1. କୃଷି ଖବର

ନୂଆବର୍ଷ ଯାଏଁ ରାଜ୍ୟବାସୀଙ୍କୁ କୁହୁଡ଼ିରୁ ନିସ୍ତାର ନାହିଁ

ଆଗକୁ ନୂଆବର୍ଷରେ ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ଅଛି l ଜାନୁଆରୀ ପ୍ରଥମ ସପ୍ତାହ ଶେଷ ବେଳକୁ ରାଜ୍ୟର କିଛି କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା l

Tanushree Mahapatra
Tanushree Mahapatra
Today odisha weather update , image source - pexels.com

Today odisha weather update , image source - pexels.com

ନୂଆବର୍ଷ ପରମ୍ଭ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ଲାଗି ରହିବ। ସୂଚନା ଅନୁଯାୟୀ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରାୟତଃ କୁହୁଡ଼ି ପ୍ରକୋପ ଜାରି ରହିବା ସହ ଅଧିକାଂଶ ସ୍ଥାନରେ ସ୍ଥିତି ଅଣାୟତ୍ତ ରହିବ । କୁହୁଡ଼ିର ମାତ୍ରା ଯଥେଷ୍ଟ ଅଧିକ ରହିବାରୁ ଯାନବାହନ ଚଳାଚଳରେ ମଧ୍ୟ ଗୁରୁତର ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି । ଅନ୍ୟପଟେ ଶୀତଦିନ ହେଉଛି ଲୋକଙ୍କ ପାଇଁ ବଣଭୋଜି କରିବାର ସମୟ l

ଏବେ ବଣଭୋଜି ପାଇଁ ଲୋକେ ପର୍ଯ୍ୟଟନସ୍ଥଳୀମୁହାଁ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଏପରି ସ୍ଥିତିରେ କୁହୁୁଡ଼ି ପାଇଁ ଅଘଟଣ ଘଟିବାର ଆଶଙ୍କା ଥିବାରୁ ଏଥପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି ପରିବହନ ବିଭାଗକୁ।

ସେପଟେ ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର୍‌ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ରାଜପଥରେ ଯାନବାହନ ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ପୁଲିସ ପ୍ରଶାସନକୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଶୁକ୍ରବାର ରାତିରୁ ଆରମ୍ଭ କରି ଶନିବାର ସକାଳ ମଧ୍ୟରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ଼, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଦେବଗଡ଼, ଅନୁଗୁଳ, ବୋଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଥିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ଏ ସମସ୍ତ କ୍ଷେତ୍ରକୁ ନଜରରେ ରଖି ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲେ ସେ ସମସ୍ତ ଜିଲ୍ଲାରେ ।

ତେବେ ଉତ୍ତରରୁ ଦକ୍ଷିଣ ଆରମ୍ଭ କରି ଉପକୂଳ ପର୍ଯ୍ୟନ୍ତ ସବୁଠି ଲାଗୁଛି ଥଣ୍ଡା । ରାଜ୍ୟର ବିଭିନ୍ନ ଜିଲ୍ଲା  ମାନଙ୍କରେ ତାପମାତ୍ରା ବଢିଥିଲେ ମଧ୍ୟ କିଛି କିଛି ଜିଲ୍ଲାରେ ଜାରି ରହିଛି ଶୀତ ଲହରୀ । ବଢ଼ୁଥିବା ଶୀତ ଯେପରୀ ଲୋକଙ୍କ ଦିନଚର୍ଯ୍ୟାକୁ ଏକ ପ୍ରକାର ବଦଳାଇ ଦେଇଛି । ସକାଳୁ ଘରୁ ବାହାରିବା ଯେମିତି ଏକପ୍ରକାର ମୁସ୍କିଲ ହୋଇପଡ଼ିଛି ।

ତେବେ ସେହିପରି କନ୍ଧମାଳ, କୋରାପୁଟ,ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ କିଛି କିଛି ଜିଲ୍ଲାରେ ଶୀତ ଅଧିକ ଅନୂଭବ ହେଉଥିବା ନଜିର ରହିଛି । ସେହିପରି ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟତଃ ୨ ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ଅଧିକ ରେକର୍ଡ ହୋଇଛି l ଅନ୍ୟପଟେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ବୃଦ୍ଧି ତଥା ବାୟୁ ଚଳାଚଳରେ ନିଷ୍କ୍ରିୟତା ହେତୁ କୁହୁଡି ପ୍ରଭାବ ବୃଦ୍ଧି ଏବଂ ଶୀତର ପ୍ରକୋପ କମିଛି ବୋଲି ବିଭାଗ ସୂଚନା ଦେଇଛି l ତେବେ ଆଗକୁ ନୂଆବର୍ଷରେ ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ଅଛି l ଜାନୁଆରୀ ପ୍ରଥମ ସପ୍ତାହ ଶେଷ ବେଳକୁ ରାଜ୍ୟର କିଛି କିଛି ଜିଲ୍ଲାରେ  ହାଲୁକା ବର୍ଷା ସମ୍ଭାବନା l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments