News

ଓଡିଶାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ପ୍ରଶଂସା

ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର(Narendra Singh Tomar) । ଏହି ଅବସରରେ ଓଡ଼ିଶାର ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

15 May, 2022 2:25 PM IST By: KJ Staff

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର(Narendra Singh Tomar) । ଏହି ଅବସରରେ ଓଡ଼ିଶାର ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ମହାମାରୀ କୋରୋନା ସତ୍ତ୍ବେ ମଧ୍ୟ ଦେଶରେ ବଢିଛି କୃଷକଙ୍କ ଆୟ । କୋରୋନା ସଙ୍କଟ ମଧ୍ଯରେ କୃଷି କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧିରେ ଓଡିଶାର ବିଶେଷ ଭୂମିକା ରହିଛି । ଓଡିଶା ଗସ୍ତରେ ଆସି ଏହା କହିଛନ୍ତି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର(Narendra Singh Tomar) ।

କୃଷି କ୍ଷେତ୍ରରେ ଅବାଦନ ନେଇ ଓଡିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗତ ଦୁଇବର୍ଷ ହେବ କୋଭିଡ ଭଳି ସଙ୍କଟ ସ୍ଥିତି ଜାରି ରହିଛି । ଏଭଳି ସ୍ଥିତିରେ ସବୁ କ୍ଷେତ୍ର ଉପରେ ପ୍ରଭାବ ପଡିଥିବାବେଳେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହୋଇଛି । ଆଉ ଏହି ଅଭିବୃଦ୍ଧିରେ ଓଡିଶାର ବିଶେଷ ଅବଦାନ ରହିଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ତୋମାର ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଖଣି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶରେ ଆଗୁଆ ରହିଛି । ପିଏମ କିଷାନ ଯୋଜନା, ଫସଲ ବୀମା ଯୋଜନାରେ କୃଷକକୁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିଆସୁଛନ୍ତି । ଅନ୍ୟ ସରକାରଙ୍କ ସମୟରେ ଯେଉଁ କାମ ହେବା କଥା ତାହା ହୋଇନାହିଁ ।

ସେପଟେ ମହଙ୍ଗା ପ୍ରସଙ୍ଗରେ ମଧ୍ୟ ବିରୋଧୀଙ୍କୁ ଜବାବ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଦରଦାମରେ କିପରି ଲଗାମ ଲାଗିବ, ଖାଉଟିଙ୍କୁ କିଭଳି ଅସୁବିଧା ନ ହେବ ଏନେଇ ସରକାର ଦୃଷ୍ଟି ଦେଉଥଇବା ତୋମାର କହିଛନ୍ତି ।

ଗହମ ରପ୍ତାନିରେ ଭାରତର ବ୍ରେକ, ବିଶ୍ବରେ ହଇଚଇ

ଇସ୍ରାଏଲ ସହଯୋଗରେ ନୂଆ ରୂପ ପାଇବ ଭାରତର 75 ଗାଁ, କୃଷିରେ ଆସିବ ପରିବର୍ତ୍ତନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)