1. କୃଷି ଖବର

weather update: ୯ ତାରିଖ ଯାଏଁ ରାଜ୍ୟରେ ରହିବ ଘନ କୁହୁଡ଼ି

ଜାନୁଆରୀ ୮ ଏବଂ ୯ ତାରିଖରେ ଅନେକ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଏବଂ ବଜ୍ରପାତ ହେବାର ପୂର୍ବାନୁମାନ କରାଯାଇ ସତର୍କ ସୂଚନା ଦିଆଯାଇଛି ।

Tanushree Mahapatra
Tanushree Mahapatra
today weather update  , image source - pexels.com

today weather update , image source - pexels.com

ରାଜ୍ୟରେ ପୁଣି ଠାରେ କିଛି ସ୍ଥାନରେ ଖସିଛି ପାରଦ । ଅନ୍ୟପଟେ ହ୍ରାସ ପାଇଛି ରାତି ତାପମାତ୍ରା। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ରହିଛି l ବିଭାଗ କହିବା ଅନୁସାରେ ରାଜ୍ୟର ୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ରହିଛି । ସେହିପରି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ସ୍ଥାନିତ ହୋଇଛି । କାରଣ ଏଠାରେ ରାତି ତାପମାତ୍ରା ପ୍ରାୟତଃ ୭ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି ।

ତେବେ ଏହି ଜିଲ୍ଲା ପରେ ପରେ ରହିଛି ଅନ୍ୟ ଜିଲ୍ଲା ଯଥା: କୋରାପୁଟରେ ୮, ଦାରିଙ୍ଗବାଡ଼ିରେ ୮.୫, ଫୁଲବାଣୀରେ ୯.୫ ଡିଗ୍ରୀ ସିମିଳିଗୁଡ଼ା ୯.୯ ଡିଗ୍ରୀ ସେଲସିୟସ ଏବଂ ନବରଙ୍ଗପୁରରେ ରାତି ତାପମାତ୍ରା ୧୧.୫ ଥିବାବେଳେ କିରେଇରେ ସେହି ତାପମାତ୍ରା ୧୧.୭ ଡିଗ୍ରୀ, ଭୁବନେଶ୍ବରରେ ୧୪.୪ ଓ କଟକ ୧୫.୪ ଡିଗ୍ରୀ ରେକର୍ଡ କରାଯାଇଛି । ଶୀତ ପ୍ରକୋପ ଅଧିକ ରହୁଥିବାରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି l

ସେପଟେ ରାଜ୍ୟରେ କିଛି କିଛି ଅଞ୍ଚଳରେ ଶୀତର ପ୍ରକୋପ କମ୍ ରହିଥିବା ବେଳେ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି l ଯାହା ଜନଜୀବନକୁ ଖୁବ ପ୍ରଭାବିତ କରୁଛି । ଅନେକ ସମୟରେ ଦୁର୍ଘଟଣା ଭଳି ବିଭିନ୍ନ ମାମଲା ସାମ୍ନାକୁ ଆସୁଛି । ତେବେ ଆସନ୍ତା ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

କେବଳ ଓଡ଼ିଶା ରାଜ୍ୟ ନୁହେଁ ଅନ୍ୟ ରାଜ୍ୟ ଗୁଡିକରେ ମଧ୍ୟ ଥଣ୍ଡା ଅଧିକ ଥିବା ନେଇ ସୂଚନା ରହିଛି l

ପ୍ରବଳ ଥଣ୍ଡା ଏବଂ ଘନ କୁହୁଡିରୁ ଲୋକଙ୍କୁ କିଛିଦିନ ପର୍ଯ୍ୟନ୍ତ ଆରାମ ମିଳିବାର କୌଣସି ଆଶା ନାହିଁ। ତେବେ କେନ୍ଦ୍ରୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଘନ କୁହୁଡି ଏବଂ ଥଣ୍ଡା ପଞ୍ଜାବ, ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ପଶ୍ଚିମ ଏବଂ ପୂର୍ବ ରାଜସ୍ଥାନର କିଛି ଅଞ୍ଚଳରେ ଜାରି ରହିବ। ତେବେ ଆଜି ସୋମବାର ଅର୍ଥାତ ଜାନୁଆରୀ ୮ ତାରିଖ ରାତିରେ ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପୂର୍ବ ରାଜସ୍ଥାନର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଆଜି ଅର୍ଥାତ ସୋମବାର ଜାନୁଆରୀ ୮ ଏବଂ ୯ ତାରିଖରେ ଅନେକ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଏବଂ ବଜ୍ରପାତ ହେବାର ପୂର୍ବାନୁମାନ କରାଯାଇ ସତର୍କ ସୂଚନା ଦିଆଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments