1. କୃଷି ଖବର

ଗ୍ରୀଷ୍ମ ଋତୁରେ ମହଙ୍ଗା ହେଲା ଲେମ୍ବୁ, ଗୋଟାଏ କୁ 10 ଟଙ୍କା

ଗ୍ରୀଷ୍ମ ଋତୁରେ ମହଙ୍ଗା ମାଡ଼ । ଖରାଦିନ ବଢ଼ିବା ସାଙ୍ଗକୁ ଲେମ୍ବୁର ଦର ଆକାଶ ଛୁଆଁ ହେବାରେ ଲାଗିଛି । 3500 ଟଙ୍କାରେ ଲେମ୍ବୁ କିଣୁଛନ୍ତି ବେପାରୀ ।

Sudesna Nayak
Sudesna Nayak
retailers facing difficulties for Raise Lemon Price in H yderabad

retailers facing difficulties for Raise Lemon Price in H yderabad

ଗ୍ରୀଷ୍ମ ଋତୁରେ ମହଙ୍ଗା ମାଡ଼ । ଖରାଦିନ ବଢ଼ିବା ସାଙ୍ଗକୁ ଲେମ୍ବୁର ଦର (Raise Lemon Price) ଆକାଶ ଛୁଆଁ ହେବାରେ ଲାଗିଛି । 3500 ଟଙ୍କାରେ ଲେମ୍ବୁ କିଣୁଛନ୍ତି ବେପାରୀ ।

ସୂଚନା ଅନୁଯାୟୀ, ତାତି ବଢିବା ସାଙ୍ଗକୁ ପନିପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି । ବିଶେଷକରି ଲେମ୍ବୁ (Lemon Price),ଭେଣ୍ଡି, କାକୁଡି, ଜହ୍ନି ମୂଲ୍ୟ ସାଧାରଣ ଲୋକଙ୍କ ପକେଟ ପାଇଁ ବୋଝ ସଦୃଶ ହୋଇଛି ।

ଖରାଦିନ ବଢ଼ିବା ସାଙ୍ଗକୁ ଲେମ୍ବୁର ଦର ଆକାଶ ଛୁଆଁ ହେବାରେ ଲାଗିଛି । ଶୋଷ ମେଣ୍ଟାଉଥିବା ଲେମ୍ବୁ କିଣିବା ପାଇଁ ଗ୍ରାହକଙ୍କ ଠାରୁ ଆରମ୍ଭ କରି ବେପାରୀ ଦର ଦାମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ସପ୍ତାହରୁ ହାଇଦ୍ରାବାଦ ସହରରେ ଗୋଟିଏ ଲେମ୍ବୁ 10 ଟଙ୍କାରେ ବିକ୍ରି କରାଯାଉଛି ।

ଲେମ୍ବୁର ଏହେତୁକ ଦର (Lemon Price) ବୃଦ୍ଧି ହେତୁ ବେପାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଗ୍ରାହକମାନେ ଲେମ୍ବୁ କିଣିବାକୁ ଆଗ୍ରହୀ ନାହାନ୍ତି । ଯାହା ଫଳରେ ସିଧାସଳଖ ବେପାରୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି । ପୂର୍ବରୁ ବେପାରୀଙ୍କୁ ଲେମ୍ବୁ ବସ୍ତା ପ୍ରତି 700ଟଙ୍କାରେ କିଣିବାକୁ ପଡୁଥିଲା । ମାତ୍ର ଦର ବୃଦ୍ଧି ହେବାପରେ 3500 ମୂଲ୍ୟ ରହିଛି । ତେଣୁ ଗୋଟିଏ ଲେମ୍ବୁ (Lemon)କୁ 10 ଟଙ୍କାରେ ବିକ୍ରି କରାଯାଉଛି । ଯାହାକୁ କିଣିବା ପାଇଁ ସାଧାରଣ ଲୋକେ ଆଗ୍ରହ ପ୍ରକାଶ କରୁନଥିବା ବେପାରୀ କହିଛନ୍ତି । ଅନ୍ୟପଟେ ଗୋଟିଏ ବ୍ୟାଗ ଲେମ୍ବୁକୁ 3000 ଟଙ୍କାରେ କିଣୁଥିବା କହିଛନ୍ତି ବେପାରୀ ।

ସେପେଟେ କହିବାକୁ ଗଲେ, ରାଜସ୍ଥାନ କୋଟାରେ ଲେମ୍ବୁର ମୂଲ୍ୟ (Lemon Price) ଆଜିର ଦିନରେ ପେଟ୍ରୋଲ ଏବଂ ଡିଜେଲ ଅପେକ୍ଷା ମହଙ୍ଗା ହୋଇଛି । ୧୦ ଦିନ ପୂର୍ବରୁ ଲେମ୍ବୁ କିଲୋ ପିଛା ୬୦-୭୦ ଟଙ୍କା ଥିବାବେଳେ, ବର୍ତ୍ତମାନ କିଲୋଗ୍ରାମ ପିଛା ୨୫୦ ରୁ ୨୮୦ ଟଙ୍କାକୁ ବୃଦ୍ଧି ପାଇଛି । ମୂଲ୍ୟ ବୃଦ୍ଧି ସହିତ ଲୋକମାନେ ଲେମ୍ବୁ କ୍ରୟକୁ ମଧ୍ୟ ହ୍ରାସ କରିଛନ୍ତି। କେବଳ ଅଳ୍ପ ଲୋକ ଲେମ୍ବୁ କିଣିବାକୁ ସକ୍ଷମ ଅଟନ୍ତି ।

ପ୍ରକାଶ ଥାଉ ଯେ, ଲେମ୍ବୁ (Lemon) ବ୍ୟତୀତ ଭେଣ୍ଡି, କାକୁଡି, ଜହ୍ନି, କଞ୍ଚାଲଙ୍କା ଭଳି ପନିପରିବାର ମୂଲ୍ୟ ମଧ୍ୟ ୭୦ରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ପନିପରିବା ମହଙ୍ଗା ହୋଇଛି ।

ଜନତାଙ୍କୁ ପୁଣି ଲାଗିଲା ଝଟକା ;୨୫୦ ଟଙ୍କା ବଢିଲା LPG ସିଲିଣ୍ଡର

Fuel Price Hike:ମୁଦ୍ରାସ୍ଫୀତିର ବଡ଼ ଝଟକା; ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments