1. କୃଷି ଖବର

ଟମାଟୋ ଚାଷ କରି ହାସଲ କରିବେ ବିଶ୍ବ ରେକର୍ଡ, ଜାଣନ୍ତୁ କିପରି?

ପ୍ରାୟତଃ ସମସ୍ତେ ଚାହାଁନ୍ତି ତାଙ୍କ ନାମ ବିଶ୍ୱ ରେକର୍ଡରେ ସାମିଲ୍‌ ହେଉ । ଏଥିପାଇଁ ଅନେକ ଲୋକ ଭିନ୍ନ ଭିନ୍ନ କାମ କରି ଦେଖାନ୍ତି । ହେଲେ ଜଣେ କୃଷକ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇବ । ସେ ତାଙ୍କ ନିଜର ପରିଶ୍ରମ ବଳରେ ପରିଚୟ ସୃଷ୍ଟି କରିଛନ୍ତି । ତାହା ପୁଣି ଟମାଟୋ ପ୍ଲାଣ୍ଟ ମାଧ୍ୟମରେ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି ।

Sudesna Nayak
Sudesna Nayak
British Gardener Sets World Record by Growing Over 1200 Tomatoes on Single Stem

British Gardener Sets World Record by Growing Over 1200 Tomatoes on Single Stem

ପ୍ରାୟତଃ ସମସ୍ତେ ଚାହାଁନ୍ତି ତାଙ୍କ ନାମ ବିଶ୍ୱ ରେକର୍ଡରେ ସାମିଲ୍‌ ହେଉ । ଏଥିପାଇଁ ଅନେକ ଲୋକ ଭିନ୍ନ ଭିନ୍ନ କାମ କରି ଦେଖାନ୍ତି । ହେଲେ ଜଣେ କୃଷକ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇବ । ସେ ତାଙ୍କ ନିଜର ପରିଶ୍ରମ ବଳରେ ପରିଚୟ ସୃଷ୍ଟି କରିଛନ୍ତି । ତାହା ପୁଣି ଟମାଟୋ (Tomato)ପ୍ଲାଣ୍ଟ ମାଧ୍ୟମରେ ଗିନିଜ ୱାର୍ଲ୍ଡ ରେକର୍ଡ (Guinness World Record) କରିଛନ୍ତି ।

ସୂଚନା ଅନୁଯାୟୀ, ଆପଣ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କୃଷକ (FARMER) କେବଳ ଗୋଟିଏ ଗଛରେ ଏତେ ପରିମାଣର ଟମାଟୋ ଫଳାଇଛନ୍ତି, ଯାହା ଗଣନା କରିଲେ ମଧ୍ୟ ଆପଣଙ୍କ ଅବସ୍ଥା ଖରାପ ହୋଇଯିବ । କୃଷକ ଜଣଙ୍କ କେବଳ ଗୋଟିଏ ଗଛରେ ୧୨୬୯ ଟମାଟୋ ଫଳାଇଛନ୍ତି । ଏହି କାରଣରୁ ଗିନିଜ ୱାର୍ଲ୍ଡ ରେକର୍ଡରେ କୃଷକ ଏବଂ ତାଙ୍କ ଗଛର ନାମ ରେକର୍ଡ କରାଯାଇଥିଲା ।

ବ୍ରିଟେନର ଜଣେ କୃଷକ (FARMER)ଡଗଲାସ ସ୍ମିଥ ଏହି ଅନନ୍ୟ କୀର୍ତ୍ତି ମାଧ୍ୟମରେ ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

କୃଷକ ଡଗଲାସ୍ ସ୍ମିଥ୍ କେବଳ ଗୋଟିଏ ଟମାଟୋ ଷ୍ଟେମ୍‌ରେ ସର୍ବାଧିକ ଟମାଟୋ ଫଳାଇ ରେକର୍ଡ ଭାଙ୍ଗିଛନ୍ତି । ଏହା ପୂର୍ବରୁ ଗତ ବର୍ଷ ପର୍ଯ୍ୟନ୍ତ ଏହି ରେକର୍ଡ ୪୮୮ ଟମାଟୋ ଥିଲା । ଏହା ପରେ ଡଗଲାସ୍ ଏହି ରେକର୍ଡ ଭାଙ୍ଗିବାକୁ ଚିନ୍ତା କଲେ ଏବଂ ୮୩୯ଟି ଟମାଟୋ (Tomato) ଫଳାଇଥିଲେ । ହେଲେ ବର୍ତ୍ତମାନ ସେ ମଧ୍ୟ ଏହି ରେକର୍ଡ ଭାଙ୍ଗି ୧୨୬୯ ଟମାଟୋ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ତେବେ କହିବାକୁ ଗଲେ ଡଗଲାସ୍ ଉଦ୍ୟାନ କୃଷି ପ୍ରତି ବହୁତ ଆଗ୍ରହୀ । ଗତ ଚାରିବର୍ଷ ଧରି ସେ ପ୍ରତିଦିନ ନିଜ ବଗିଚାରେ ସମୟ ବିତାଉଛନ୍ତି । ତାଙ୍କର ହୃଦୟ ବା ଅନ୍ତରରୁ ଇଚ୍ଛା କି ଏହା ଦୁନିଆର ସର୍ବୋତ୍ତମ ବଗିଚା ବୋଲି କୁହାଯାଉ ।

ପ୍ରକାଶ ଥାଉ କି, ଟମାଟୋ (Tomato)ରେକର୍ଡ କରିବା ପାଇଁ ସ୍ମିଥ୍ ଅନେକ ବୈଜ୍ଞାନିକ କାଗଜ ପତ୍ର ପଢିଥିଲେ । ଏହା ବ୍ୟତୀତ, ମାଟିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଥିଲେ । ଏତେ ସବୁ ପରିଶ୍ରମ ପରେ, ଯେତେବେଳେ ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ରେକର୍ଡ (Guinness World Record)ହେଲା, ସେତେବେଳେ ତାଙ୍କ ଖୁସିର ସୀମା ନଥିଲା ।

ଗ୍ରୀଷ୍ମ ଋତୁରେ ମହଙ୍ଗା ହେଲା ଲେମ୍ବୁ, ଗୋଟାଏ କୁ 10 ଟଙ୍କା

ଭାରତର ଚାଷୀଙ୍କ ଉପରେ ପଡ଼ିଲା ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ,ଚାଷୀଙ୍କ ଉପରେ ବଢ଼ିବ ଆର୍ଥିକ ବୋଝ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments