1. କୃଷି ଖବର

ଆହୁରି ୨୪ ଘଣ୍ଟା ପ୍ରବଳ ଛେଚିବ ବର୍ଷା

ଏବେ ରାଜ୍ୟରେ ବର୍ଷା ଜାରି ରହିବ । ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଛି ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

Sudesna Nayak
Sudesna Nayak
today weather report

today weather report

ଏବେ ରାଜ୍ୟରେ ବର୍ଷା (RAIN) ଜାରି ରହିବ । ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଛି ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା(RAIN) ହେବ । ଯାହାକୁ ନେଇ 7 ଟି ଜିଲ୍ଲା ଯେଉଁଗୁଡିକ ହେଉଛି କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ବରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (RAIN)ହେବ ।

ସୂଚନା ଅନୁଯାୟୀ, ରବିବାର (Sunday)ଠାରୁ ରାଜ୍ୟରେ ଲଘୁଚାପ (Low Pressure)ର ପ୍ରଭାବ କମିବା ସହ ବର୍ଷା (RAIN)ବି କମିଯିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ଏଭଳି ପୂର୍ବାନୁମାନ ଦେଇଛି ।

ପ୍ରବଳ ବର୍ଷା (RAIN) ଯୋଗୁଁ ହିଁ ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି । ଚାଷୀଙ୍କୁ ସତର୍କ କରାଯାଇଛି । ୧୭ ଓ ୧୮ ଦୁଇ ଦିନ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା (RAIN)ସମ୍ଭାବନା ରହିଛି ।

ବରପାଲିରେ ୯୪ ମିଲିମିଟର, ଘସିପୁରାରେ ୮୧.୧, ଭଞ୍ଜନଗରରେ ୮୧, ସିନାପାଲିରେ ୭୮, ଟିଟିଲାଗଡ଼ରେ ୭୭.୨, ଗୋଲାମୁଣ୍ଡାରେ ୭୪, ବିଜେପୁରରେ ୭୩, ଆନନ୍ଦପୁରରେ ୬୨, ହାଟଡ଼ିହିରେ ୫୮, ଆଠମଲ୍ଲିକରେ ୫୧ ଓ କେସିଙ୍ଗାରେ ୭୦ ମିଲିମିଟର ବର୍ଷା (RAIN) ରେକର୍ଡ ହୋଇଛି ।

ଶନିବାର (Saturday)କେନ୍ଦ୍ରୀୟ ଓଡ଼ିଶା (Odisha)ରେ ଅଧିକ ବର୍ଷା (RAIN)ହେବ । ଯାହାକୁ ନେଇ 16 ଟି ଜିଲ୍ଲା ଯେଉଁଗୁଡିକ ହେଉଛି ନୂଆପଡ଼ା ଜିଲ୍ଲା, ଗଞ୍ଜାମ ଜିଲ୍ଲା, ନୟାଗଡ଼ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସୋନପୁର ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା (RAIN)ଆଶଙ୍କା ରହିଛି ।

୧୬ ତାରିଖରେ ବରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କଟକ ଜିଲ୍ଲା ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (RAIN) ହେବ

ପ୍ରକାଶ ଥାଉ ଯେ, ଶୁକ୍ରବାର (Friday) ପ୍ରବଳରୁ ଅତି ପ୍ରବଳ ଗୋପାଳପୁରରେ ୧୫୫ ମିଲିମିଟର, ରିଆମାଳରେ ୭୨ ମିଲିମିଟର, ଆନନ୍ଦପୁରରେ ୫୫.୬, ଘସିପୁରାରେ ୭୭, ଦେଓଗାଁରେ ୧୨୭, ହରଭଙ୍ଗାରେ ୬୦, କଳିଙ୍ଗାରେ ୭୦, ଫୁଲବାଣୀରେ ୯୧, ଟିକାବାଲିରେ ୭୪, ସମ୍ବଲପୁରରେ ୫୭, ଚକାପଦାରେ ୭୦, ଧରାକୋଟରେ ୬୩ ମିମି ବର୍ଷା (RAIN) ହୋଇଛି ।

ଆଗାମୀ ୨ ଦିନ ଛେଚିବ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ଲଘୁଚାପ ସକ୍ରିୟ,୧୭ ଯାଏଁ ଅତି ପ୍ରବଳ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments