News

ଟମାଟୋ କିଲୋ ୭୦

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ । ବଢିଲା ଟମାଟୋ ଦର । ରାଜଧାନୀରେ ଟମାଟୋ କିଲୋ ୭୦ ଛୁଇଁଲାଣି । ବେଙ୍ଗାଳୁରୁ ଓ ନାସିକରୁ ଟମାଟୋ ଆସୁଥିବା ବେଳେ ଆମଦାନୀ କମ୍ ଥିବାରୁ ରେଟ୍ ବଢ଼ୁଛି ବୋଲି କହିଛନ୍ତି ବ୍ୟବସାୟୀ ।

05 May, 2022 2:18 PM IST By: Sudesna Nayak

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ । ବଢିଲା ଟମାଟୋ ଦର । ରାଜଧାନୀରେ ଟମାଟୋ କିଲୋ (Tomato Price)୭୦ ଛୁଇଁଲାଣି । ବେଙ୍ଗାଳୁରୁ ଓ ନାସିକରୁ ଟମାଟୋ ଆସୁଥିବା ବେଳେ ଆମଦାନୀ କମ୍ ଥିବାରୁ ରେଟ୍ ବଢ଼ୁଛି ବୋଲି କହିଛନ୍ତି ବ୍ୟବସାୟୀ ।

ସୂଚନା ଅନୁଯାୟୀ, ଗୋଦାମରୁ ୫୦ ରୁ ୫୫ ଟଙ୍କାରେ କିଣି ଗ୍ରାହକଙ୍କୁ ୬୦ ରୁ ୭୦ ଟଙ୍କାରେ ବିକୁଛନ୍ତି ଦୋକାନୀ । ସେପଟେ କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଟମାଟୋ (Tomato) ଉତ୍ପାଦନ କରୁଥିବା ଚାଷୀ (Farmers)ବିଲ ମୁଣ୍ଡରେ ଅଧା ଦାମ୍‌ରେ ଅର୍ଥାତ୍ ୩୦ରୁ ୩୫ ଟଙ୍କାରେ ଟମାଟୋ ବିକ୍ରି କରୁଥିବା ଜଣାପଡ଼ିଛି । ଯାହା ରାଜଧାନୀକୁ ଆସିଲା ବେଳକୁ ପ୍ରାୟ ଡବଲ ରେଟ୍ କେମିତି ହୋଇଯାଉଛି ତାକୁ ନେଇ ଉଠିଛି ପ୍ରଶ୍ନ ।

ଟମାଟୋ କିଲୋ ୭୦ । ୮ ଦିନ ତଳେ ୨୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ କିଲୋ (Tomato Price) ଆଜି ୭୦ ଟଙ୍କା ଛୁଇଁଛି । ରାଜଧାନୀ ଭୁବନେଶ୍ବରର ୧ ନମ୍ବର ହାଟରେ ଟମାଟୋ ୬୦ରୁ ୭୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଗୋଦାମରୁ ୫୦ରୁ ୫୫ଟଙ୍କାରେ କିଣୁଛନ୍ତି ବୋଲି କହୁଛନ୍ତି ଦୋକାନୀ । ସେପଟେ ବେଙ୍ଗାଲୁରୁ ଓ ନାସିକ୍‌ରୁ ଟମୋଟୋ (Tomato)ଆସୁଥିବା ବେଳେ ଆମଦାନୀ କମ୍ ଥିବାରୁ ଟମୋଟୋ ରେଟ୍ ବଢ଼ୁଥିବା କହିଛନ୍ତି ବ୍ୟବସାୟୀ । ହଠାତ୍ କାହିଁକି ମାର୍କେଟ୍‌ରେ ଟମାଟୋ ରେଟ୍ ଏତେ ବଢ଼ିଗଲା ତାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ଗ୍ରାହକ । ଘରେ ଘରେ ଟମାଟୋର ଚାହିଦା ଥିବାରୁ ଏବେ ସାଧାରଣ ଲୋକଙ୍କ ପକେଟ୍ ଉପରେ ଦର ବୃଦ୍ଧି ପ୍ରଭାବ ପକାଇଛି । କିଲେ କିଣିବା ଜାଗାରେ ଅଧକିଲେ ନେଇ କାମ ଚଳାଇବାକୁ ଚେଷ୍ଟା କରୁଛନ୍ତି ଖାଉଟୀ ।

ରାଜଧାନୀ ମାର୍କେଟ୍‌ରେ ଟମାଟୋ ଦର ଆକାଶ ଛୁଆଁ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଟମାଟୋ ଚାଷ କରିଥିବା ଚାଷୀ କିନ୍ତୁ ନିରାଶ ହୋଇଛି । ବିଲ ମୁଣ୍ଡରେ ଚାଷୀ (Farmers)କିଲୋ ପିଛା ୩୦ ରୁ ୩୫ ଟଙ୍କାରେ ଟମୋଟୋ (Tomato)ବିକ୍ରି କରୁଥିବା ବେଳେ ରାଜଧାନୀରେ ଟମାଟୋ ପ୍ରାୟ ଡବଲ ଅର୍ଥାତ୍ ୭୦ଟଙ୍କାରେ ବିକ୍ରି ହେଉଛି ।

ପ୍ରକାଶ ଥାଉ ଯେ, ୮ ଦିନ ତଳେ ଟମାଟୋ କିଲୋ ୨୦ ଟଙ୍କା ଏମିତିକି କେଉଁଠି କେଉଁଠି ୧୦ ଟଙ୍କାରେ ମଧ୍ୟ ବିକ୍ରି ହୋଇଛି । କୋଲଡ୍ ଷ୍ଟୋରେଜ୍ ନଥିବାରୁ ଓଡ଼ିଶାରେ ଚାଷୀ (Farmers) ଉତ୍ପାଦନ କରୁଥିବା ଟମାଟୋକୁ ଗଚ୍ଛିତ କରି ରଖିପାରୁ ନାହାନ୍ତି । ଫଳରେ ସେମାନଙ୍କୁ କମ୍ ଦାମରେ ବିକ୍ରି କରିବାକୁ ପଡ଼ୁଛି । ଏମିତିକି ଚାଷ ଖର୍ଚ୍ଚ ଉଠୁ ନଥିଲେ ମଧ୍ୟ ଫସଲ ନଷ୍ଟ ଭୟରେ ସେମାନେ କମ୍ ଦାମରେ ଟମାଟୋ ବିକିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏବେ ଯେତେବେଳେ ଟମାଟୋ କିଲୋ ୭୦ ଛୁଇଁଛି ସେତେବେଳେ ଆମ ଚାଷୀଙ୍କ ପାଖରେ ଟମାଟୋ ନାହିଁ । ବାହାର ରାଜ୍ୟରୁ ଆସୁଥିବା ଟମାଟୋର ଦର ବୃଦ୍ଧି ଦେଖି ଆମ ରାଜ୍ୟର ଚାଷୀ କେବଳ ଆଖିରୁ ଲୁହ ଗଡ଼ାଉଛନ୍ତି ।

ଟମାଟୋ କିଲୋ ୨ ଟଙ୍କା

ସାବଧାନ...ଟମାଟୋ ଖାଇବା ହୋଇପାରେ ଭୟାନକ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)