1. କୃଷି ଖବର

ପରମ୍ପରାଗତ କୃଷି ବିକାଶ ଯୋଜନା କୃଷକ ମାନଙ୍କୁ ମିଳିବ ତାଲିମ୍

‘ପରମ୍ପରାଗତ କୃଷି ବିକାଶ ଯୋଜନା’ ଜାତୀୟ ବୃହତ ପ୍ରକଳ୍ପ ‘ସତତ କୃଷି ପାଇଁ ଜାତୀୟ ନିୟୋଗ’ ର ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଅନ୍ତର୍ଗତ ଏକ ଅଙ୍ଗ ବିଶେଷ ।

KJ Staff
KJ Staff

‘ପରମ୍ପରାଗତ କୃଷି ବିକାଶ ଯୋଜନା’ ଜାତୀୟ ବୃହତ ପ୍ରକଳ୍ପ ‘ସତତ କୃଷି ପାଇଁ ଜାତୀୟ ନିୟୋଗ’ ର ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଅନ୍ତର୍ଗତ ଏକ ଅଙ୍ଗ ବିଶେଷ । PKVY ରେ ସାମୁହିକ ଭିତ୍ତିରେ PGS ପ୍ରାମାଣିକରଣ ସହ ଜୈବ-ଗ୍ରାମ କୁ ପୋଷ୍ୟ ଭାବେ ନିଆଯାଇ ଜୈବଚାଷକୁ ପ୍ରୋତ୍ସାହନ ଦିଆଯାଇଥାଏ l ପ୍ରମାଣୀକୃତ ଜୈବ କୃଷିକର୍ମ ମାଧ୍ୟମରେ ବ୍ୟବସାୟିକ ଜୈବ ଉତ୍ପାଦ କୁ ପ୍ରୋତ୍ସାହନ । ଏହାର ଉତ୍ପାଦ କୀଟନାଶକ ଅବଶେଷ ମୁକ୍ତ ଏବଂ ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟ ବର୍ଦ୍ଧନ କରିବାରେ ସାହାଯ୍ୟ କରେ । ଏହା କୃଷକର ରୋଜଗାର ବୃଦ୍ଧି କରେ ଏବଂ ବ୍ୟବସାୟୀଙ୍କ ପାଇଁ ପ୍ରଚ୍ଛନ୍ନ ବିପଣନ ସୁଯୋଗ ସୃଷ୍ଟି କରେ । ନିବେଶ ଉତ୍ପାଦନ ପାଇଁ ପ୍ରକୃତିକ ସମ୍ବଳର ବିନିଯୋଗକୁ ଏହା ଚାଷୀ ମାନଙ୍କୁ ଉତ୍ସାହିତ କରେ ।

