ଡ୍ରୋନ୍ ସାହାଯ୍ୟରେ ହେବ କୀଟନାଶକ ସ୍ପ୍ରେ
ଝାଡଖଣ୍ଡ ରାଜ୍ୟ ସ୍ଥିତ ରାମଗଡ଼ ଜିଲ୍ଲାରେ କୃଷକମାନେ ଡ୍ରୋନ୍ ସାହାଯ୍ୟରେ କୀଟନାଶକ ସ୍ପ୍ରେ କରୁଛନ୍ତି । ଯାହାକି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ପରିଚାଳିତ କୃଷି ବିଜ୍ଞାନ କେନ୍ଦ୍ରସ୍ଥିତ ରାମଗଡ ପରିସରରେ ଡ୍ରୋନ୍ ସାହାଯ୍ୟରେ କୀଟନାଶକ ଔଷଧ ସ୍ପ୍ରେ କରିବାର ପ୍ରଦର୍ଶନ କରିଥିଲା।
ହରିୟାଣା ସରକାର SDMଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି
ହରିୟାଣା ସରକାର କର୍ଣ୍ଣଲ SDM ଆୟୁଷ ସିହ୍ନାଙ୍କୁ ସ୍ଥାନାନ୍ତର କରିଛନ୍ତି। ପୂର୍ବରୁ କୃଷକମାନେ SDMଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରୁଥିଲେ। କୃଷକମାନେ SDMଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ହରିୟାଣା ସରକାର ଦଣ୍ଡ ଦେଉନାହାନ୍ତି ବରଂ ତାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି।
ଧାନ ଫସଲ ସହ ଅନେକ ଫସଲ ପ୍ରଭାବିତ ହେବ, IMD ଜାରି କରିଛି ସୂଚନା
ରାଜ୍ୟରେ ବର୍ଷା ଆରମ୍ଭ ହେଲାଣି। ପାଣିପାଗ ବିଭାଗ କହିବା ଅନୁଯାୟୀ, ସେପ୍ଟେମ୍ବର ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଧାନ ଅମଳ ସମୟରେ ଅଧିକ ବର୍ଷା ହେଲେ ଚାଷୀମାନେ କ୍ଷୟ କ୍ଷତିର ସାମ୍ନା କରିପାରନ୍ତି । ମକା, ସୋୟାବିନ ଏବଂ ଡାଲିଜାତୀୟ ଫସଲ ଚାଷ କରୁଥିବା କୃଷକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ଗହମ ଆମଦାନୀକୁ ପାକିସ୍ତାନ କ୍ୟାବିନେଟରେ ECC ଅନୁମୋଦନ କରିଛି
ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତତା ହୋଇଛି। କିନ୍ତୁ ଭାରତ ଗହମ ଏବଂ ଚିନି ବାହାରକୁ ପଠାଉଥିବା ବେଳେ ପାକିସ୍ତାନ ମହଙ୍ଗା ମୂଲ୍ୟ ଦେଇ କିଣୁଛି। କିଛି ଦିନ ପୂର୍ବରୁ ପାକିସ୍ତାନ କ୍ୟାବିନେଟରେ ୧.୧ ଲକ୍ଷ ଟନ୍ ଗହମ ଆମଦାନୀ କରିବା ପାଇଁ ଅନୁମୋଦନ କରିଛି ଯାହା ଫଳରେ ପାକିସ୍ତାନ ଟନ୍ ପିଛା ୨୬ ହଜାର ଟଙ୍କା ଦେବ।
ସଂସଦରେ ନଡିଆ ବିକାଶ ବୋର୍ଡ ବିଲ୍ -୨୦୨୧ ଅନୁମୋଦନ
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଦେଶର ଅର୍ଥନୀତିରେ ନଡ଼ିଆର ପ୍ରଭାବ ରହିଛି। ତେଣୁ କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷି ବଜେଟ୍ ବୃଦ୍ଧି ସହିତ ଏମଏସପିର ଲାଭ କୃଷକମାନଙ୍କୁ ଦିଆଯାଉଛି। ଏହା ସହ ସଂସଦରେ ନଡ଼ିଆ ବିକାଶ ବୋର୍ଡ ବିଲ୍-୨୦୨୧ ମଧ୍ୟ ପାରିତ ହୋଇଛି। ଯାହା ଫଳରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାରେ ସହାୟକ ହେବ।
ଦେଶରେ ଚାଷ କରାଯିବ ଔଷଧୀୟ ବୃକ୍ଷ
ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧୀୟ ଉଦ୍ଭିଦ ବୋର୍ଡ ସାରା ଦେଶରେ ଔଷଧୀୟ ବୃକ୍ଷ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହାର ଅଭିଯାନ ଆରମ୍ଭ ହୋଇସାରିଛି। ଏହା ଫଳରେ କୃଷକଙ୍କ ଆୟ ବୃଦ୍ଧି ପାଇବା ସହ ସବୁଜ ଭାରତର ସ୍ୱପ୍ନ ସାକାର ହେବ। ମହାରାଷ୍ଟ୍ରର କୃଷକମାନଙ୍କୁ ୭୫୦୦ ଓ ଉତ୍ତର ପ୍ରଦେଶରେ ୭୫୦ ଔଷଧୀୟ ବୃକ୍ଷ ବଣ୍ଟନ କରାଯାଇଛି।
ଧାନ କିଣିବା ପୂର୍ବରୁ ୟୁପି ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର
ଉତ୍ତରପ୍ରଦେଶରେ ଧାନ ବିକ୍ରି ପ୍ରକ୍ରିୟା ଆରମ୍ଭ ହେଲାଣି। ପଞ୍ଜୀକରଣ କାର୍ଯ୍ୟ ମଧ୍ୟ ଚାଲିଛି। କିନ୍ତୁ ଯୋଗୀ ସରକାର ଏକ ନିର୍ଦ୍ଦେଶ ଦେଇଛନ୍ତି ଯେ, ଧାନ ବିକ୍ରି ଓ କିଣିବା ସମୟରେ ଆଧାର କାର୍ଡ ସହ ମୋବାଇଲ୍ ନମ୍ବର ଲିଙ୍କ୍ ହେବା ଜରୁରୀ। ଯଦି ହୋଇନାହିଁ ତେବେ ଲିଙ୍କ୍ କରିଦିଅନ୍ତୁ। ନଚେତ୍ ପଞ୍ଜୀକୃତ ହୋଇପାରିବେ ନାହିଁ।
ପଞ୍ଜାବରେ ଧାନ କିଣିବାର ନୂଆ ନିୟମକୁ କୃଷକମାନେ ବିରୋଧ କରୁଛନ୍ତି
ପଞ୍ଜାବରେ ଧାନ କିଣା ଓ ବିକ୍ରି ପାଇଁ ଏକ ମାସ ବାକି ଅଛି। ଚାଉଳ ମିଲର ମାଲିକମାନେ ଏହି ପ୍ରକ୍ରିୟାକୁ ବିରୋଧ କରୁଛନ୍ତି। ପରୋକ୍ଷ ଭାବରେ କୃଷକଙ୍କ ଉପରେ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି। ଏହି ବିଷୟକୁ ନେଇ କୃଷକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l
ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ଅଛି
ଦିଲ୍ଲୀରେ ଲଗାତାର ଭାବେ ପ୍ରବଳ ବର୍ଷା ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ହେବ ଅନେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
Share your comments