1. କୃଷି ଖବର

୩ ତଲାକ ରେ ପୂର୍ଣ୍ଣଛେଦ !

୩ ତଲାକ ରେ ପୂର୍ଣ୍ଣଛେଦ !

KJ Staff
KJ Staff

ଲୋକ ସଭା ରେ ବିଲ ଗୃହୀତ
ବିଲ ସପକ୍ଷରେ ୯୯ ,ବିରୋଧରେ ୮୪ ମତଦାନ


ମଧ୍ୟ ଯୁଗୀୟ ଅତ୍ୟାଚାର ରେ ଲାଗିଲା ପୂର୍ଣ୍ଣଛେଦ |ମୁସଲମାନ ମହିଳାଙ୍କ ସମ୍ମାନ ଓ ବିବାହ ଅଧିକାର ସୁରକ୍ଷା ଲାଗି ତିନି ତଲାକ ବିଧେୟକ ଶେଷରେ ରାଜ୍ୟସଭା ରେ ଗୃହୀତ ହୋଇଛି |ଏଣିନି ତୁରନ୍ତ ୩ ତଲାକ ଦେବା ଫୌଜଦାରୀ ଅପରାଧ ଭାବେ ବିବେଚିତ ହେବ |ଏଥିପାଇଁ ଅଭିଯୁକ୍ତ ସ୍ୱାମୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳିବ |

ବହୁ ପ୍ରତିକ୍ଷିତ ତଥା ଚର୍ଚିତ ବିଧେୟକ ଟି ପୂର୍ବରୁ ୨ ଥର ଲୋକ ସଭା ରେ ଗୃହୀତ ହେଉଥିଲା ବେଳେ ରାଜ୍ୟ ସଭା ରେ ଏନ୍ଡିଏ ସରକାର ଙ୍କ ସଂଖ୍ୟା ଅଭାବରୁ ଅଟକି ଯାଇଥିଲା |ସୁପ୍ରିମ କୋର୍ଟ ପୂର୍ବରୁ ତିନି ତଲାକ କୁ ଅସାମ୍ବିଧାନିକ ଦର୍ଶାଇଥିଲା ବେଳେ ଏନେଇ ଏକ ଆଇନ କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ |
ଫଳରେ ମୋଦି ସରକାର ଏହାକୁ ଦୁଇଟି ଅଧ୍ୟାଦେଶ ଜରିଆରେ କାର୍ଯ୍ୟକାରୀ କରିଆସୁଥିଲେ |ଗତ ଗୁରୁବାର ଲୋକସଭା ରେ ବିଲ ଟି ଗୃହୀତ ହେଲା ବେଳେ ମଙ୍ଗଳବାର ଏହା ଉପରେ ବିତର୍କ  ମତଦାନ ଲାଗି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସଂସଦର ଉଚ୍ଚ ସଦନ ରେ ଆଗତ କରିଥିଲେ |

ବିଧେୟକ  ଗୃହୀତ ହେବ ଦ୍ୱାରା ଇତିହାସରେ ହୋଇଥିବା ଏକ ଭୁଲ୍ ସଂଶୋଧନ ହୋଇଛି ଏବଂ ସମଗ୍ର ଭାରତ ଏହାକୁ ନେଇ ଖୁସି ବୋଲି ମତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |

କଣ ରହିଛି ଆଇନ ରେ !


ଏହି ବିଧେୟକ ଆଇନ୍ରେ ପରିଣତ ହେଲା ପରେ ଲିଖିତ କଥିତ ବା କୌଣସି ଇଲେକ୍ଟ୍ରୋନିକ ମାଧ୍ୟମରେ ଯେକୌଣସି ପ୍ରକାର ୩ ତଲାକ ଅପରାଧ ପଦବାଚ୍ୟ ହେବ |କୌଣସି ମୁସଲାମ ବ୍ୟକ୍ତି ତାଙ୍କ ପତ୍ନୀ ଙ୍କୁ ତିନି ଥର ତଲାକ କହି ବିଭାହ ବିଚ୍ଛେଦ ଘଟାଇପାରିବେ ନାହିଁ ଏହି ଅପରାଧ ଲାଗି ୩ ବର୍ଷ ଜେଲ ହେବା ସାଙ୍ଗରେ ପୁଲିସ ବିନା ୱାରେଣ୍ଟ ରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିପାରେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments