1. କୃଷି ଖବର

ଗ୍ରୀଷ୍ମ ପ୍ରବାହ ପାଇଁ କ'ଣ କହିଲେ ଅତୁଲ ଗୋଏଲ ?

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ପରାମର୍ଶ ସମୂହ, ଗରମ ଜନିତ ରୋଗ (ଏଚଆରଆଇ) ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତିକୁ ସୁଦୃଢ଼ କରିବା ନିମନ୍ତେ ମାର୍ଗଦର୍ଶିକା...

Tanushree Mahapatra
Tanushree Mahapatra
Union Health Ministry holds review meeting with States on Heatwave

Union Health Ministry holds review meeting with States on Heatwave

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡିଜିଏଚ୍‌ଏସ୍ ଡ. ଅତୁଲ ଗୋଏଲ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକ କରି ସାରା ଦେଶରେ ବିଭିନ୍ନ ସ୍ୱାସ୍ଥ୍ୟସେବା କେନ୍ଦ୍ର ଦ୍ୱାରା ଗ୍ରହଣ କରାଯାଇଥିବା ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ଅଗ୍ନି ଏବଂ ବୈଦ୍ୟୁତିକ ନିରାପତ୍ତା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକର ଆକଳନ କରିଥିଲେ ।

ମେ ୨୭, ୨୦୨୪ରେ ଆଇଏମଡି ଦ୍ୱାରା ଜାରି ଲଙ୍ଗ-ରେଞ୍ଜ୍ ଆଉଟଲୁକ୍ ପୂର୍ବାନୁମାନ ଅନୁଯାୟୀ, ଜୁନ୍ ୨୦୨୪ରେ ଦକ୍ଷିଣ ଉପଦ୍ୱୀପ ଭାରତ, ଯେଉଁଠାରେ ସାଧାରଣରୁ କମ୍ ସାଧାରଣ ତାପମାତ୍ରା ରହିବାର ସମ୍ଭାବନା ସବୁଠାରୁ ଅଧିକ ଅଟେ, ତାହାର କିଛି ଅଂଶକୁ ଛାଡ଼ିଦେଲେ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ମାସିକ ସର୍ବୋଚ୍ଚ ତାପମାତ୍ରା ରହିବାର ସମ୍ଭାବନା ରହିଛି । ଜୁନ୍ ମାସରେ ଉତ୍ତର- ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳ ଏବଂ କେନ୍ଦ୍ରୀୟ ଭାରତର ଆଖପାଖ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ଦିବସ ରହିବାର ସମ୍ଭାବନା ରହିଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗଗୁଡ଼ିକୁ ନିମ୍ନଲିଖିତ ନିର୍ଦ୍ଦେଶନାମାଗୁଡ଼ିକ ପଠାଯାଇଛି:

- ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଇଁ ପରାମର୍ଶ ସମୂହ, ଗରମ ଜନିତ ରୋଗ (ଏଚଆରଆଇ) ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତିକୁ ସୁଦୃଢ଼ କରିବା ନିମନ୍ତେ ମାର୍ଗଦର୍ଶିକା

- କ'ଣ କରିବା ଏବଂ କ'ଣ ନ କରିବା ଏବଂ ଆଇଇସି ପୋଷ୍ଟର ଟେମ୍ପଲେଟ୍ ସହିତ ଏକ ଜନସ୍ୱାସ୍ଥ୍ୟ ଉପଦେଶାବଳୀ ।

- ଗମ୍ଭୀର ଗରମ ଜନିତ ରୋଗ ପାଇଁ ଜରୁରୀକାଳୀନ ଶୀତଳୀକରଣ ଉପରେ ନିର୍ଦ୍ଦେଶାବଳୀ । 

- ଗରମ ଜନିତ ମୃତ୍ୟୁରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଉପରେ ନିର୍ଦ୍ଦେଶାବଳୀ ଦେଶର ସମସ୍ତ ଏମ୍ସ ଏବଂ ମେଡିକାଲ କଲେଜକୁ ପଠାଇ ଦିଆଯାଇଛି

- ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ସେବା ସଚିବ (ସ୍ୱାସ୍ଥ୍ୟ), ଏମ୍‌ଓଏଚଏଫଡବ୍ଲ୍ୟୁ ଏବଂ ଏନଡିଏମଏର ମିଳିତ ବାର୍ତ୍ତା ଏବଂ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟରୁ ଏକ ପତ୍ର ।

- ଗରମ କାରଣରୁ ସ୍ୱାସ୍ଥ୍ୟ ଉପରେ ପଡୁଥିବା ପ୍ରଭାବକୁ ରୋକିବା ଏବଂ ପରିଚାଳନା କରିବା ପାଇଁ ସ୍ୱାସ୍ଥ୍ୟ ସୁବିଧା ଏବଂ ଆମ୍ବୁଲାନ୍ସ ପ୍ରସ୍ତୁତିର ଆକଳନ ପାଇଁ ଯାଂଚ ତାଲିକା ।  

ରାଜ୍ୟ ସ୍ତରୀୟ ପ୍ରସ୍ତୁତି:

ସମସ୍ତ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ଉଚ୍ଚସ୍ତରୀୟ ଅଧିକାରୀମାନେ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ମଧ୍ୟପ୍ରଦେଶ ଭଳି ରାଜ୍ୟଗୁଡ଼ିକ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଅଗ୍ନି ନିରାପତ୍ତା ଦୁର୍ଘଟଣାକୁ ନେଇ ମକ୍ ଡ୍ରିଲ୍ ଅଭ୍ୟାସ ଆରମ୍ଭ କରିଛନ୍ତି । ଅଗ୍ନି ନିରାପତ୍ତା ସମ୍ପର୍କିତ ମକ୍ ଡ୍ରିଲ୍ ପରିଚାଳନା ପାଇଁ ନଗର ପ୍ରଶାସନ ଓ ଇଞ୍ଜିନିୟରିଂ ବିଭାଗକୁ ସମନ୍ୱିତ କରାଯାଇଥିଲା । କୋଡ୍ ରେଡ୍ ପ୍ରୋଟୋକଲ୍ ମଧ୍ୟ ଜାରି କରାଯାଇଛି । ସମଗ୍ର ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଉତ୍ତରପ୍ରଦେଶରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଦସ୍ତକ (ଘରକୁ ଘର ବୁଲି) ଅଭିଯାନ ଚାଲିଛି । ଏହି ରାଜ୍ୟର ପ୍ରାୟ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ଅଧିକାରୀମାନେ ମୁତୟନ ହୋଇଛନ୍ତି । ହରିୟାଣା ସମସ୍ତ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଅତ୍ୟାବଶ୍ୟକ ଔଷଧ ଏବଂ ଲଜିଷ୍ଟିକ୍ସ ସୁନିଶ୍ଚିତ କରିବା ପାଇଁ ସମର୍ପିତ ଆର୍ଥିକ ଆବଣ୍ଟନ କରିଛି ।

ରାଜସ୍ଥାନରେ ୧୦୪ ଓ ୧୦୮ ନମ୍ବର ବିଶିଷ୍ଟ ଆମ୍ବୁଲାନ୍ସରେ ଶୀତଳୀକରଣ ଉପକରଣମାନ ରହିଛି । ପଶ୍ଚିମବଙ୍ଗରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ସୁନିଶ୍ଚିତ କରାଯିବା ସହ ମକ୍ ଡ୍ରିଲ୍ କରାଯାଉଛି । ବିହାରରେ ସ୍ୱାସ୍ଥ୍ୟସେବା କେନ୍ଦ୍ର ଗୁଡ଼ିକରେ ଅଗ୍ନିକାଣ୍ଡ ଘଟଣାକୁ ରୋକିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ଜାରି ରହିଛି । ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲକୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶନାମା ଓ ଏସଓପି ଜାରି କରାଯାଇଛି । ଯଦି ସରକାରୀ/ ବେସରକାରୀ ଅନୁଷ୍ଠାନରେ ଏମିତିକି ଛୋଟ ଛୋଟ ଅନୁଷ୍ଠାନ ଗୁଡ଼ିକରେ ମଧ୍ୟ ଅଗ୍ନିଶମ ଏନଓସି ଉପଲବ୍ଧ ନାହିଁ, ତା’ହେଲେ ଅଗ୍ନି ନିଷ୍କାସନ ଯୋଜନା ଏବଂ ଅଗ୍ନିଶମ ବ୍ୟବସ୍ଥା ଆପଣାଇବାକୁ ବାଧ୍ୟତାମୂଳକ କରାଯାଇଛି ।

ଅଧିକ ପଢ଼ନ୍ତୁ

ସୋୟାବିନ୍ ର ଉନ୍ନତ କିସମ NRC 136

Ayushman Card Apply: କିପରି କରିବେ ଅନଲାଇନରେ ଆବେଦନ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