1. କୃଷି ଖବର

ଆରମ୍ଭ ହେଲା ଦେଶର ଏକାଦଶତମ କୃଷି ଗଣନା

ଏକାଦଶତମ କୃଷି ଗଣନା (୨୦୨୧- ୨୨)ର ଶୁଭାରମ୍ଭ । ଡିଜିଟାଲୀକୃତ ଜମି ରେକର୍ଡର ବ୍ୟବହାର ଏବଂ ତଥ୍ୟ ସଂଗ୍ରହ ନିମନ୍ତେ ମୋବାଇଲ୍ ଆପ୍‌ର ଉପଯୋଗ ମାଧ୍ୟମରେ ଦେଶରେ ପ୍ରଚାଳନାତ୍ମକ ଜମି ଧାରକ ମାନଙ୍କର ଡାଟାବେସ ପ୍ରସ୍ତୁତ କରା ଯାଇ ପାରିବ ।

Shuvanshu Kar
Shuvanshu Kar
Union Minister of Agriculture and Farmers Welfare launches the 11th Agriculture Census in the country

Union Minister of Agriculture and Farmers Welfare launches the 11th Agriculture Census in the country

ସାରା ଦେଶରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ(Union Minister of Agriculture and Farmers Welfare) ନରେନ୍ଦ୍ର ସିଂହ ତୋମର ଏକାଦଶତମ କୃଷି ଗଣନା(11th Agriculture Census) (୨୦୨୧- ୨୨)ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ତୋମର କହିଛନ୍ତି ଯେ ଏହି ହିସାବ ଭାରତ ଭଳି ବିଶାଳ ଏବଂ କୃଷି ପ୍ରଧାନ ଦେଶ ପାଇଁ ବ୍ୟାପକ ଲାଭ ଆଣିବ ।

ତୋମର କହିଛନ୍ତି ଯେ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୃଷକ ମାନଙ୍କର ଆମଦାନୀ ବୃଦ୍ଧି କରିବା ସହିତ ସେମାନଙ୍କର ଜୀବନର ସ୍ତର ବଦଳିବା, କ୍ଷୁଦ୍ର କୃଷକ ମାନଙ୍କୁ ସଙ୍ଗଠିତ କରି ସେମାନଙ୍କର ଶକ୍ତି ବୃଦ୍ଧି କରିବା, ସେମାନଙ୍କୁ ଲାଭ ଦାୟକ ଫସଲ ଆଡକୁ ଆକର୍ଷିତ କରିବା ତଥା ଉତ୍ପାଦନର ଗୁଣବତା ବୈଶ୍ୱିକ ମାନକ ଗୁଡିକ ଅନୁରୂପ କରିବା ଉପରେ ଗୁରୁତ୍ୱ ଦିଆ ଯାଉଛି । କାର୍ଯ୍ୟକ୍ରମରେ ତୋମର କୃଷି ଗଣନା ନିମନ୍ତେ ଶୁଭ କାମନା ପ୍ରଦାନ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିଆ ଯାଇଥିବା ଗୁରୁତ୍ୱପୂର୍ଣ୍ଣର୍ ପଦକ୍ଷେପର ପ୍ରତିଫଳ କୃଷି କ୍ଷେତ୍ରକୁ ମିଳିବାରେ ଲାଗିଛି ।

