1. କୃଷି ଖବର

ଓଡିଶାରେ ନକଲି କୃଷି ବିଶ୍ବବିଦ୍ୟାଳୟ, UGC ଜାରି କଲା ଲିଷ୍ଟ

ୟୁଜିସି ପକ୍ଷରୁ ସାରା ଦେଶରେ 21ଟି ନକଲି ୟୁନିଭର୍ସିଟିର ତାଲିକା ଜାରି କରାଯାଇଛି । ଏମାନଙ୍କ ମଧ୍ୟରେ ରହିଛି ଓଡିଶାର 2ଟି ବିଶ୍ବବିଦ୍ୟାଳୟ ।

Shuvanshu Kar
Shuvanshu Kar
Two Odisha universities among 21 declared fake by UGC

Two Odisha universities among 21 declared fake by UGC

ବୋର୍ଡ ପରୀକ୍ଷା ଫଳ ଘୋଷଣା ପରେ ଛାତ୍ରଛାତ୍ରୀଙ୍କୁ ଲୋଭର ବଶବର୍ତ୍ତୀ କରାଇବାକୁ ଯଥା ସମ୍ଭବ କରିଥାନ୍ତି ନକଲି ଶିକ୍ଷାନୁଷ୍ଠାନ(fake educational institute) । ଛାତ୍ରଛାତ୍ରୀଙ୍କୁ ଏହି ନକଲି ଶିକ୍ଷାନୁଷ୍ଠାନ ଜାଲରୁ ବଞ୍ଚାଇବାକୁ ସମୟ ସମୟରେ ଏହାର ଲିଷ୍ଟ ଜାରି କରିଥାଏ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(UGC) । ଏହି କ୍ରମରେ ଏଭଳି କିଛି ନକଲି ୟୁନିଭର୍ସିଟି(fake universities)ର ପର୍ଦ୍ଦାଫାସ କରିଛି ୟୁଜିସି ।

ୟୁଜିସି ପକ୍ଷରୁ ସାରା ଦେଶରେ 21ଟି ନକଲି ୟୁନିଭର୍ସିଟିର ତାଲିକା ଜାରି କରାଯାଇଛି । ଏମାନଙ୍କ ମଧ୍ୟରେ ରହିଛି ଓଡିଶାର 2ଟି ବିଶ୍ବବିଦ୍ୟାଳୟ । ଏହି 2ଟି ନକଲି ବିଶ୍ବବିଦ୍ୟାଳୟ ହେଉଛନ୍ତି ରାଉରକେଲାରେ ନବଭାରତ ଶିକ୍ଷାପରିଷଦ ଏବଂ ବାରିପଦା ସ୍ଥିତ ଉତ୍ତର ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ।

ସର୍ବାଧିକ 8ଟି ନକଲି ୟୁନିଭର୍ସିଟି ଦେଶର ରାଜଧାନୀ ଦିଲ୍ଲୀରେ ଅଛି । ଏଥି ସହିତ, ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ 4ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଏଗୁଡିକ ସମସ୍ତେ ଅଜ୍ଞାତ ଅନୁଷ୍ଠାନ । ଏହି ଅନୁଷ୍ଠାନଗୁଡିକ UGC ଅଧିନିୟମ 1956କୁ ଉଲ୍ଲଂଘନ କରି ଚାଲିଛି ଏବଂ ଏହି 21ଟି ଅନୁଷ୍ଠାନ UGC ଦ୍ୱାରା ସ୍ୱୀକୃତିପ୍ରାପ୍ତ ନୁହେଁ । ଏପରି ପରିସ୍ଥିତିରେ, ଯଦି ଛାତ୍ରଛାତ୍ରୀମାନେ ଏହି ନକଲି ବିଶ୍ୱବିଦ୍ୟାଳୟଗୁଡ଼ିକରୁ ଡିଗ୍ରୀ ନିଅନ୍ତି, ତେବେ ତାହା ବୈଧ ହେବ ନାହିଁ ବୋଲି ସ୍ପଷ୍ଟ କରିଛି ୟୁଜିସି ।

ୟୁଜିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମୟ ସମୟରେ ଏହି ତାଲିକା ଜାରି କରି ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତାଙ୍କୁ ଏହି ବିଶ୍ୱବିଦ୍ୟାଳୟରେ କୌଣସି ମୂଲ୍ୟରେ ଆଡମିଶନ ନକରିବାକୁ ଚେତାବନୀ ଦିଆଯାଇଛି। ଅଧିକାରୀ କହିଛନ୍ତି ଯେ ୟୁଜିସି ପକ୍ଷରୁ ସେହି ସବୁ ରାଜ୍ୟ ଲେଖାଯାଇଛି ଯେଉଁଠାରେ ନକଲି ବିଶ୍ୱବିଦ୍ୟାଳୟ ଚାଲିଛି। ଏହିପରି ନକଲି ବିଶ୍ୱବିଦ୍ୟାଳୟ ବିରୋଧରେ ରାଜ୍ୟଗୁଡିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ କରିବାକୁ ହେବ ।

QS World Rankings 2023 : ସାରା ବିଶ୍ବରେ ଚମକିଲା ଭାରତର ପ୍ରଥମ କୃଷି ବିଶ୍ବ ବିଦ୍ୟାଳୟ

ଫେସବୁକରେ ଚାକିରି କରିବ ଚାଷୀ ପୁଅ, ଜାଣନ୍ତୁ ମିଳିବ କେତେ ଦରମା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments