
Tanushree Mahapatra
Today odisha weather report  , image source - .pexels.com

Today odisha weather report , image source - .pexels.com

ରାଜ୍ୟରେ ଜାରି ବର୍ଷା l ତୁହା କୁ ତୁହା ବର୍ଷା ଲାଗି ରହିଛି l ଯାହା ପ୍ରଭାବରେ ଜୀନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଲେଣି l ନଦୀ ଗୁଡିକ ଫୁଲୁଛି l ସେହିପରି ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଛି । 

ଅନ୍ୟପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ  ଜଳସ୍ତର । ପାଣିପାଗ ବିଭାଗ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ମଧ୍ୟ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି । ତେବେ କାଲିଠୁ ପୁଣି ବର୍ଷା ହେବା ନେଇ ସୂଚନା ରହିଛି l

ତେବେ ଅନ୍ୟପଟେ ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ତଥା ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି । ଏହା ପ୍ରଭାବ ଓଡ଼ିଶା ଉପରେ ଏବେ ନାହିଁ ବୋଲି ବିଭାଗ ସୂଚନା ଦେଇଛି । ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ଲାଗି ରହିବା ସହ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ମଧ୍ୟ ହୋଇଥିବାର ଦେଖିବାକୁ ମିଳୁଛି । ଆସନ୍ତାକାଲି ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି କୁହାଯାଉଛି । ଅନ୍ୟପଟେ ୬ ତାରିଖରୁ ୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେହିପରି ଅନ୍ୟପଟେ ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ ଏବଂ ବର୍ଷା ସମ୍ଭାବନା କମ ରହିଛି । ଅନ୍ୟପଟେ ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ କହିଛି ।

ସେହିପରି ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି ଯେଉଁଥିପାଇଁ ଗୋଟେ ପରେ ଗୋଟେ ଗେଟ ଖୋଲୁଛି ବିଭାଗ । ଆଜି ତଥା ଶନିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ପ୍ରାୟ ୬୨୦.୫୮ ଫୁଟ୍ ରହିଥିବାବେଳେ ଶୁକ୍ରବାର ସନ୍ଧ୍ୟା ୬ଟାରେ ଏହା ୬୧୭.୯୩ ଫୁଟରେ ପହଞ୍ଚିଥିଲା। ଏବେ ସେଠାରେ ୪ ଲକ୍ଷ ୮୮ ହଜାର ୭୩୫ କ୍ୟୁସେକ୍ ବନ୍ୟା ଜଳ ପ୍ରବେଶ କରୁଥିବା ସୂଚନା ରହିଛି । 

ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରେ ଗତକାଲି ଜଳପ୍ରବେଶ ହାର ବଢ଼ୁଥିବାରୁ ଆଜି ତଥା ଶନିବାର ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲାଯାଇଛି । ତେବେ ପୂର୍ବରୁ ୨ଟି ଗେଟ୍ ଖୋଲା ରହିଥିଲା । ଅଧିକ ଜଳସ୍ତର ବଢ଼ିବାରୁ ମଧ୍ୟାହ୍ନ ୧୨ଟା ପରେ ଅଧିକ ୫ଟି ଗେଟ୍ ଖୋଲାଯାଇଥିଲା । ସେହିପରି ଅପରାହ୍ଣ ୫ଟା ପରେ ପୁଣି ୫ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲା ବିଭାଗ । ଏହି ସମସ୍ତ ସନ୍ଧ୍ୟା ୬ଟା ସମୟରେ ଜଳଭଣ୍ଡାରକୁ ୪, ୭୮,୮୧୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା।

ଦେଶରେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି l  ଦିନ ତଳେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିବା ଯୋଗୁଁ ସେହି ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା l ସେପଟେ ଛତିଶଗଡ଼ ନିଜର ବିଭିନ୍ନ ଜଳଭଣ୍ଡାରରୁ ପାଣି ଛାଡ଼ିଥିବା ବେଳେ ଏହି କାରଣ ଯୋଗୁଁ ମହାନଦୀରେ ଥିବା ବ୍ୟାରେଜଗୁଡ଼ିକର ଗେଟ୍ ସବୁ ଖୋଲା ଦିଆଯାଇଛି । ତେବେ, ଆଜି ଉପର ମୁଣ୍ଡରେ ଅଧିକ ବର୍ଷା ନାହିଁ । ତେଣୁ, ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳପ୍ରବେଶ ହାର କମିବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ।

ଅନ୍ୟପଟେ ବର୍ଷା ର ମାତ୍ରା ଅଧିକ ଥିବାରୁ ବଢ଼ିଛି ତଳିଆ ଅଞ୍ଚଳ ଲୋକଙ୍କ ଦୁର୍ଦ୍ଦଶା । ମହାନଦୀରେ ବନ୍ୟା ପାଣି ଆସିବା ଫଳରେ ଏନକେ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ଆସିବା ଫଳରେ କିଛି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା । ହେଲେ ଏବେ ପାଣି କମିବା ପରେ ଗାଁକୁ ଯାତାୟତ ସ୍ବାଭାବିକ ସ୍ଥିତିକୁ ଫେରିଛି । ଅନ୍ୟପଟେ ଏହି ବନ୍ୟା ଦ୍ବାରା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଚାଷ ଜମିରେ ପାଣି ମାଡ଼ିଯିବାରୁ ଗଛ ସବୁ ମରିଗଲାଣି । ଅନେକ ଚାଷୀଙ୍କ ଚାଷ ଜମିରେ ପାଣି ଜମି ରହିବା ଫଳରେ ଚାଷ ନଷ୍ଟ ହୋଇଛି l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments