1. କୃଷି ଖବର

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଯୁବକଙ୍କୁ ତାଲିମ

ମୋଦୀ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବା, ସେମାନଙ୍କ ଲକ୍ଷ୍ୟ ହାସଲ କରିବା ଏବଂ ଭାରତକୁ ଭବିଷ୍ୟତରେ ଆଗେଇ ନେବା।

Tanushree Mahapatra
Tanushree Mahapatra
Training youth under Skill Development Scheme, image source - pexels

Training youth under Skill Development Scheme, image source - pexels

ଅମୃତ ପିଢ଼ି ଅର୍ଥାତ୍‌ ଦେଶର ଯୁବବର୍ଗଙ୍କ ସ୍ୱପ୍ନକୁ ସାକାର କରିବା ସହିତ ସେମାନଙ୍କ ପାଇଁ ଅପାର ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କ ମାର୍ଗରେ ଆସୁଥିବା ସବୁ ବାଧା ଦୂର କରିବା ସରକାରଙ୍କ ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ଏହାକୁ ସାକାର କରିବା ଲାଗି ଗତ ଏଗାର ବର୍ଷ ମଧ୍ୟରେ ଭାରତ ସରକାର ଯୁବବର୍ଗଙ୍କ ସଶକ୍ତିକରଣ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଛନ୍ତି। ଭାରତରେ ବିଶ୍ୱର ସର୍ବାଧିକ ଯୁବ ଜନସଂଖ୍ୟା ରହିଛି, ଯେଉଁଥିରେ 35 ବର୍ଷରୁ କମ୍ ବୟସର ପ୍ରାୟ 65 ପ୍ରତିଶତ ଲୋକ ଅଛନ୍ତି। ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଦୀର୍ଘକାଳୀନ ରଣନୀତିକ ଅଭିବୃଦ୍ଧି ହାସଲ କରିବା ଲାଗି ସରକାର ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଭାବେ ବିବେଚନା କରନ୍ତି। ମୋଦୀ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବା, ସେମାନଙ୍କ ଲକ୍ଷ୍ୟ ହାସଲ କରିବା ଏବଂ ଭାରତକୁ ଭବିଷ୍ୟତରେ ଆଗେଇ ନେବା। ଯୁବ ଭାରତୀୟମାନେ ଯେପରି ଗୁଣାତ୍ମକ ଶିକ୍ଷା, ଆଧୁନିକ କୌଶଳ, ଭଲ ଚାକିରି ପାଇବେ ଏବଂ ସଫଳ ଉଦ୍ୟୋଗୀ ହେବା ପାଇଁ ସହାୟତା ଆବଶ୍ୟକ କରିବେ ତାହା ସରକାର ଏହା ସୁନିଶ୍ଚିତ କରୁଛନ୍ତି।

୨୦୧୪ ମସିହାରୁ, ଏମ୍ସ ପ୍ରତିଷ୍ଠାନ ସଂଖ୍ୟା ୭ ରୁ ୨୩ କୁ ବୃଦ୍ଧି ପାଇଛି, ଯାହା ପ୍ରଭାବଶାଳୀ ଭାବରେ ତିନିଗୁଣ ବୃଦ୍ଧି ପାଇଛି। ଏହା ସହିତ, ମେଡିକାଲ କଲେଜ ସଂଖ୍ୟା ୩୮୭ ରୁ ୨୦୪୫କୁ ବୃଦ୍ଧି ପାଇଛି, ଯାହା ୨୦୨୪ ସୁଦ୍ଧା ୧.୯ ଲକ୍ଷରୁ ଅଧିକ ମେଡିକାଲ ସିଟ୍ ପ୍ରଦାନ କରିଛି। ପିଏମଶ୍ରୀ (ପ୍ରଧାନମନ୍ତ୍ରୀ ଉଦୀୟମାନ ଭାରତ ବିଦ୍ୟାଳୟ) ଯୋଜନା ଅଧୀନରେ ୧୪,୫୦୦ ବିଦ୍ୟାଳୟର ଉନ୍ନତିକରଣ କରାଯାଉଛି।

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୨୦୧୫ ପରଠାରୁ ୧.୬୩ କୋଟିରୁ ଅଧିକ ଯୁବକଙ୍କୁ ବିଭିନ୍ନ କୌଶଳ କ୍ଷେତ୍ରରେ ତାଲିମ ଦିଆଯାଇଛି। ଯୁବବର୍ଗଙ୍କୁ ସ୍ୱଳ୍ପକାଳୀନ ତାଲିମ ଦେବାକୁ ଆରମ୍ଭ ହୋଇଥିବା ଏହି ଯୋଜନା ଏବେ ସୁଦ୍ଧା ୪ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହୋଇଛି। ପ୍ରଥମ ତିନୋଟି ପର୍ଯ୍ୟାୟରେ ଯଥାକ୍ରମେ ୧୯ ଲକ୍ଷ, ୧.୧୦ କୋଟି ଏବଂ ୭.୩୭ ଲକ୍ଷ କୋଟି ଯୁବବର୍ଗଙ୍କୁ ଦକ୍ଷତା ତାମିଲ ଦିଆଯାଇଛି । ଏବେସୁଦ୍ଧା ଯୋଜନାରେ ୧.୬୩ କୋଟି ଯୁବବର୍ଗ ଦକ୍ଷତା ତାଲିମ ନେଇଛନ୍ତି । ସେହିପରି ସ୍କିଲ ଇଣ୍ଡିଆ ମିଶନ ଜରିଆରେ ୩୬ଟି କ୍ଷେତ୍ରୀୟ ଦକ୍ଷତା ପରିଷଦ ଗଠନକୁ ମଞ୍ଜୁରି ମିଳିଛି । ଏହି ମିଶନ ଯୁବବର୍ଗଙ୍କୁ ନିଯୁକ୍ତି ଆଧାରିତ ପ୍ରଶିକ୍ଷଣ ପ୍ରଦାନ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

୨୨ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ରୋଜଗାର ମେଳା କାର୍ଯ୍ୟକ୍ରମ। ଏବେ ସୁଦ୍ଧା ୧୫ଟି ରୋଜଗାର ମେଳା ଜରିଆରେ ୧୦ ଲକ୍ଷରୁ ଅଧିକ ସରକାରୀ ଚାକିରି ନିଯୁକ୍ତିପତ୍ର ପ୍ରଦାନ କରାଯାଇସାରିଛି । ଇପିଏଫଓରେ ୮ କୋଟି ୫୯ ଲକ୍ଷ ନୂଆ ଉପଭୋକ୍ତା ଯୋଡ଼ି ହୋଇଛନ୍ତି । ଏପ୍ରିଲ ୨୦୨୦ ପରଠାରୁ ଏଥିରେ ୩.୪୫ କୋଟି ୧୮-୨୮ ବର୍ଷ ବୟସ୍କ ଯୁବକଯୁବତୀ ଯୋଡ଼ି ଯୋଡ଼ି ହୋଇଛନ୍ତି l

ସରକାର ଯୁବବର୍ଗଙ୍କୁ ସେନାବାହିନୀରେ ନିଯୁକ୍ତି ଦେବା ଲାଗି ଅଗ୍ନିପଥ ଯୋଜନା ଆଣିଛନ୍ତି। ଏହି ଯୋଜନାରେ ସାଢ଼େ ୧୭ରୁ ୨୧ ବର୍ଷ ବୟସର ଯୁବକଯୁବତୀ ଆବେଦନ କରିପାରିବେ। ଅଗ୍ନିବୀରମାନଙ୍କୁ ଚାରି ବର୍ଷ ସେନାବାହିନୀର ସେବା କରିବାର ସୁଯୋଗ ମିଳିବ। ଏମାନଙ୍କୁ ପରବର୍ତ୍ତୀ ସମୟରେ ଅନ୍ୟ ସେବାଗୁଡ଼ିକରେ ନିଯୁକ୍ତିର ସଂରକ୍ଷଣ ଦିଆଯିବ। ଏହିପରି ଭାବେ ଗତ ୧୧ ବର୍ଷ ମଧ୍ୟରେ ଯୁବବର୍ଗଙ୍କ ସଶକ୍ତିକରଣ ପାଇଁ ମୋଦୀ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି।ବା ଏକ ଉଲ୍ଲେଖନୀୟ ଉପଲବ୍ଧି ଯାହାକି ଯୁବବର୍ଗଙ୍କ ନିଯୁକ୍ତିକୁ ଦର୍ଶାଉଛି।

Read more 

ନକଲି ସାର ଯୋଗାଉଥିବା କମ୍ପାନୀଙ୍କ ପାଇଁ କଠୋର ଆଇନ

ସମବାୟ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନାର ସମୀକ୍ଷା ବୈଠକ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