1. କୃଷି ଖବର

ଇଂରାଜୀରେ ଏମ.ଏ ପରେ ବି ମିଳିଲାନି ଚାକିରି ,ଚା’ଦୋକାନ କରି ଚର୍ଚ୍ଚାରେ ଟୁକଟୁକି

ଟୁକଟୁକି କଠିନ ପରିଶ୍ରମ କରି ଇଂରାଜୀରେ ଏମଏ ଡିଗ୍ରୀ ହାସଲ କରିଥିଲେ । ହେଲେ ଚାକିରି ନମିଳିବାରୁ ସେ ଚା ଦୋକାନ କରିବାକୁ ଭାବିଲେ । ଦିନେ ସେ ଇଣ୍ଟରନେଟରେ ଜଣେ ଏମବିଏ ଚା ବାଲାଙ୍କ କାହାଣୀ ପ୍ରଥମେ ପଡିଥିଲେ । ଏହାପରେ ସେ ଚା ଦୋକାନ କରିବାକୁ ପ୍ରେରଣା ପାଇଥିଲେ ।

Sudesna Nayak
Sudesna Nayak
MA english chaiwali

MA english chaiwali

କେବେ ମିଳିବ ଚାକିରି ? କେତେ ମିଳିବ ଦରମା ? ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ରହୁଥିବା ଯୁବପିଢ଼ିଙ୍କୁ ଅନେକ ସମୟରେ ବାପା-ମାଙ୍କ ସହ ଅନ୍ୟମାନେ ପରାମର୍ଶ ଦେଇଥାନ୍ତି ଯେ ଯଦି କଠିନ ପରିଶ୍ରମ କରିବ, ତେବେ ସଫଳତା ପାଇବ । କୋଲକାତାର ୨୬ ବର୍ଷୀୟା ଯୁବତୀ ଟୁକଟୁକି ଦାସଙ୍କ ପିତାମାତା ମଧ୍ୟ ସେହି କଥା ସବୁବେଳେ କହୁଥିଲେ । ଜଣେ ଶିକ୍ଷୟତ୍ରୀ ହେବାକୁ ଚାଁହୁଥିବା ଟୁକଟୁକି ବହୁତ ପରିଶ୍ରମ କରି ପାଠ ପଢିଥିଲେ । ଆଉ ଯୁକ୍ତ ଦୁଇ ପାସ କରିବା ପରେ ଇଂରାଜୀରେ ସ୍ନାତକ ଓ ସ୍ନାତକୋତର ସମ୍ପନ୍ନ କରିଥିଲେ । କିନ୍ତୁ ଏହା ପରେ ମଧ୍ୟ ସେ ଚାକିରି ପାଇପାରିଲେ ନାହିଁ । ସେ ଅନେକ ପରୀକ୍ଷା ଦେଇଥିଲେ । ଚାକିରି ଖଣ୍ଡେ ପାଇବା ପାଇଁ ସେ ସବୁକିଛି କରିଥିଲେ, କିନ୍ତୁ ସେ ସଫଳତା ପାଇପାରିଲେ ନାହିଁ । ଏଭଳି ପରିସ୍ଥିତିରେ ଟୁକଟୁକି ଚା ବିକ୍ରି କରିବା ଆରମ୍ଭ କରିଥିଲେ ।

ଟୁକଟୁକି ଉତ୍ତର ଚବିଶପ୍ରଗଣାର ହାଓଡ଼ା ଷ୍ଟେସନରେ ଏକ ଚା ଦୋକାନ ଖୋଲିଛନ୍ତି । ସେ ଦୋକାନର ନାମ ‘MA English Chaiwali’ ରଖିଛନ୍ତି । ଯାହା ଏବେ ଖୁବ ଚର୍ଚ୍ଚାରେ ରହିବା ସହିତ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଟୁକଟୁକି କଠିନ ପରିଶ୍ରମ କରି ଇଂରାଜୀରେ ଏମଏ ଡିଗ୍ରୀ ହାସଲ କରିଥିଲେ । ହେଲେ ଚାକିରି ନମିଳିବାରୁ ସେ ଚା ଦୋକାନ କରିବାକୁ ଭାବିଲେ । ଦିନେ ସେ ଇଣ୍ଟରନେଟରେ ଜଣେ ଏମବିଏ ଚା ବାଲାଙ୍କ କାହାଣୀ ପ୍ରଥମେ ପଡିଥିଲେ । ଏହାପରେ ସେ ଚା ଦୋକାନ କରିବାକୁ ପ୍ରେରଣା ପାଇଥିଲେ ।

ଟୁକଟୁକିଙ୍କ ବାପା ଜଣେ ଡ୍ରାଇଭର ହୋଇଥିବା ବେଳେ ଝିଅକୁ ଏକ ଶିକ୍ଷକ ଭାବେ ଦେଖିବାକୁ ସ୍ବପ୍ନ ଦେଖିଥିଲେ । ଏଥି ପାଇଁ ଝିଅକୁ ଏମଏ ପଢାଇଥିଲେ । ହେଲେ ଟୁକଟୁକି ଇଂରାଜୀରେ ଡିଗ୍ରୀ ହାସଲ କରିବା ପରେ ଚା ଦୋକାନ ଦେଇଥିବାରୁ ଏଥିରେ ସେ ଖୁସିନଥିଲେ । କିନ୍ତୁ ଟୁକଟୁକି ଏବେ ଆତ୍ମନିର୍ଭରଶୀଳ ହୋଇଥିବାରୁ ବ୍ୟବସାୟକୁ ନେଇ ବେସ ଖୁସି ଅଛନ୍ତି । ତେବେ କେବଳ ଟୁକଟୁକି ନୁହନ୍ତି ଏମିତି ଅନେକ ଉଚ୍ଚଶିକ୍ଷିତ ଯୁବକ ଯୁବତୀ ଚାକିରି ନପାଇ ଏଭଳି ଛୋଟମୋଟ ବ୍ୟବସାୟ କରି ମଧ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଚା’ ପାଇଁ ଟୁକଟୁକିଙ୍କ ଦୋକାନକୁ ଯାଉଥିବା ଲୋକମାନେ ଦୋକାନର ନାମ ପ୍ରତି ଆକର୍ଷିତ ହୁଅନ୍ତି । ଟୁକଟୁକିଙ୍କ କାହାଣୀ ଦେଶର ଅନ୍ୟ ଯୋଗ୍ୟ ଯୁବକ,ଯୁବତୀମାନଙ୍କ ପାଇଁ ପ୍ରେରଣା ହୋଇଛି ଯେଉଁମାନେ ଚାକିରି ପାଇବା ପାଇଁ ହତାଶ ହୋଇପଡୁଛନ୍ତି ।

ମେଡିକାଲ୍ ଅଫିସର ପଦବୀ ପାଇଁ ଖାଲି ପଡ଼ିଛି ୧୮୫୦ରୁ ଅଧିକ ପଦବୀ, ଜଲଦି କରନ୍ତୁ ଆବେଦନ

ରାଜ୍ୟରେ ଚାଷୀଙ୍କ ପାଇଁ ଖୋଲାଯିବ କଲ୍ ସେଣ୍ଟର, ମିଳିବ ଏହି ସୁବିଧାଗୁଡ଼ିକର ଲାଭ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments