1. କୃଷି ଖବର

old pension scheme: ସରକାରୀ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ

ଏବେ ସାରା ଦେଶରେ ବହୁ ରାଜ୍ୟ ପୁରୁଣା ପେନସନ ସ୍କିମ ବ୍ୟବସ୍ଥା ପୁଣି ଥରେ ଲାଗୁ କରିଛନ୍ତି । ପୁରୁଣା ପେନସନ ସ୍କିମ୍ (OPS) କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଯାହା ଫଳରେ ୧.୩୬ ଲକ୍ଷ କର୍ମଚାରୀ ମଧ୍ୟ ପୁରୁଣା ପେନସନ ଯୋଜନାର ସୁବିଧା ପାଇବେ ।

Sudesna Nayak
Sudesna Nayak
trending old pension scheme Himachal Pradesh restores old pension scheme

trending old pension scheme Himachal Pradesh restores old pension scheme

ଏବେ ସାରା ଦେଶରେ ପୁରୁଣା ପେନସନ ସ୍କିମ (Old Pension Scheme)କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଯାହାକୁ ନେଇ ଏହି ସମୟରେ ବହୁ ରାଜ୍ୟ ପୁରୁଣା ପେନସନ ସ୍କିମ (Old Pension Scheme) ବ୍ୟବସ୍ଥା ପୁଣି ଥରେ ଲାଗୁ କରିଛନ୍ତି । ଏଥି ସହିତ ଅନେକ ରାଜ୍ୟରେ ମଧ୍ଯ ଏବେ ବି ନୂତନ ପେନସନ ଯୋଜନା (New Pension Scheme) ଲାଗୁ ରହିଛି । ଏହି ସମୟରେ ପୁରୁଣା ପେନସନ ସ୍କିମ୍ (OPS) କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଯାହା ଫଳରେ ୧.୩୬ ଲକ୍ଷ କର୍ମଚାରୀ ମଧ୍ୟ ପୁରୁଣା ପେନସନ ଯୋଜନା (Old Pension Scheme)ର ସୁବିଧା ପାଇବେ ।

ସୂଚନା ଅନୁଯାୟୀ, କେତେକ ରାଜ୍ୟ ପୁଣି ପୁରୁଣା ପେନସନ ସ୍କିମ (Old Pension Scheme) ଲାଗୁ କରିଥିବାରୁ ଏହାକୁ ନେଇ ସତର୍କବାଣୀ ଶୁଣାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)। ପୁରୁଣା ପେନସନ ସ୍କିମ (Old Pension Scheme) ଲାଗୁ ହେବା ଦ୍ବାରା ରାଜ୍ୟମାନଙ୍କ ଆର୍ଥିକ ସ୍ଥିତି ବିପନ୍ନ ହେବ ବୋଲି ରିଜର୍ଭ ବ୍ୟାଙ୍କ (RBI) କହିଛି ।

ନିକଟରେ କେତେକ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ, ଛତିଶଗଡ଼ ଓ ହିମାଚଳ ପ୍ରଦେଶ (Himachal Pradesh) ପୁରୁଣା ପେନସନ ସ୍କିମ (Old Pension Scheme) ଲାଗୁ କରିଛନ୍ତି । ଏସବୁ ରାଜ୍ୟର ଆର୍ଥିକ ସ୍ଥିତି ଚିନ୍ତାଜନକ ଥିଲେ ବି ଏସବୁ ରାଜ୍ୟ ଏହା ଲାଗୁ କରିଛନ୍ତି । ଝାଡ଼ଖଣ୍ଡ ବି ଏହାକୁ ଲାଗୁ କରିଛି । ଆଗକୁ ପଞ୍ଜାବ ପରି ଆଉ କେତେକ ରାଜ୍ୟବି ପୁରୁଣା ପେନସନ ସ୍କିମ (Old Pension Scheme) ଲାଗୁ ପାଇଁ ଯୋଜନା କରୁଛନ୍ତି ।

ରାଜ୍ୟରେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ (OPS Restored) ହେବା ପରେ ବର୍ତ୍ତମାନ ହିମାଚଳରେ ରହୁଥିବା ସରକାରୀ କର୍ମଚାରୀମାନେ ପୁରୁଣା ପେନସନ ଯୋଜନା (Old Pension Scheme) ର ଲାଭ ପାଇବେ । ଯାହା ଫଲରେ ପ୍ରାୟ ୧.୩୬ ଲକ୍ଷ କର୍ମଚାରୀ ଉପକୃତ ହେବେ ।

ପ୍ରକାଶ ଥାଉ ଯେ, ହିମାଚଳ ପ୍ରଦେଶ (Himachal Pradesh)ରେ ପୁରୁଣା ପେନସନ ସ୍କିମ (old pension scheme) ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) ଙ୍କ ନେତୃତ୍ୱରେ ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme)କୁ ପୁଣି ଥରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ।

7th Pay Commission: ୧୮ ମାସର ଅଟକି ରହିଥିବା ମହଙ୍ଗା ଭତ୍ତାକୁ ନେଇ ଖୁବ ଶୀଘ୍ର ମିଳିବ ଖୁସି ଖବର

7th Pay Commission Update: ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର, ଜାଣନ୍ତୁ କଣ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments