News

ଆଜିଠୁ ବେଙ୍ଗାଲୁରରେ ସମସ୍ତ ରାଜ୍ୟର କୃଷି ମନ୍ତ୍ରୀମାନଙ୍କର ବୈଠକ

କୃଷି ଓ କୃଷକ କଲ୍ୟାଣ ବିଭାଗ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଭାରତ ସରକାର ବେଙ୍ଗାଲୁରୁରେ 14 ଓ 15 ଜୁଲାଇ, 2022ରେ ଦୁଇ ଦିନିଆ ଜାତୀୟ କୃଷି ମନ୍ତ୍ରୀ ସମ୍ମିଳନୀ ଆୟୋଜନ କରିଛନ୍ତି ।

14 July, 2022 5:05 PM IST By: Shuvanshu Kar

ବେଙ୍ଗାଲୁରୁରେ ଚାଲିଛି ଦୁଇ ଦିନିଆ ସମସ୍ତ ରାଜ୍ୟର କୃଷି ମନ୍ତ୍ରୀମାନଙ୍କର ବୈଠକ(National Conference of State Agriculture & Horticulture Ministers) । ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ବେଙ୍ଗାଲୁରୁରେ ସମସ୍ତ ରାଜ୍ୟର କୃଷି ମନ୍ତ୍ରୀମାନଙ୍କର ଏହି ବୈଠକ ଆୟୋଜନ କରିଛନ୍ତି । ଦୁଇ ଦିନିକିଆ ବୈଠକରେ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଏବଂ ରାଜ୍ୟଗୁଡିକ ମଧ୍ୟରେ ବିଭିନ୍ନ କୌଶଳ ଆଦାନପ୍ରଦାନ ଦିଗରେ ଧ୍ୟାନ ଦିଆଯିବ ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ(Agriculture Ministry) ଏହି କାର୍ଯ୍ୟକ୍ରମ ଆୟୋଜନ କରିଛି । ଏଥିରେ କୃଷି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଅନେକ ଆଲୋଚନା ହେବ । କର୍ଣ୍ଣାଟକ କିମ୍ବା ରାଜସ୍ଥାନରେ ଏହି ବୈଠକ ବସିବା ନେଇ ଏକ ବିଚାର ବିମର୍ଷ ଚାଲିଥିଲା ଏବଂ ଶେଷରେ ମନ୍ତ୍ରଣାଳୟ କର୍ଣ୍ଣାଟକରେ ବୈଠକ ହେବ ବୋଲି ସ୍ଥିର କରିଥିଲା ।

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଉପରେ ଏହି ବୈଠକରେ ଧ୍ୟାନ ଦିଆଯିବ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଇଛନ୍ତି। କର୍ଣ୍ଣାଟକରେ ସରକାର ଏକ ନିର୍ଦ୍ଦେଶାଳୟ ଗଠନ କରିଛନ୍ତି ଯାହା କେବଳ ଚାଷୀଙ୍କ ଆୟ ବୃଦ୍ଧି ଉପରେ ଧ୍ୟାନ ଦେଇଥାଏ। ଅନ୍ୟ ରାଜ୍ୟଗୁଡିକ ପାଖରେ ଯେଉଁ ନୂଆ ଜ୍ଞାନ ରହିଛି ତାହା ଉପରେ ଏହି ବୈଠକ ସମୟରେ ଆଲୋଚନା କରାଯିବ ।

କୃଷି ବିଭାଗ ସୂତ୍ରରୁ ପ୍ରକାଶ ଯେ ଗତ ଆଠ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ କୃଷି ପାଇଁ ବଜେଟ୍ ପାଞ୍ଚରୁ ଛଅ ଗୁଣ ବୃଦ୍ଧି ପାଇଛି । ରାଜ୍ୟ ସରକାର ମଧ୍ୟ ବଜେଟ୍ ଆବଣ୍ଟନକୁ ବୃଦ୍ଧି କରିଛନ୍ତି ।

କୃଷି ଓ କୃଷକ କଲ୍ୟାଣ ବିଭାଗ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଭାରତ ସରକାର ବେଙ୍ଗାଲୁରୁରେ 14 ଓ 15 ଜୁଲାଇ, 2022ରେ ଦୁଇ ଦିନିଆ ଜାତୀୟ କୃଷି ମନ୍ତ୍ରୀ ସମ୍ମିଳନୀ ଆୟୋଜନ କରିଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ଏହି ବୈଠକରେ ଉପସ୍ଥିତ ଅଛନ୍ତି ।

Kisan Kalyan @8, କଣ କହିଲେ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ...

ମୋଦି ସରକାରଙ୍କ କୃଷି ଯୋଜନା ପାଲଟିଛି ଚାଷୀଙ୍କ ପ୍ରକୃତ ଶକ୍ତି: ଶାହ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)