News

ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା!

ଉପକୂଳ ଓଡ଼ିଶାର କେତେକ ସ୍ଥାନରେ 17 ତାରିଖ ବେଳକୁ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବ । ଘନ କୁହୁଡି ଯୋଗୁଁ ଗାଡି ଚଳାଚଳରେ ବହୁ ବାଧା ସୃଷ୍ଟି ହେଉଛି ।

13 January, 2024 6:00 AM IST By: Sudesna Nayak

ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ, ଉପକୂଳ ଓଡ଼ିଶା (Odisha)ର କେତେକ ସ୍ଥାନରେ 17 ତାରିଖ ବେଳକୁ ଘଡ଼ଘଡ଼ି ସହ ହାଲୁକା ବର୍ଷା (rain)ହେବ । ଭାରତର ଏବେ କିଛି ଅଞ୍ଚଳରେ ପ୍ରବଳ ଶୀତ (cold) ସହିତ ଘନକୁହୁଡ଼ି (fog)ଜାରି ରହିଛି ।

ସୂଚନା ଅନୁଯାୟୀ, ଘନ କୁହୁଡ଼ି (fog) ପ୍ରଭାବ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ । ଘନ କୁହୁଡ଼ି (fog)କୁ ନେଇ ଓଡିଶାର କେତେକ ଜିଲ୍ଲା ତଥା କେନ୍ଦୁଝର ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା,ନବରଙ୍ଗପୁର ଜିଲ୍ଲା,ଗଞ୍ଜାମ ଜିଲ୍ଲା,କଟକ ଜିଲ୍ଲା,ସୁନ୍ଦରଗଡ଼ ଜିଲ୍ଲା,ଢେଙ୍କାନାଳ ଜିଲ୍ଲା,ଭଦ୍ରକ ଜିଲ୍ଲାରେ ପ୍ରଭାବ ଦେଖାଦେବ । ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା 13 ତାରିଖରୁ ରାଜ୍ୟରେ କିଛି ମାତ୍ରାରେ ରାତି ତାପମାତ୍ରା କମିପାରେ ।

ଘନ କୁହୁଡି (fog) ଯୋଗୁଁ ଗାଡି ଚଳାଚଳରେ ବହୁ ବାଧା ସୃଷ୍ଟି ହେଉଛି । ଏଥିସହିତ ଗାଡି ଡ୍ରାଇଭରଙ୍କୁ ସଚେତନ କରିବା ପାଇଁ ମଧ୍ଯ ପରାମର୍ଶ ଦିଆଯାଇଛି । ଭୁବନେଶ୍ବର (bhubaneswar)ଠାରୁ ଆରମ୍ଭ କରି ଓଡିଶାର ଅଧିକାଂଶ ଜିଲ୍ଲାରେ ସବୁଠି ଘନ କୁହୁଡ଼ି (fog)ର ଆସ୍ତରଣ ଲାଗି ରହିଛି। ଅଧା ଓଡ଼ିଶା (Odisha) ଘନ କୁହୁଡି (fog) ଚାଦରରେ ଢାଙ୍କି ହୋଇଛି ।

ପ୍ରକାଶ ଥାଉ ଯେ,ରାଜଧାନୀ ଭୁବନେଶ୍ବର (bhubaneswar)ରେ କେତେକ ସ୍ଥାନରେ ଘନ କୁହୁଡି (fog)ଯୋଗୁ ଗାଡି ଚଳାଚଳରେ ସମସ୍ଯା ଉପୁଜୁଛି । ଭକ୍ତମାନେ ବଡଦାଣ୍ଡରୁ ଶ୍ରୀମନ୍ଦିର ପତିତପାବନ ବାନା ଦେଖିପାରୁନାହାନ୍ତି ପୁରୀ ଶ୍ରୀକ୍ଷେତ୍ରରେ ମଧ୍ୟ ଘନକୁହୁଡ଼ି (fog) ପ୍ରଭାବ ଲାଗି ରହିଛି । ପ୍ରବଳ ଶୀତ ରହିବା ଯୋଗୁଁ ଆଲର୍ଟ ରହିବା ପାଇଁ ପାଣିପାଗ ବିଭାଗର ସୂଚନା ଦିଆଯାଇଛି ।

ଓଡିଶାର ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ରାଜ୍ୟରେ ବଢିବ ଶୀତ!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)