News

ସୋମବାର ଏହି ସବୁ ଜିଲ୍ଲାରେ ହେବ ବର୍ଷା,ଜାଣନ୍ତୁ...

ଉପକୂଳ ଓଡିଶା ଅଞ୍ଚଳରେ ଥିବା ଲଘୁଚାପ କ୍ରମଶଃ ବହୁ ଦୁର୍ବଳ ହେଉଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ହିଁ ଉତ୍ତର ଭାରତକୁ ମୁହାଁଇପାରେ ବୋଲି କୁହାଯାଉଛି । ଯାହାକୁ ନେଇ ସୋମବାର ଦିନ 8ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

18 July, 2022 10:08 AM IST By: Sudesna Nayak

ଉପକୂଳ ଓଡିଶା ଅଞ୍ଚଳରେ ଥିବା ଲଘୁଚାପ (Low Pressure)କ୍ରମଶଃ ବହୁ ଦୁର୍ବଳ ହେଉଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ହିଁ ଉତ୍ତର ଭାରତକୁ ମୁହାଁଇପାରେ ବୋଲି କୁହାଯାଉଛି । ଯାହାକୁ ନେଇ ସୋମବାର (Monday)ଦିନ 8ଟି ଜିଲ୍ଲାରେ ବର୍ଷା (RAIN) ହେବାର ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ସୋମବାର (Monday) କିଛି କିଛି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା (RAIN)ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଅନୁଗୁଳ ଜିଲ୍ଲା, ବୌଦ୍ଧ ଜିଲ୍ଲା, କୋରାପୁଟ ଜିଲ୍ଲା ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା (RAIN) ଆଶଙ୍କା ଅଛି ।

ତେଣୁ ୧୯ ତାରିଖ ଏବଂ ୨୦ ତାରିଖରେ ରାଜ୍ୟରେ ବିଶେଷ ବର୍ଷା (RAIN) ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ନିର୍ଦ୍ଦେଶକ ଡ. ଏଚ୍‌ଆର ବିଶ୍ୱାସ କହିଛନ୍ତି ।

17 ତାରିଖରେ ବରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କଟକ ଜିଲ୍ଲା ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (RAIN) ହୋଇଥିଲା ।

ବର୍ତ୍ତମାନ ରାଜ୍ୟରେ ଅଳ୍ପ ପରିମାଣର ବର୍ଷା (RAIN)ହୋଇପାରେ । ଦକ୍ଷିଣ ଓଡ଼ିଶା (Odisha)ର କିଛି କିଛି ସ୍ଥାନରେ ବର୍ଷା (RAIN)ହୋଇପାରେ ।

ପ୍ରକାଶ ଥାଉ ଯେ, ୧୮ ତାରିଖରୁ ୨୦ ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ସ୍ୱଳ୍ପ ପରିମାଣର ବର୍ଷା (RAIN) ହେବ । ୨୧ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶା (Odisha)ରେ ବର୍ଷା (RAIN)ବଢ଼ିବ ।

ଆହୁରି ୨୪ ଘଣ୍ଟା ପ୍ରବଳ ଛେଚିବ ବର୍ଷା

ଆଗାମୀ ୨ ଦିନ ଛେଚିବ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)