News

ଟମାଟୋ ବଜାରରେ ନିଆଁ, 100 ଛୁଇଁଲା ଦର

ଆକାଶ ଛୁଆଁ ହୋଇଛି ଟମାଟୋ ଦର । ଗତ କିଛି ଦିନ ହେବ ଟମାଟୋ କିଲୋ ପିଛା 80 ଟଙ୍କାରେ ବିକ୍ରି ହେଉଥିବାବେଳେ ଏହା ଏବେ 100 ଟଙ୍କା ହୋଇଯାଇଛି ।

13 May, 2022 11:42 AM IST By: Sudesna Nayak

ରୋଷେଇ ଘରକୁ ଟମାଟୋ ଆଣିବାକୁ ହେଲେ ଏଣିକି ଆପଣଙ୍କ ପକେଟରୁ ଖର୍ଚ୍ଚ କରିବାକୁପଡିବ 100 ଟଙ୍କା । କାରଣ ରାଜଧାନୀର ବଜାରରେ ଏବେ ସବୁଠୁ ମହଙ୍ଗା ପରିବା ପାଲଟିଛି ଟମାଟୋ(Tomato price) । ଭୁବନେଶ୍ବରରେ ଟମାଟୋ ଦର 100 ଟଙ୍କା ଛୁଇଁଛି ।

ଆକାଶ ଛୁଆଁ ହୋଇଛି ଟମାଟୋ ଦର(Tomato price) । ଗତ କିଛି ଦିନ ହେବ ଟମାଟୋ କିଲୋ ପିଛା 80 ଟଙ୍କାରେ ବିକ୍ରି ହେଉଥିବାବେଳେ ଏହା ଏବେ 100 ଟଙ୍କା ହୋଇଯାଇଛି । ରାଜ୍ୟରେ ଏବେ ଟମାଟୋ ଉତ୍ପାଦନ ହେଉ ନ ଥିବା ଏହି ଦରବୃଦ୍ଧିର କାରଣ ବୋଲି ଜଣାପଡିଛି ।

ଟମାଟୋ ନିତିଦିନିଆ ଆୂବଶ୍ୟକ ପରିବା ହୋଇଥିବାରୁ ଏହାର ଦର ବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସେପଟେ କଟକରେ ମଧ୍ୟ ଟମାଟୋ ଦର ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।

ରାଜ୍ୟରେ ଆବଶ୍ୟକୀୟ ଟମାଟୋ ଉତ୍ପାଦନ ହେଉ ନଥିବାରୁ ବାହାର ରାଜ୍ୟ କର୍ଣ୍ଣାଟକ, ଆନ୍ଧଅରପ୍ରଦେଶ ଓ ତେଲେଙ୍ଗାନା ଉପରେ ନିର୍ଭର କରିବାକୁପଡୁଛି । ତଥାପି ସଠିକ ଭାବରେ ଯୋଗାଣ ନ ହେବା କାରଣରୁ ଏହି ଦର ବୃଦ୍ଧି ହେଉଛି ବୋଲି ବ୍ୟବସାୟୀ କହିଛନ୍ତି ।

ଗତ ମାସ ଟମାଟୋ ଅଭାବୀ ବିକ୍ରିର ସାମ୍ନା କରିଥିଲା ଚାଷୀ । ତେବେ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଛି । ସେପଟେ ପରିବା ବଜାରରେ ମଧ୍ୟ ନିଆଁ ଲାଗିଛି । ସବୁ ପନିପରିବାର ଆକାଶ ଛୁଆଁ ଦର ଖାଉଟିଙ୍କୁ କଲବଲ କରୁଛି ।

ଟମାଟୋ ଚାଷ କରି ହାସଲ କରିବେ ବିଶ୍ବ ରେକର୍ଡ, ଜାଣନ୍ତୁ କିପରି?

ଟମାଟୋ କିଲୋ ୨ ଟଙ୍କା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)