ଆମ ଦେଶ ଦ୍ରୁତ ଗତିରେ ଡିଜିଟାଲ୍ କୃଷି ଆଡକୁ ବଢ଼ିବାରେ ଲାଗିଛି । ଏହା ହେଉଛି ପ୍ରକୃଷ୍ଟ ସମୟ ଯେତେବେଳେ କି ଏହି ଜନଗଣନାରେ ପ୍ରଯୁକ୍ତିର ସମ୍ପୂର୍ଣ୍ଣ ବ୍ୟବହାର କରାଯିବା ଉଚିତ । ସେ କହିଥିଲେ ଯେ, କୃଷି ଜନ ଗଣନାକୁ ନେଇ ଆଗକୁ ଆହୁରି ବ୍ୟାପକ ଫଳକ ଊପରେ ଚିନ୍ତା କରା ଯିବା ଉଚିତ୍ । କୃଷି ଜନ ଗଣନା ଫସଲ ଗୁଡିକର ନକ୍ସା କରଣରେ ମଧ୍ୟ ଯୋଗଦାନ କରି ପାରିବ, ଫଳରେ ଦେଶକୁ ଏହାର ଲାଭ ମିଳି ପାରିବ । ତୋମାର କେନ୍ଦ୍ରୀୟ ବିଭାଗ ଗୁଡିକ, ରାଜ୍ୟ ସରକାର ମାନେ ଏବଂ ସମ୍ବନ୍ଧିତ ସଂସ୍ଥା ଗୁଡିକ ଦ୍ୱାରା ଏହି ଜନ ଗଣନାକୁ ସମ୍ପୂର୍ଣ୍ଣ ମନଯୋଗ ଦେଇ କରିବାକୁ କହିଛନ୍ତି ।

ଏହି ଅବସରରେ ଶ୍ରୀ ତୋମାର ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ଗୁଡିକର ବ୍ୟବହାର କରିବା ନିମନ୍ତେ ଜନଗଣନା ହେତୁ ପ୍ରଚାଳନାତ୍ମକ ନିର୍ଦ୍ଦେଶାବଳୀ ସହିତ ସମ୍ବନ୍ଧିତ ପୁସ୍ତିକାର ଉନ୍ମୋଚନ କରିଛନ୍ତି, ସଙ୍ଗେ ସଙ୍ଗେ ତଥ୍ୟ ସଂଗ୍ରହ ପୋର୍ଟାଲ୍ / ଆପ୍‌ର ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ ଏବଂ ଶ୍ରୀ କଲ୍ୟାଣ ଚୌଧୁରୀ, କୃଷି ସଚିବ ଶ୍ରୀ ମନୋଜ ଆହୁଜା, ଅତିରିକ୍ତ ସଚିବ ଏବଂ ବିତୀୟ ପରାମର୍ଶଦାତା ଶ୍ରୀ ସଂଜୀବ କୁମାର ତଥା ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ଗୁଡିକର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

କୃଷି ଜନ ଗଣନା ୫ ବର୍ଷରେ ଥରେ କରା ଯାଇଥାଏ, ଯାହା କରୋନା ମହାମାରୀ କାରଣରୁ ଏବେ ହାତକୁ ନିଆ ଯାଉଛି । କୃଷି ଜନ ଗଣନାର କ୍ଷେତ୍ରୀୟ କାର୍ଯ୍ୟ ଅଗଷ୍ଟ ୨୦୨୨ରେ ଆରମ୍ଭ ହେବ । କୃଷି ଜନ ଗଣନା ଅପେକ୍ଷାକୃତ ସୂକ୍ଷ୍ମ ସ୍ତରରେ ବିଭିନ୍ନ ପ୍ରକାର କୃଷିର ମାନଦଣ୍ଡ ଗୁଡିକ ଉପରେ ସୂଚନାର ମୁଖ୍ୟ ଉତ୍ସ ଅଟେ, ଯେମିତିକି ପ୍ରଚାଳାତ୍ମକ ଯୋଜନାର ସଂଖ୍ୟା ଏବଂ କ୍ଷେତ୍ର, ତାହାର ଆକାର, ଶ୍ରେଣୀ-ଭିତିକ ବିତରଣ, ଜମିର ବ୍ୟବହାର, ଭାଗ ଚାଷ ପାଇଁ ଦେବା ଏବଂ ଫସଲ ଉତ୍ପାଦନ କରିବା ପଦ୍ଧତି ଇତ୍ୟାଦି ।

ଏହା ହେଉଛି ପ୍ରଥମ ଥର ଯେତେବେଳେ କି କୃଷି ଜନ ଗଣନା ନିମନ୍ତେ ତଥ୍ୟ ସଂଗ୍ରହ ସ୍ମାର୍ଟ ଫୋନ୍ ଏବଂ ଟାବଲେଟ୍ ମାଧ୍ୟମରେ କରାଯିବ, ଯେଉଁଥିରେ ସଠିକ୍ ସମୟରେ ତଥ୍ୟ ଉପଲବ୍ଧ ହୋଇ ପାରିବ । ଅଧିକାଂଶ ରାଜ୍ୟ ଗୁଡିକ ନିଜର ଭୂ - ଅଭିଲେଖ ଏବଂ ସର୍ବେକ୍ଷଣ ଗୁଡ଼ିକର ଡିଜିଟାଲୀକରଣ କରି ସାରିଛନ୍ତି, ଯେଉଁଥିରେ କୃଷି ଜନ ଗଣନାର ସଂଖ୍ୟାର ସଂଗ୍ରହଣ କ୍ଷେତ୍ରରେ ଆହୁରି କ୍ଷୀପ୍ରତା ଦେଖା ଯିବ । ଡିଜିଟାଲୀକୃତ ଜମି ରେକର୍ଡର ବ୍ୟବହାର ଏବଂ ତଥ୍ୟ ସଂଗ୍ରହ ନିମନ୍ତେ ମୋବାଇଲ୍ ଆପ୍‌ର ଉପଯୋଗ ମାଧ୍ୟମରେ ଦେଶରେ ପ୍ରଚାଳନାତ୍ମକ ଜମି ଧାରକ ମାନଙ୍କର ଡାଟାବେସ ପ୍ରସ୍ତୁତ କରା ଯାଇ ପାରିବ ।

ବୈଷୟିକ ଅଧିବେଶନରେ କୃଷି ଜନଗଣନା କାର୍ଯ୍ୟାନ୍ୱୟନ ପ୍ରକ୍ରିୟାର ମୁଖ୍ୟ ବିଶେଷତା ଗୁଡିକ ଏବଂ ୱେବ୍ ପୋର୍ଟାଲ୍ ତଥା ମୋବାଇଲ୍ ଆପ୍ ର ପ୍ରଦର୍ଶନ କରା ଯାଇଛି । ପ୍ରସ୍ତୁତିକରଣରେ ଯେଉଁ ନୂତନ ପଦକ୍ଷେପ ଗୁଡିକ ଉପରେ ଗୁରୁତ୍ୱାରୋପ କରା ଯାଇଛି, ସେଥିରେ ସାମିଲ୍ ରହିଛି – ଜମି - ମାଲିକାନା ରେକର୍ଡ ଏବଂ ସର୍ବେକ୍ଷଣ ରିପୋର୍ଟ ଗୁଡ଼ିକ ଭଳି ଡିଜିଟାଲ୍ ଭୂମି ଅଭିଲେଖ ଗୁଡିକର ବ୍ୟବହାର, ସ୍ୱାର୍ଟଫୋନ୍ / ଟାବ୍‌ଲେଟ୍‌ର ବ୍ୟବହାର କରି ଆପ୍ / ମୋବାଇଲ୍ ମାଧ୍ୟମରେ ସଂଖ୍ୟାର ସଂଗ୍ରହ, ଅଣ - ଜମି ଅଭିଲେଖ ରାଜ୍ୟ ଗୁଡିକରେ ପ୍ରଥମ ପର୍ଯ୍ୟାୟର ସମସ୍ତ ଗ୍ରାମ ଗୁଡିକର ପୂର୍ଣ୍ଣ ଗଣନା, ଯେମିତି ଜମି ରେକର୍ଡ ଥିବା ରାଜ୍ୟ ଗୁଡିକରେ କରା ଯାଇଛି ଏବଂ ପ୍ରଗତି ଏବଂ ପ୍ରକ୍ରିୟାକରଣର ବାସ୍ତବିକ ସମୟ ଊପରେ ତଦାରଖ କରିବା ।

ଫୋନରେ ମିଳିବ କୃଷି ଉପକରଣର ସମସ୍ତ ସୁବିଧା

ରାଷ୍ଟ୍ରପତିଙ୍କ ଭିଜନ ପୂରଣ କରିଥିଲା 50 ଲକ୍ଷ ବୃକ୍ଷରୋପଣ ମିଶନ ! ସବୁଜ ଭବିଷ୍ୟତ ପାଇଁ ସାଜିବେ କି ପ୍ରେରଣା ?

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments