କେନ୍ଦ୍ର ସରକାର ଓ କୃଷକମାନଙ୍କର ସାମଗ୍ରିକ ପ୍ରୟାସରେ ଜୈବିକ କୃଷିରେ ଆସିଲା ବହୁତ ବଡ଼ ପରିବର୍ତ୍ତନ l ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଅର୍ଥାତ ମଙ୍ଗଳ ବାରରେ କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ କୈଳାସ ଚୌଧୁରୀ କୃଷି ଓ କୃଷକମାନଙ୍କ ସହିତ ସମ୍ପୃକ୍ତ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ l ସଂସଦ ବିନୋଦ ସଙ୍କରଙ୍କର କୀଟନାଶକ ବିଷୟରେ ଓ ଦେଶରେ ହେଉଥିବା ଜୈବିକ କୃଷି ବିଷୟରେ ଥିବା କିଛି ପ୍ରଶ୍ନର କେନ୍ଦ୍ରୀୟ କୃଷି ମନ୍ତ୍ରୀ କୈଳାସ ଚୌଧୁରୀ ଉତ୍ତର ଦେବାକୁଯାଇ କହିଥିଲେ ଯେ, ରାସାୟନିକ ସାର ଓ କୀଟନାଶକର ବ୍ୟବହାରକୁ କମ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନେକ ପଦକ୍ଷପ ନେଇଛନ୍ତି l କେନ୍ଦ୍ର ସରକାର ଓ କୃଷକମାନେ ଉଭୟ ଜୈବିକ କୃଷି ଉପରେ ଅଧିକ ଦୃଷ୍ଟି ଦେଉଛନ୍ତି l
କୃଷି ରାଜ୍ୟମନ୍ତ୍ରୀ କୈଳାଶ ଚୌଧୁରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ, ଶ୍ରୀଯୁକ୍ତ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଜୈବିକ କୃଷିକୁ ଗୁରୁତ୍ୱ ଦେଉଛି l ଯାହାର ଫଳ ସ୍ୱରୂପ ଭାରତରେ ଏବେ ଜୈବିକ କୃଷି ବଢି ୩୩.୩୨ ଲକ୍ଷ ହେକ୍ଟର ହୋଇଯାଇଛି l ଏଥିରେ ଉତ୍ତର ଭାରତ ଓ ବିଶେଷକରି ପୂର୍ବୋତ୍ତର ଭାରତର କିଛି କିଛି ରାଜ୍ୟ ବହୁତ ଭଲ କାମ କରିଛନ୍ତି l ସାରା ଦୁନିଆରେ ଭାରତୀୟ ଜୈବିକ ଉତ୍ପାଦର ଚାହିଦା ବହୁତ ବେଶୀ ରହିଛି l
କେନ୍ଦ୍ରୀୟ କୃଷି ମନ୍ତ୍ରୀଙ୍କ କହିବା ଅନୁସାରେ, ସରକାର ରାସାୟନିକ ଖାଦ୍ୟର ବ୍ୟବହାରକୁ କମ କରିବାକୁ ବହୁତ ଗୁରୁତ୍ୱ ଦେଉଛନ୍ତି ଓ କୃଷକମାନଙ୍କୁ ଜୈବିକ କୃଷି କରିବାକୁ ପ୍ରୋତ୍ସାହିତ କରୁଛନ୍ତି l ଏହାକୁ ଧ୍ୟାନରେ ରଖି ମୋଦି ସରକାର ପାରମ୍ପରିକ କୃଷି ବିକାଶ ଯୋଜନାର ଆରମ୍ଭ କରିଛନ୍ତି l କୈଳାସ ଚୌଧୁରୀ କହିଛନ୍ତି ଯେ, ଜୈବିକ କୃଷି ମାଧ୍ୟମରେ ହିଁ ଏହି ସବୁ ସମସ୍ୟାର ସମାଧାନ କରାଯାଇପାରିବ l ଏହା ଦ୍ୱାରା ହିଁ ସମାଜ ଓ ଦେଶର ସ୍ୱାସ୍ଥ୍ୟଗତ ସମସ୍ୟା ସହିତ ଦେଶର ଆର୍ଥିକ ଉନ୍ନତି ହୋଇପାରିବ l
Share your comments