1. କୃଷି ଖବର

Today update: ରାଜ୍ୟରେ ପୁଣି ବଦଳିଲା ପାଣିପାଗ

ରାଜ୍ୟରେ ବଦଳିଲା ପାଣିପାଗ l ରାଜ୍ୟରେ ଘନ କୁହୁଡ଼ି ଆଗକୁ ବର୍ଷା ସମ୍ଭାବନା......

Tanushree Mahapatra
Tanushree Mahapatra
Today rainfall update of odisha , image source - pexels.com

Today rainfall update of odisha , image source - pexels.com

ଆଜିଠାରୁ ଅର୍ଥାତ ଶୁକ୍ରବାରଠାରୁ ରାଜ୍ୟରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ସେହିପରି ସ୍ଥାନେ ସ୍ଥାନେ ହାଲୁକା ବର୍ଷା ସହିତ ‌କେତେକ ସ୍ଥାନରେ କୁହୁଡ଼ି ପରିଲକ୍ଷିତ ହେବ ସୂଚନା ରହିଛି । ପାଣିପାଗ ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ନେଇ କୁହାଯାଇଛି । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ l ରାଜ୍ୟରେ ମଧ୍ୟମଧରଣର କୁହୁଡ଼ି ହେବାର ସମ୍ଭାବନା ମଧ୍ୟ ରହିଛି ।

ଆଗାମୀ ୧୨ ଓ ୧୩ ତାରିଖରେ ରାଜ୍ୟର କିଛି କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଛି । ଫଳରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ l । ଗତ କିଛି ଘଣ୍ଟା ମଧ୍ୟରେ କଟକ ଓ ନୟାଗଡ଼ରେ ଘନକୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା‌ ମଧ୍ୟ ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିବା ନଜିର ରହିଛି । ପାଣିପାଗ ବଦଳିବା ଯୋଗୁଁ ରାତିର ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ ଅଧିକ ରହୁଛି । ସେହିପରି ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪.୮ ଡିଗ୍ରି ରହିଥିଲା ।

ପଶ୍ଚିମା ଝଡ଼ ପ୍ରଭାବରେ ଏଭଳି ପାଗ ପରିବର୍ତ୍ତନ ହୋଇଥିବା ବିଭାଗ କହିଛି । ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଆଭ୍ଯନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ହାଲୁକା ବର୍ଷା ହେବ ।

ବାକି ଓଡ଼ିଶାର ଜିଲ୍ଲାଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ସେହିପରି ୧୧ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ ରାଜ୍ୟରେ । ଯାଜପୁର,  ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, ଓ କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ପ୍ରାୟତଃ ୧୬ଟି ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି କରଯାଇଛି । ତେବେ ୧୨ ତାରିଖରେ ଉପକୂଳ ଓଡ଼ିଶାର କଟକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ସମେତ ୧୧ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି କୁହାଯାଇଛି । ଅନ୍ୟପଟେ ରାଜ୍ୟରେ ବର୍ଷା ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି କୁହାଯାଉଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୧୩ ତାରିଖ ପରଠାରୁ ରାଜ୍ୟରେ ପୁଣି ଉପର ମୁହାଁ ହେବ ପାରଦ । ଯାହାପାଇଁ ରାଜ୍ୟରେ ଗରମ ଅନୁଭବ ହେବ l ତେବେ ଉପାନ୍ତରୁ ଉପକୂଳ ସବୁଠି ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ । ରାଜ୍ୟରେ ହାଲୁକା ବର୍ଷା ସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା କୁହୁଡି ଦେଖାଯିବ ବୋଲି କୁହାଯାଉଛି । ରାତିରେ ସାମୁଦ୍ରିକ ପବନ ପ୍ରବାହ ବଢୁଥିବାରୁ ରାଜ୍ୟରେ କୁହୁଡି ଅନୁଭୁତ ହେବ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments