
Ukraine Claims 400,000 Tonnes Of Grain 'stolen' By Russian Forces From Occupied Areas
ଋଷ ଓ ୟୁକ୍ରେନ(Russia-Ukraine war) ମଧ୍ୟରେ ଯ଼ୁଦ୍ଧକୁ ଦୀର୍ଘ ଦିନ ବିତିଗଲାଣି । ହେଲେ ଏ ଯୁଦ୍ଧରେ ଏଯାଏଁ ପଡିପାରିନି ଯବନିକା । ଋୁଷର ଘନ ଘନ ଆକ୍ରମଣରେ ଛାରଖାର ହୋଇଯାଇଛି ୟୁକ୍ରେନ(Ukraine) । ଏହାରି ମଧ୍ୟରେ ଋୁଷକୁ ନେଇ ଏକ ବଡ ଦାବି କରିଛି ୟୁକ୍ରେନ । ଋଷ ବିରୋଧରେ ୟୁକ୍ରେନ ଆଣିଛି ଚୋରି ଅଭିଯୋଗ ।
ରୁଷୀ ସୈନ୍ୟ ଅଧିକୃତ ଅଞ୍ଚଳରୁ 400,000 ଟନ୍ ଶସ୍ୟ(grain) ଚୋରି କରିଥିବା ୟୁକ୍ରେନ ଅଭିଯୋଗ କରିଛି । ୟୁକ୍ରେନ ଏକ ପ୍ରମୁଖ ଶସ୍ୟ ରପ୍ତାନିକାରୀ(grain export) । 2020-21ରେ 44.7 ନିୟୁତ ଟନ୍ ଖାଦ୍ୟ ଶସ୍ୟ ବୈଦେଶିକ ବଜାରକୁ ରପ୍ତାନୀ କରୁଛି ୟୁକ୍ରେନ । ଯାହା ଏହାକୁ ବିଶ୍ୱର ଚତୁର୍ଥ ବୃହତ୍ତମ ରପ୍ତାନୀକାରୀ ଭାବରେ ପରିଣତ କରିଛି । ତେବେ ଋଷର ଆକ୍ରମଣ ପରଠାରୁ ରପ୍ତାନୀ ହ୍ରାସ ପାଇଛି । ଏହାକୁ ନେଇ ଚେତାବନୀ ଦେଇ ଜାତିସଂଘ କହିଛି ଯେ ଖାଦ୍ୟ ଅଭାବ ହେତୁ ସାରା ବିଶ୍ୱରେ 1.7 ବିଲିୟନ ଲୋକ ଦାରିଦ୍ର ତଥା ଅନାହାରର ସମ୍ମୁଖୀନ ହୋଇପାରନ୍ତି ।
ଖାଦ୍ୟ ଶସ୍ୟ ଦକ୍ଷିଣ ୟୁକ୍ରେନ୍ର ଜାପୋରିଝିଆ, ଖେରସନ, ଡୋନେଟସ୍କ ଏବଂ ଲୁହାନସ୍କରୁ ଆସିଥିବା କୁହାଯାଉଛି । କୃଷି ନୀତି ଏବଂ ଖାଦ୍ୟ ବିଭାଗର ଉପମନ୍ତ୍ରୀ ଥିବା ତରାସ୍ ଭିସୋଟସ୍କି କହିଛନ୍ତି ଯେ ସାମୟିକ ଭାବେ ଅଧିକୃତ ଅଞ୍ଚଳରେ ପ୍ରାୟ 1.3 ନିୟୁତ ଟନ୍ ଧାନ ଚୋରି ହୋଇଛି । ସେ ଦାବି କରିଛନ୍ତି ଯେ ଏହି ଅଞ୍ଚଳରେ ରହୁଥିବା ୟୁକ୍ରେନୀୟମାନଙ୍କୁ ଦୈନନ୍ଦିନ ଖାଦ୍ୟ ନିରାପତ୍ତା ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଶସ୍ୟ ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ପ୍ରାୟ ସବୁ ଅଞ୍ଚଳରୁ ଶସ୍ୟ ରପ୍ତାନୀ ହୋଇଛି, ଯେଉଁଥିରେ ଜାପୋରିଝିଆ, ଖେରସନ, ଡୋନେଟସ୍କ ଏବଂ ଲୁହାନସ୍କ ଅନ୍ତର୍ଭୁକ୍ତ । ଫଳରେ ଏହି ସବୁ ଅଞ୍ଚଳର ଲୋକେ ଖାଦ୍ୟାଭାବର ଓ ଅନାହାରର ସମ୍ମୁଖୀନ ହୋଇପାରନ୍ତି ବୋଲି ୟୁକ୍ରେନ ମନ୍ତ୍ରୀ ଦାବି କରିଛନ୍ତି ।
ଋଷ-ୟୁକ୍ରେନ ଯୁଦ୍ଧରେ ଭାରତକୁ ଲାଗିଲା ବଡ଼ ଝଟକା! ସାର ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି
ଗହମ ରପ୍ତାନିରେ ଭାରତର ବ୍ରେକ, ବିଶ୍ବରେ ହଇଚଇ
ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସଲି କହିଛନ୍ତି ଯେ ଖାଦ୍ୟଶସ୍ୟ ମୂଲ୍ୟ ବୃଦ୍ଧି ପାଉଛି । ୟୁକ୍ରେନରେ ଯୁଦ୍ଧର ପ୍ରଭାବ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ପଡୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନରୁ 85% ଶସ୍ୟ ଆମଦାନୀ କରୁଥିବା ଇଜିପ୍ଟ ଓ ଲେବାନନ ଭଳି ଦେଶରେ ମଧ୍ୟ ହାହାକାର ପରିସ୍ଥିତି ଉପୁଜିଛି। ଋଷ ଏବଂ ୟୁକ୍ରେନ ବିଶ୍ୱର 30% ଗହମ ଉତ୍ପାଦନ କରନ୍ତି ଏବଂ ବିଶ୍ବର ସୂର୍ଯ୍ୟମୁଖୀ ତେଲର ଚତୁର୍ଥାଂଶ ରପ୍ତାନିକାରୀ ।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ କୃଷି ସଂସ୍ଥାଗୁଡ଼ିକର ଗୋଦାମକୁ ଋଷ ଟାର୍ଗେଟ କରିଛି । ଶସ୍ୟ ଭଣ୍ଡାରଣ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ସାର ଗୋଦାମରେ ମଧ୍ୟ ନଷ୍ଟ ହୋଇଥଇବା ସେ କହିଛନ୍ତି । ଏକ ନୂତନ ଖାଦ୍ୟ ସଙ୍କଟ ପାଇଁ ପ୍ରସ୍ତୁତ ହେବାକୁ ରାଷ୍ଟ୍ରପତି ବିଶ୍ୱ ନେତାମାନଙ୍କୁ ଚେତାବନୀ ଦେଇଛନ୍ତି ।
Share your comments