News

NIRF Ranking: ଟପ 100ରେ ଓଡିଶାରୁ 4

ଶ୍ରେଷ୍ଠ 100ରେ ଓଡିଶାରୁ 4ଟି ଶିକ୍ଷାନୁଷ୍ଠାନ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ସମଗ୍ର ବର୍ଗର NIRF ରାଙ୍ଗିଙ୍ଗରେ ଓଡିଶାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ବ ଡିମ୍‌ଡ ବିଶ୍ବବିଦ୍ୟାଳୟ 30 ତମ ସ୍ଥାନ ହାସଲ କରିଛି ।

16 July, 2022 3:42 PM IST By: Shuvanshu Kar

ପ୍ରକାଶ ପାଇଛି ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମଓ୍ବାର୍କ(National Institutional Ranking Framework) ଲିଷ୍ଟ । ଶ୍ରେଷ୍ଠ 100ରେ ଓଡିଶାରୁ 4ଟି ଶିକ୍ଷାନୁଷ୍ଠାନ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

ସମଗ୍ର ବର୍ଗର NIRF ରାଙ୍ଗିଙ୍ଗରେ ଓଡିଶାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ବ ଡିମ୍‌ଡ ବିଶ୍ବବିଦ୍ୟାଳୟ 30 ତମ ସ୍ଥାନ ହାସଲ କରିଛି । ସୋଆ ୫୫.୪୨ ପ୍ରତିଶତ ସ୍କୋର କରି ଓଡିଶାର ଟପ ୟୁନିଭର୍ସିଟି ମାନ୍ୟତା ପାଇଛି । ସେହିପରି କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତଷ୍ଟ୍ରିଆଲ ଟେକ୍ନୋଲୋଜି(KIIT) 34 ତମ ସ୍ଥାନରେ ରହିଥିବାବେଳେ NIT ରାଉରକେଲା 39 ଓ IIT ଭୁବନେଶ୍ବର 65 ତମ ସ୍ଥାନରେ ରହିଛନ୍ତି । ସେପଟେ ଉତ୍କଳ ବିଶ୍ବବିଦ୍ୟାଳୟ 101ରୁ 50 ତିମ ସ୍ଥାନରେ ରହିଛି ।

ଏନଆଇଆରଏଫ ତାଲିକାରେ ସର୍ବଭାରତୀୟ ସ୍ତରରେ ସାମଗ୍ରିକ ବା ଓଭରାଲ ବର୍ଗରେ ଆଇଆଇଟି ମାଡ୍ରାସ୍ ପ୍ରଥମ ସ୍ଥାନରେ ଥିବା ବେଳେ ଆଇଆଇଏସସି ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ଏବଂ ଆଇଆଇଟି ବମ୍ବେ ତୃତୀୟ ସ୍ଥାନରେ ରହିଛି । ସେହିପରି ବିଶ୍ୱବିଦ୍ୟାଳୟ ବର୍ଗରେ ଆଇଆଇଏସ୍‌ସି ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ନୂଆଦିଲ୍ଲୀ ସ୍ଥିତ ଜେଏନ୍‌ୟୁ ଏବଂ ତୃତୀୟ ସ୍ଥାନରେ ଜାମିଆ ମିଲିଆ ଇସ୍‌ଲାମିଆ ରହିଛି । ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ବର୍ଗରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ବମ୍ବେ ରହିଛି ।

ସେହିପରି ମ୍ୟାନେଜମେଂଟ୍ ବର୍ଗରେ ଆଇଆଇଏମ୍ ଅହମଦାବାଦ ଶୀର୍ଷରେ ରହିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି ଆଇଆଇଏମ ବାଙ୍ଗାଲୋର ଓ ଆଇଆଇଏମ କୋଲକାତା । ଫାର୍ମାସି ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ନୂଆଦିଲ୍ଲୀ ସ୍ଥିତ ଜାମିଆ ହମ୍‌ଦର୍ଦ ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ହାଇଦ୍ରାବାଦର ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ ଏବଂ ତୃତୀୟ ସ୍ଥାନରେ ରହିଛି ଚଣ୍ଡିଗଡ଼ ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ ।


ଏହାବ୍ୟତିତ କଲେଜ ବର୍ଗରେ ପ୍ରଥମ ସ୍ଥାନରେ ଦିଲ୍ଲୀର ମିରାଣ୍ଡା ହାଉସ, ଆର୍କିଟେକଚରରେ ଆଇଆଇଟି ରୁରକି, ଆଇନରେ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ ଲ’ ସ୍କୁଲ ଅଫ୍ ଇଣ୍ଡିଆ ୟୁନିଭରସିଟି ଏବଂ ମେଡିକାଲ୍ କଲେଜ ବର୍ଗରେ ଏମ୍ସ ଦିଲ୍ଲୀ ତାଲିକାର ପ୍ରଥମ ସ୍ଥାନରେ ରହିଛି । ଡେଂଟାଲରେ ଚଳିତ ବର୍ଷ ଚେନ୍ନାଇ ସ୍ଥିତ ସବିଥା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଆଣ୍ଡ୍ ଟେକ୍ନିକାଲ ସାଇନ୍ସ ଏବଂ ରିସର୍ଚ୍ଚ ବିଭାଗରେ ଆଇଆଇଏସସି ବେଙ୍ଗାଲୁରୁ ତାଲିକାର ଶୀର୍ଷରେ ରହିଛି ।

ଦେଶରେ ଓଡ଼ିଶାକୁ ମିଳିବ ସର୍ବାଧିକ ଏକଲବ୍ୟ ମଡେଲ ସ୍କୁଲ

ସ୍କୁଲ ପାଠ୍ୟ ପୁସ୍ତକରେ ସାମିଲ ହେବ କୃଷି ବିଷୟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)