News

ଜୁଲାଇ ୨୧ରୁ ପୁଣି ଭିଜିବ ଓଡିଶା

ଏବେ ବହୁ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ହେଉଛି । ଜୁଲାଇ ୨୧ ତାରିଖରେ ଅଧିକ ବର୍ଷା ଅଛି ।

19 July, 2022 10:30 AM IST By: Sudesna Nayak

ଏବେ ବହୁ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା (RAIN) ହେଉଛି । ଯାହାକୁ ନେଇ ସୋମବାର (Monday)ଦିନ 8ଟି ଜିଲ୍ଲାରେ ବର୍ଷା (RAIN) ହେବାର ସମ୍ଭାବନା ଥିଲା । କିନ୍ତୁ ଏବେ ରାଜ୍ୟତମାମ ବର୍ଷା କମିଛି । କେଉଁଠି କେମିତି କାଁ ଭାଁ ବର୍ଷା, ନଚେତ୍‌ ସବୁ ଶୁଖିଲା ପଡିଛି ।

ସୂଚନା ଅନୁଯାୟୀ, ଜୁଲାଇ ୨୧ ତାରିଖରେ ଅଧିକ ବର୍ଷା (RAIN) ଅଛି । ଆଭ୍ୟନ୍ତରୀଣ ଓଡ଼ିଶା (Odisha)ର କିଛି ସ୍ଥାନରେ ପ୍ରବଳ ବର୍ଷା (RAIN)ହୋଇପାରେ ବୋଲି ପାଣିପାଗ ବିଭାଗ (IMD)ପକ୍ଷରୁ ପୂର୍ବାନୁମାନ ଜାରି କରାଯାଇଛି ।

କନ୍ଧମାଳ ଜିଲ୍ଲା ଓ ବୌଦ୍ଧ ଜିଲ୍ଲାରେ ଅତ୍ୟଧିକ ବଳକା ବର୍ଷା (RAIN) ହୋଇଛି । କନ୍ଧମାଳ ଜିଲ୍ଲାରେ ୬୨୨ ଓ ବୌଦ୍ଧ ଜିଲ୍ଲାରେ ୫୭୬ ମିମି ବର୍ଷା (RAIN) ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ନିଅଣ୍ଟିଆ ବର୍ଷା (RAIN)ହୋଇଛି ।

ରାଜ୍ୟରେ ଗତ ୧୮ ଦିନରେ ୪୨୫ ମିମି ବର୍ଷା (RAIN) ହୋଇଥିବା ପାଣିପାଗ ବିଭାଗ (IMD) ତଥ୍ୟ ରଖିଛି । ଏହି ୧୮ ଦିନରେ ସ୍ୱାଭାବିକ ୩୯୪.୧ ମିମି ବର୍ଷା (RAIN) ହେବା କଥା । କିନ୍ତୁ ସ୍ୱାଭାବିକଠାରୁ ଅଧିକ ବର୍ଷା (RAIN) ହୋଇଛି ।

ପ୍ରକାଶ ଥାଉ ଯେ, ସେହିଭଳି ଉତ୍ତର ଓଡ଼ିଶା (Odisha) ଉପରେ ଥିବା ଲଘୁଚାପ (Low Pressure) ଏବେ ଛତିଶଗଡ଼ ଦେଇ ଉତ୍ତର ପୂର୍ବ ବିଦର୍ଭ ଉପରେ ରହିଛି । ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟରେ ବିଶେଷ ବର୍ଷା (RAIN) ସମ୍ଭାବନା ନାହିଁ । ଜୁଲାଇ ୨୧ ତାରିଖରେ ଅଧିକ ବର୍ଷା (RAIN) ଅଛି ।

ସୋମବାର ଏହି ସବୁ ଜିଲ୍ଲାରେ ହେବ ବର୍ଷା,ଜାଣନ୍ତୁ...

ଆହୁରି ୨୪ ଘଣ୍ଟା ପ୍ରବଳ ଛେଚିବ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)