ପ୍ରକଳ୍ପ କାର୍ଯ୍ୟନ୍ଵୟନ-ପରମ୍ପରାଗତ କୃଷି ବିକାଶ ଯୋଜନା’ରେ କୃଷକମାନଙ୍କୁ ଗୋଷ୍ଠୀଭିତ୍ତିକ ଜୈବ କୃଷି ପାଇଁ ପ୍ରେରଣା ଦିଆଯାଏ । ଏହି ଯୋଜନାରେ ୫୦ ଏକର ଜମି ଥାଇ ୫୦ ବା ତ୍ତଉର୍ଦ୍ଧ୍ବରୁ ଚାଷଙ୍କର ଏକ ସମୂହ ଗଠନ କରାଯାଇଥାଏ । ୩ ବର୍ଷ ମଧ୍ୟରେ ଏହିପରି ୧୦ ହଜାର ସମୂହ ଗଠନ କରାଯାଇ ଏଥିରେ ୫ ଲକ୍ଷ ଏକର ଜମି ଅନ୍ତର୍ଭୁକ୍ତ କରାଯିବ । ପ୍ରାମାଣିକରଣ ପାଇଁ ଚାଷୀଙ୍କର କୌଣସି ଖର୍ଚ୍ଚ ଦେବାକୁ ପଡିବ ନାହିଁ । ତିନି ବର୍ଷ ପାଇଁ ପ୍ରତ୍ୟେକ ଚାଷୀଙ୍କୁ  ବାର୍ଷିକ ଏକର ପିଛା ୨୦ ହଜାର ଟଙ୍କା ଚାଷପାଇଁ ବିହନ ବାବଦକୁ ଏବଂ ପରିବହନ ବାବଦକୁ ଦିଆଯିବ । ପାରମ୍ପରିକ ସମ୍ବଳ ବ୍ୟବହାର କରାଯାଇ ଜୈବ କୃଷିକୁ ପ୍ରୋତ୍ସାହନ ଦିଆଯିବା ସହ ବଜାର ସହ ସଂଯୁକ୍ତ କରାଯିବ । ଏହା ଘରୋଇ ଉତ୍ପାଦ ବୃଦ୍ଧି କରିବା ସହ କୃଷକଙ୍କ ସମ୍ପୃକ୍ତି ସହ ଜୈବ ଉତ୍ପାଦର ପ୍ରାମାଣିକରଣ ଦିଗରେ ସାହାଯ୍ୟ କରିବ । ସହାୟତାର ଢାଞ୍ଚା ଓ ସଂଘଟକ ସମୂହ ଦୃଷ୍ଟିକୋଣ ସହ ସହଭାଗୀ ଆଶ୍ଵାସନ ପ୍ରଣାଳୀ ଓ ପ୍ରାମାଣିକରଣ ଅଭିଗ୍ରହଣ କୃଷକ ତଥା ସ୍ଥାନୀୟ ଲୋକଙ୍କୁ ନେଇ PGS ପ୍ରାମାଣିକରଣ ନିମନ୍ତେ ୫୦ ଏକର ବିଶିଷ୍ଟ ସମୂହ ଗଠନ ପାଇଁ ପ୍ରେରଣା ଦେବା । ପ୍ରତି କୃଷକ ପିଛା ୨ ଶହ ଟଙ୍କା ଜୈବ କୃଷକ ସମୂହ ଗଠନ ପାଇଁ ସଭା ଓ ସମାରୋହ ଇତ୍ୟାଦି କରି ଉତ୍ସାହିତ କରିବା । ପ୍ରତି କୃଷକ ପିଛା ୨ ଶହ ଟଙ୍କା ଓ ଗମନାଗମନ ମଧ୍ୟ ସୁବୁଧା ରହିଛି । PGS କୃଷକ ମାନଙ୍କୁ ସମର୍ଥନ ଏବଂ ସମୂହ ମଧ୍ୟରୁ ଜଣଙ୍କୁ ନେତୃତ୍ଵ ସାଧନ ସମ୍ପନ୍ନ ବ୍ୟକ୍ତିତ୍ଵ (LRP) ଚିହ୍ନଟ କରିବା । ପ୍ରତି ତାଲିମ ପିଛା ୨୦ ହଜାର ଟଙ୍କା ହିସାବରେ ସମୂହ ସଭ୍ୟଙ୍କ ପାଇଁ ୩ଟି ତାଲିମ କାର୍ଯ୍ୟକ୍ରମ କରିବେ । PGS ପ୍ରାମାଣିକରଣ ଓ ଗୁଣବତ୍ତା ନିୟନ୍ତ୍ରଣ LRP ମାନଙ୍କୁ ମୁଣ୍ଡପିଛା ୨ ଶହ ଟଙ୍କା ହିସାବରେ ୨-ଦିନିଆ PGS ବିଷୟରେ ତାଲିମ ପ୍ରଦାନ । ୨୦ ଜଣ ନେତୃତ୍ଵ ସାଧନ ସମ୍ପନ୍ନ ବ୍ୟକ୍ତିଙ୍କୁ ତାଲିମ୍ ପ୍ରଦାନକାରୀଙ୍କ ପାଇଁ ତାଲିମ୍ କାର୍ଯ୍ୟକ୍ରମରେ ଦିନପିଛା ୨ ଶହ ୫୦ ଟଙ୍କା ହିସାବରେ ୩ ଦିନିଆ ତାଲିମ ପ୍ରଦାନ । ସମୂହ ସଭ୍ୟ ଚାଷୀଙ୍କୁ ମୁଣ୍ଡପିଛା ଶହେ ଟଙ୍କା  ହିସାବରେ ଅନ୍-ଲାଇନ୍ ପଞ୍ଜୀକରଣ । ୩ ବର୍ଷ ପାଇଁ ସମୂହ ପିଛା ବର୍ଷକୁ ୨୧ ଥର ମୃତ୍ତିକା ନମୁନା ସଂଗ୍ରହ ଓ ପରୀକ୍ଷା । ପ୍ରତି କୃଷକ ପିଛା PGS ପ୍ରାମାଣିକରଣ ପାଇଁ ଶହେ ଟଙ୍କା ହିସାବରେ ଜୈବ କୃଷିକୁ ପରିବର୍ତ୍ତନ, ବ୍ୟବହୃତ ନିବେଶ, ଅନୂଗମିତ ଫସଲ ସ୍ୱରୂପ, ବ୍ୟବହୃତ ଜୈବ ଖତ ଓ ସାରର ପ୍ରକ୍ରିୟା ପ୍ରଲିଖନ l ମୁଣ୍ଡ ପିଛା ୪ ଶହ ଟଙ୍କା ହିସାବରେ ସମୂହ ସଭ୍ୟଙ୍କ ଜମି ପରିଦର୍ଶନ । ଏହା ବର୍ଷକୁ ଜଣେ କୃଷକ ୩ ଥର ପରିଦର୍ଶନ କରିପାରିବେ ।  ପ୍ରତି ନମୁନା ବାବଦକୁ ୧୦ ହଜାର ଟଙ୍କା ହିସାବରେ NABL ଦ୍ଵାରା ବର୍ଷକୁ ସମୂହ ପିଛା ୮ ଥର ନମୁନାର ଅବଶେଷ ବିଶ୍ଳେଷଣ l

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments