1. କୃଷି ଖବର

ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଶୀତକାଳୀନ ଗହମ ଚାଷ ଆରମ୍ଭ

ଗୋଟିଏ ପଟେ ଯୁଦ୍ଧ ଓ ଅନ୍ୟପଟେ ଖାଦ୍ୟ ସଙ୍କଟ ମଧ୍ୟରେ ଶୀତକାଳୀନ ଗହମ ବିହନ ବୁଣିବା ଆରମ୍ଭ କରିଛି ୟୁକ୍ରେନ । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ କୃଷିମନ୍ତ୍ରୀ ।

Shuvanshu Kar
Shuvanshu Kar
Ukrainian farms start winter wheat sowing

Ukrainian farms start winter wheat sowing

ଗୋଟିଏ ପଟେ ଯୁଦ୍ଧ ଓ ଅନ୍ୟପଟେ ଖାଦ୍ୟ ସଙ୍କଟ ମଧ୍ୟରେ ଶୀତକାଳୀନ ଗହମ ବିହନ ବୁଣିବା(winter wheat sowing) ଆରମ୍ଭ କରିଛି ୟୁକ୍ରେନ(Ukrainian) । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ କୃଷିମନ୍ତ୍ରୀ । ଯଦିଓ ମନ୍ତ୍ରୀ ମାଇକୋଲା ସୋଲସ୍କି ଗତ ସପ୍ତାହରେ ରଏଟର୍ସକୁ କହିଥିଲେ ଯେ ରୁଷ ଆକ୍ରମଣ ଯୋଗୁଁ ଗହମ ଉତ୍ପାଦନ ପୂର୍ବ ବର୍ଷ 4.6 ମିଲିୟନରୁ ଚଳିତ ବର୍ଷ 3.8 ମିଲିୟନ ହେକ୍ଟରକୁ ଖସି ଆସିପାରେ, ତଥାପି ମନ୍ତ୍ରଣାଳୟ କୌଣସି ପୂର୍ବାନୁମାନ କରିନାହିଁ ।

ମନ୍ତ୍ରୀ କହିଛନ୍ତି ଯେ 2023 ଅମଳ ପାଇଁ ୟୁକ୍ରେନର ଶୀତକାଳୀନ ଗହମ ଚାଷ କ୍ଷେତ୍ର ଗତ ବର୍ଷ ତୁଳନାରେ 20% ହ୍ରାସ ପାଇପାରେ । ମନ୍ତ୍ରଣାଳୟ କହିଛି ଯେ କୃଷକମାନେ 686,000 ହେକ୍ଟର ଶୀତକାଳୀନ ଗହମ ବିହନ ବୁଣି ସାରିଲେଣି କରିସାରିଛନ୍ତି । ୟୁକ୍ରେନର ପଶ୍ଚିମ ଅଞ୍ଚଳଗୁଡିକରେ ବିହନ ବୁଣା କାର୍ଯ୍ୟ ସରିଛି ।

2021ରେ ପ୍ରାୟ 32.2 ନିୟୁତ ଟନ୍ ତୁଳନାରେ ୟୁକ୍ରେନ ଚଳିତ ବର୍ଷ 19 ନିୟୁତ ଟନ୍ ଗହମ ଅମଳ କରିଥିଲା। ଅନେକ ଅଞ୍ଚଳରେ ଯ଼ୁଦ୍ଧ ଏବଂ ଋଷ ଦ୍ବାରା ଅନେକ ସ୍ଥାନରେ ଜମି ଦଖଲ ହେତୁ ଏହି ହ୍ରାସ ଘଟିଛି ।

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବିଶ୍ୱ ବଜାରରେ ଗହମର ମୂଲ୍ୟ ବୃଦ୍ଧି ପାଇଥିଲା । ଉଭୟ ଋଷ ଏବଂ ୟୁକ୍ରେନ ଗହମର ବଡ ରପ୍ତାନିକାରୀ ଦେଶ । ତେବେ ଯୁଦ୍ଧ ଯୋଗୁଁ ଗହମ ରପ୍ତାନିରେ ବାଧା ପହଞ୍ଚିଥିବାରୁ ଏହାର ପ୍ରଭାବ ଅନେକ ଦେଶ ଉପରେ ପଡିଛି ।

ଏପଟେ ଭାରତରେ ମଧ୍ୟ ଗହମ ରପ୍ତାନି ଉପରେ କଟକଣା ଜାରି ରହିଛି । କେବଳ ଗହମ ନୁହେଁ, ଅଟା, ମଇଦା ଓ ସୁଜିର ରପ୍ତାନି ଉପରେ ମଧ୍ୟ ସରକାର କଟକଣା ଜାରି କରିଥିଲେ । ଘରୋଇ ବଜାରରେ ଗହମର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିଲେ।

ଗହମ ରପ୍ତାନିରେ ଭାରତର ବ୍ରେକ, ବିଶ୍ବରେ ହଇଚଇ

ଗହମ ପରେ ଅଟା ମଇଦା ସୁଜି ଉପରେ ଲାଗିଲା କଟକଣା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments