1. କୃଷି ଖବର

ବିଶେଷ ଦିବସ ସାବିତ୍ରୀ ଅମାବାସ୍ୟା

ଆଜି ହେଉଛି ଜ୍ୟୈଷ୍ଠ ଅମାବାସ୍ୟା ତିଥି । ଆଜି ଭଳି ଦିନରେ ସାବିତ୍ରୀ ଓଷା ପାଳନ କରାଯାଇଥାଏ ମହିଳାଙ୍କ ଦ୍ୱାରା । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରିଥାନ୍ତି ।

Tanushree Mahapatra
Tanushree Mahapatra
Today sabitri amabasya observed across odisha , image source - twitter

Today sabitri amabasya observed across odisha , image source - twitter

ଆଜି ହେଉଛି ଜ୍ୟୈଷ୍ଠ ଅମାବାସ୍ୟା ତିଥି ।  ଆଜି ଭଳି ଦିନରେ ସାବିତ୍ରୀ ଓଷା ପାଳନ କରାଯାଇଥାଏ ମହିଳାଙ୍କ ଦ୍ୱାରା  । ଏ ଦିନ ସଧବା ସ୍ତ୍ରୀଲୋକମାନେ ଉପବାସ କରିଥାନ୍ତି । ଅନ୍ନ ଗ୍ରହଣ କରନ୍ତି ନାହିଁ ଓ ପୂଜା ଶେଷ ହେବା ପରେ  ଫଳାହାର କରିଥାନ୍ତି । ଏଥିପାଇଁ ସଧବା ନାରୀ ଚଉଁରା ମୂଳେ ବା ଠାକୁର ଘରେ ବ୍ରତୋତ୍ସବ ପାଳନ କରୁଥିବାବେଳେ  ସାବିତ୍ରୀ ଉପାଖ୍ୟାନ ପାଠ କରିଥାନ୍ତି ।

ବାସ୍ତବରେ ଏହି ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ ଯାହାଙ୍କୁ ଆଜି ମହିଳାମାନେ ପୂଜା କରିଥାନ୍ତି । ସାବିତ୍ରୀ ହେଉଛନ୍ତି ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ ସେ  । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ନିଜ ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଥିଲା , ତାହାକୁ ଆଧାର କରି ଆଜି ଭଳି ଦିନରେ ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ ସଧବା ନାରୀଙ୍କ ଦ୍ୱାରା ।

ସେଥିପାଇଁ ପ୍ରତିବର୍ଷ ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ସଧବା ନାରୀ ଏହି ବ୍ରତ ପାଳନ କରିଥାନ୍ତି  । ରାଜ୍ୟର ପ୍ରତିଟି ପୀଠରେ ଆଜିସକାଳୁ ସକାଳୁ ପୂଜା କରିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ମନରେ ଉତ୍ସାହ ନେଇ , ହାତରେ ଭୋଗ ଧରି ଦେବାଳୟକୁ ଯାଇଛନ୍ତି ସଧବା ନାରୀ  । ନୂଆ ଶାଢୀ ସହିତ ସଙ୍ଖା, ସିନ୍ଦୁର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି ମନ୍ଦିରରେ । ଗାଁ ମାନଙ୍କରେ ଘରେ ଘରେ ସାବିତ୍ରୀଙ୍କ ପ୍ରତିମା ଗଢି ସଧବା ନାରୀ ବ୍ରତ କଥା ଗାଇ ପୂଜା କରୁଛନ୍ତି । ବିଶେଷ କରି ଆଜି ଭଳି ଦିନରେ ସଧବା ନାରୀ ଆମ୍ବ, ପଣସ, ନଡ଼ିଆ, କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରିଥାନ୍ତି ମା'ଙ୍କୁ   ।

ଏ ପୂଜାରେ ମହିଳାମାନେ ମନ୍ଦିରରେ ମା’ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ସହ ଇହକାଳ ଓ ପରକାଳର ଦେବତାଙ୍କ ନିକଟରେ ସ୍ୱାମୀଙ୍କ ଦୀର୍ଘ ଆୟୁଷ ପାଇଁ ଏହି ବ୍ରତ କରିଥାନ୍ତି । ପରିବେଶ ଓ ପରିସ୍ଥିତି ସହ ସାବିତ୍ରୀ ବ୍ରତର ପରମ୍ପରା ଯଦିଓ ବଦଳିଯାଇଛି; କିନ୍ତୁ ଏବେବି ପ୍ରତ୍ୟେକ ନାରୀ ଏହାକୁ ନିଷ୍ଠାର ସହ ପାଳନ କରିଥା’ନ୍ତି ପ୍ରତିବର୍ଷ  । ପ୍ରତିବର୍ଷ ଏହି ଦିନକୁ ବଡ଼ ଉତ୍ସାହର ସହ ହିନ୍ଦୁ ମହିଳାମାନେ ଅପେକ୍ଷା ମଧ୍ୟ କରିଥା’ନ୍ତି । ସାବିତ୍ରୀଙ୍କ ଭକ୍ତି ଓ ନିଷ୍ଠା ସତ୍ୟବାନଙ୍କୁ କିପରି ମୃତ୍ୟୁ କବଳରୁ ଫେରାଇ ଆଣିଥିଲା, ତାହା ଏହି ବ୍ରତର ମହତ୍ତ୍ବ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments