1. କୃଷି ଖବର

ବଦଳିଲା ଟ୍ରାଫିକ ନିୟମ !

ବଦଳିଲା ଟ୍ରାଫିକ ନିୟମ !

KJ Staff
KJ Staff

କେଉଁ ଦୋଷ ଲାଗି କେତେ ଜୋରିମାନା !

ସମ୍ବିଧାନ ରେ ମଟର ଗାଡି ନିୟମାବଳୀ ସଂଶୋଧନ ପରେ ସେପ୍ଟେମ୍ବର ୧ ରୁ ଲାଗୁ ହୋଇଛି ନୂତନ ନିୟମ |ଏହି ନିୟମ ଅନ୍ତର୍ଗତ ସମସ୍ତ ୨ ଚକିଆ ବା ୪ ଚକିଆ ଗାଡି ଚାଳକ ଙ୍କୁ ଦେବାକୁ ପଡିବ ପୂର୍ବ ତୁଳନାରେ ୧୦ ଗୁଣ ଅଧିକ ଜୋରିମାନା |

ସଡକ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ବିଲ କୁ ୨୩ ଜୁଲାଇ ରେ ଲୋକ ସଭା ଏବଂ ୩୧ ଜୁଲାଇ ରେ ରାଜ୍ୟ ସଭା ରେ ଉପସ୍ଥାପନ କରିଥିଲେ |ପ୍ରତିବର୍ଷ ହାରାହାରି ୧.୫ ଲକ୍ଷ ଲୋକ ସଡକ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥାନ୍ତି ,ତେଣୁ ଏହି ନିୟମାବଳୀ ରେ ସଂଶୋଧନ କରାଯାଇ ଜୋରିମାନା କୁ ୧୦ ଗୁଣ ବଢାଯାଇଛି ବୋଲି ମତ ଦେଇଥିଲେ ମନ୍ତ୍ରୀ ନିତିନ ଗଡ଼କରୀ

-ଲାଇସେନ୍ସ ବିନା ଗାଡି ଚଳାଉଥିଲେ ୫୦୦୦ ଟଙ୍କା ଜୋରିମାନା |
-ସେହିପରି ସିଟ ବେଲ୍ଟ ନ ବାନ୍ଧିଲେ ୧୦୦୦ ଟଙ୍କା ତଥା ଗାଡି ଚାଲିଲା ବେଳେ ମୋବାଇଲ ଫୋନ ବ୍ୟବହାର କରୁଥିଲେ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ |
-ଗାଡି ର ଇନ୍ସୁରାନ୍ସ ବୈଧତା ସମ୍ପତ୍ତି ହେଇଯାଇଥିଲେ ୩ ମାସ ଜେଲ ବା ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡିପାରେ |
-୧୮ ବର୍ଷ ରୁ କମ ବୟସ ଥିବା ଚାଳକ ଙ୍କ ତ୍ରୁଟି ଲାଗି ୨୫୦୦୦ ଟଙ୍କା ଜୋରିମାନା ସହ ୩ ବର୍ଷ କାରାଦଣ୍ଡ ଏବଂ ୧୨ ମାସ ଯାଏ ଗାଡି ର ରେଜିଷ୍ଟ୍ରେସନ ରଦ୍ଧ କରାଯିବ |
-ସଡକ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର କୁ ସରକାର ବର୍ତମାନ ୨୫୦୦୦ ବଦଳରେ ୨ ଲକ୍ଷ ଟଙ୍କା ଦେବେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments