1. କୃଷି ଖବର

ପନିପରିବା ବଜାରରେ କେନ୍ଦ୍ର ଅର୍ଥଥମନ୍ତ୍ରୀ ନିର୍ମଳା ସୀତାରମଣ; କଥା ହେଲେ କଲରା କିଣିଲେ

ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପନିପରିବା କିଣୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ତାମିଲନାଡୁର ଚେନ୍ନାଇର ମାୟଲାପୋର ବଜାରର ବୋଲ ଜଣାପଡିଛି ।

Shuvanshu Kar
Shuvanshu Kar
Union Finance Minister Nirmala Sitharaman bought vegetables from the street

Union Finance Minister Nirmala Sitharaman bought vegetables from the street

ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ(Union Finance Minister Nirmala Sitharaman)ଙ୍କ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପନିପରିବା କିଣୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ତାମିଲନାଡୁର ଚେନ୍ନାଇର ମାୟଲାପୋର ବଜାରର ବୋଲ ଜଣାପଡିଛି ।

ଶନିବାର ଅର୍ଥମନ୍ତ୍ରୀ ଚାନକ ପନିପରିବା ବଜାରରେ ପହଞ୍ଚି କିଣିବା ଆରମ୍ଭ କରିଥିଲେ। ପନିପରିବା କିଣିବା ସହିତ ମନ୍ତ୍ରୀ ପନିପରିବା ବିକ୍ରେତା ଏବଂ ସ୍ଥାନୀୟ ଲୋକଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ ।

ବଜାରରେ ପହଞ୍ଚିବା ପରେ ପରିବା କିଣିବା ଭିଡିଓ ଅର୍ଥମନ୍ତ୍ରୀଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଛି । ଭିଡିଓରେ ଅର୍ଥମନ୍ତ୍ରୀ କନ୍ଦମୂଳ ଏବଂ କଲରା କିଣୁଥିବା ଦେଖିବାକୁ ମିଳିଛି । ପନିପରିବା ବଜାରରେ ଦେଶର ଅର୍ଥମନ୍ତ୍ରୀଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବଜାରରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଅର୍ଥମନ୍ତ୍ରୀଙ୍କ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ଅର୍ଥମନ୍ତ୍ରୀଙ୍କ ପକ୍ଷରୁ ପନିପରିବା କିଣିବା ବେଳେ ଲୋକମାନେ ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି।

ଏକ ମିନିଟ୍ 30 ସେକେଣ୍ଡ୍ ଭିଡିଓରେ ଅର୍ଥମନ୍ତ୍ରୀ ବିଭିନ୍ନ ଦୋକାନୀଙ୍କ ସହ କଥାବାର୍ତ୍ତା କରୁଥିବା ଏବଂ ପନିପରିବା କିଣୁଥିବା ନଜର ଆସିଛନ୍ତି। ଅର୍ଥମନ୍ତ୍ରୀଙ୍କ ସହ ତାଙ୍କର ଅନ୍ୟ କିଛି ଅଫିସ ଷ୍ଟାଫ କିମ୍ବା ସୁରକ୍ଷାରେ ନିୟୋଜିତ ଯବାନ ଉପସ୍ଥିତ ଥିଲେ ।

PDS ଚାଉଳ ବଣ୍ଟନରେ ଅନିୟମିତତା: ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments