News

ମରୁ ଅଞ୍ଚଳରେ ମୂଷଳଧାରା ବର୍ଷା ! ବନ୍ୟାରେ ବୁଡିଲା ସହର

ପ୍ରଥମେ, ୟୁରୋପୀୟ ଦେଶମାନଙ୍କରେ ନିଆଁ ବର୍ଷା(Summer In European Countries) ​​ଏବଂ ବର୍ତ୍ତମାନ ମରୁଭୂମିରେ ବନ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।

31 July, 2022 11:34 AM IST By: Shuvanshu Kar

ସଂଯୁକ୍ତ ଆରବ ଅମିରାତ (United Arab Emirates)ରେ ବନ୍ୟା(flood) କାରଣରୁ ସ୍ଥିତି ସମ୍ପୂର୍ଣ୍ଣ ଭୟାବହ ହୋଇପଡିଛି । ଗତ ବୁଧବାରରୁ ଲଗାଣ ମୂଷଳଧାରାରେ ହେଉଥିବା ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । 27 ବର୍ଷ ପରେ ଏଭଳି ବାଦଲଫଟା ବର୍ଷା ଦେଖିବାକୁ ମିଳିଥିବା କୁହାଯାଉଛି ।

ପ୍ରଥମେ, ୟୁରୋପୀୟ ଦେଶମାନଙ୍କରେ ନିଆଁ ବର୍ଷା(Summer In European Countries) ​​ଏବଂ ବର୍ତ୍ତମାନ ମରୁଭୂମିରେ ବନ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ୟୁଏଇରେ ଆସିଥିବା ବନ୍ୟା(flood) ସବୁଠି ବିପର୍ଯ୍ୟୟ ସୃଷ୍ଟି କରିଛି । ସୋସିଆଲ ମିଡିଆରେ ବନ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳୁଛି । ଜଳବାୟୁ ପରିବର୍ତ୍ତନ କାରଣରୁ ଏଭଳି ସ୍ଥିତି ଉପୁଜୁଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ଅନ୍ତରାଷ୍ଟ୍ରୀୟ ମିଡିଆ ରିପୋର୍ଟ ଅନୁଯାୟୀ, ବର୍ଷା କାରଣରୁ ସଂଯୁକ୍ତ ଆରବ ଅମିରାତର ପୂର୍ବାଞ୍ଚଳରେ ଅଚାନକ ବନ୍ୟା ମାଡିଆସିଥିଲା । ଅନେକ କୋଠା ପାଣିରେ ଭାସିଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଟିମ ନିୟୋଜିତ କରାଯାଇଛି ।

ପାଣିପାଗର ଏହି ଅଚାନକ ପରିବର୍ତ୍ତନ ଯୋଗୁଁ, ୟୁଏଇର ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଫଟୋ ଭିଡିଓରେ ବର୍ଷା ପରେ ଯାନବାହାନ ରାଜରାସ୍ତାରେ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ଏକ ଭିଡିଓରେ ଉଦ୍ଧାର କର୍ମଚାରୀମାନେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି ।

ଅଲ ଆରବିଆ ଇଂରାଜୀ ରିପୋର୍ଟ କରିଛି ଯେ ୟୁଏଇର ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ 20 ରୁ ଅଧିକ ହୋଟେଲ ସହିତ ଯୋଗାଯୋଗରେ ଅଛନ୍ତି ଯେଉଁଥିରେ ବନ୍ୟା ଯୋଗୁଁ 1,885 ରୁ ଅଧିକ ଲୋକ ରହିପାରିବେ । ୟୁଏଇ ପାଣିପାଗ ବିଭାଗ କହିଛି ଯେ ଦେଶରେ ବର୍ଷା 27 ବର୍ଷର ରେକର୍ଡ ଭାଙ୍ଗିଛି। କତାରର ଅବସ୍ଥା ୟୁଏଇର ଅବସ୍ଥା ସହିତ ସମାନ । ପ୍ରବଳ ବର୍ଷା ପରେ ରାଜଧାନୀ ଦୋହାରେ ରାସ୍ତା ପାଣିରେ ବୁଡି ରହିଛି ।

ଆସାମରେ ବନ୍ୟା ବିତ୍ପାତ, ପାଣି ଘେରରେ 40 ହଜାର ହେକ୍ଟର ଚାଷ ଜମି

ଅମରନାଥରେ ବନ୍ୟା ତାଣ୍ଡବ, 16 ମୃତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)